ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ୍ଞାନ ବିକାଶ କେନ୍ଦ୍ର ଦ୍ବାରା ରାଉରକେଲା କବିମାନେ ସମ୍ବର୍ଦ୍ଧିତ

ରାଉରକେଲା/ ବୌଦ୍ଧ ମାଟିରେ ଆତ୍ମ ପ୍ରକାଶ କରିଥିବା ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପତ୍ରିକା “‘ଜ୍ଞାନ ପ୍ରକାଶ” ର ସପ୍ତମ ବାର୍ଷିକ ଉତ୍ସବରେ କବି ସୁଶାନ୍ତ କୁମାର ନାୟକଙ୍କୁ “ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୩”ସମ୍ମାନରେ ସମ୍ବର୍ଦ୍ଧିତ କରିଥିବାବେଳେ ନିରୁପମା ପତି, ଗୀତାରାଣୀ ବେହେରା, ସୁପ୍ତି କର, କନକଲତା ମିଶ୍ର, ହରପ୍ରିୟା ସାମଲ, ସୁଚିସ୍ମିତା ପଣ୍ଡା, ସୁକାନ୍ତୀ ଦାସ, ବବିତା ମହାଳିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଫଳରେ କବି ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଗ୍ନି ନିର୍ବାପକ ଅଫିସର ମହେଶ୍ଵର ସ୍ବାଇଁ ଯୋଗଦାନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରଫେସର ଡଃ ଲକ୍ଷ୍ମୀଧର ବେହେରା, ଚିତ୍ତରଞ୍ଜନ ପାଣିଗ୍ରାହୀ, ରାଜେନ୍ଦ୍ର ମେହେର ପ୍ରମୁଖ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀ, ସମ୍ପାଦକ ସରୋଜ କୁମାର ସାହୁ, କଣ୍ଠଶିଳ୍ପୀ ଶୈଳଭାମା ଏବଂ ସହ ସମ୍ପାଦିକା ଅମ୍ବିକା ସ୍ବାଇଁ ମଞ୍ଚାସୀନ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନିଆଁ ରେ ପୋଡି ହୋଇ ଗର୍ଭବତୀ ମହିଳା ଗୁରୁତର 

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ବିଡ଼ିଓ ତ୍ରିପୁରା ମହାନନ୍ଦଙ୍କ ଗ୍ରସ୍ତ 

Sunil Chandra Nayak

ମାରୱାଡି ୟୁବା ମଞ୍ଚ ପକ୍ଷରୁ ସର୍ବତ ବଣ୍ଟନ

masiha

Leave a Comment

error: Content is protected !!