ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୩ ପାଳନ

ଭବାନୀପାଟଣା:୪/୪ – (ମନିସ):- ଆଜି ଯଥା ତା ୦୪/୦୪/୨୦୨୩ ରିଖ ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୩ ପାଳନ କରାଯାଇଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଆୟୋଜିତ “ମାଣ୍ତିଆ ରଥ” ଓ ପୋଷଣ ପକ୍ଷ ସମ୍ବନ୍ଧୀୟ ପଦଯାତ୍ରା କୁ ସବୁଜ ପତାକା ପଦର୍ଶନ କରି ଜିଲ୍ଲାପାଳ କଳାହାଣ୍ଡି ଶ୍ରୀମତୀ ପି.ଅନ୍ବେଷା ରେଡ୍ଡୀ ମହୋଦୟା ଉଦଘାଟନ କରିଥିଲେ। ଭବାନୀପାଟଣା ପୌର ପରିଷଦର ପୌରାଧ୍ଯକ୍ଷା ଶ୍ରୀମତୀ ସଞ୍ଜୁକ୍ତା ବେହେରା ମହୋଦୟା ମଧ୍ୟ ଉପସ୍ଥିତ ଉକ୍ତ ଉତ୍ସବଟି କୁ ସଫଳ କରିବାରେ ସହାୟକ ହୋଇଥିଲେ। ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ କଳାହାଣ୍ଡି ଶ୍ରୀମତୀ ପୂଣ୍ଯବତୀ ହେଲେନ ଖେସ,ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ନୀୟତି ବାଳା ସୋରେନ୍, ଅତିରିକ୍ତ ଜିଲ୍ଲା କଲ୍ଯାଣ ଅଧିକାରୀ ଶ୍ରୀଯୁକ୍ତ ଦୁଲ୍ଳାଳ ସେନାପତି,ଜିଲ୍ଲା ମିଶନ ଶକ୍ତି ସଂଯୋଜିକା ଶ୍ରୀମତୀ ସୁଷମା ମିଶ୍ର, ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀଯୁକ୍ତ ଅମ୍ରିତ ପାଢୀ,ଜିଲ୍ଲା ପୋଷଣ କାର୍ଯ୍ଯକ୍ରମ ସଂଯୋଜକ ଶ୍ରୀଯୁକ୍ତ ଅଜୟ ବିହାର,ଜିଲ୍ଲା ପୋଷଣ ପ୍ରୋଗ୍ରାମ ସହାୟକ ଶ୍ରୀମତୀ ପ୍ରଜ୍ଞା ମହାପାତ୍ର, ଭବାନୀପାଟଣା ସହରାଞ୍ଚଳ ପୋଷଣ ବ୍ଳକ ସଂଯୋଜିକା ଶ୍ରୀମତୀ ଈପସିତା ତ୍ରିପାଠୀ, ମଶିନଶକ୍ତି ବ୍ଳକ ସଂଯୋଜିକା ସୁଲୋଚନା ପ୍ରଧାନ, ପରିଦର୍ଶିକା ସଂନ୍ଧ୍ୟାରାଣୀ ନାୟକ ପ୍ରମୂଖ ଯୋଗଦେବା ସହ ବହୁ ସଂଖ୍ଯାରେ ଅଙ୍ଗନବାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ଯା, ବ୍ଳକ ମହାସଂଘର ସଭାପତି,ସମ୍ପାଦିକା ଏବଂ ସହରର ଉଚ୍ଚ ବିଦ୍ୟାଳୟ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେବା ସହ ଏକ ବିଶାଳ ସଭାଯାତ୍ରାରେ ବାହାରି ଜିଲ୍ଲା ସମାଜ କଲ୍ୟାଣ କର୍ଯ୍ଯାଳୟରୁ ଜେଲ ଛକ ପର୍ଯ୍ୟନ୍ତ ଯାଇ ବିଭିନ୍ନ ସ୍ଳୋଗାନ ମାଧ୍ୟମରେ ଜନସାଧାରଣ ଙ୍କୁ ବାର୍ତ୍ତା ପ୍ରଦାନ କରି ସଚେତନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ “ମିଲେଟ୍” ଜାତୀୟ ଖାଦ୍ୟ କୁ “ଶ୍ରୀଅର୍ଣ୍ଣ” ବୋଲି ଗୁରୁତ୍ୱ ଦେଇ ଏହାର ବହୁଳ ପ୍ରଚାର ପ୍ରସାର ଓ ବ୍ଯବହାର ସମ୍ବନ୍ଧରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହା ପରେ ସମସ୍ତ ଅଂଶ ଗ୍ରହଣ କାରୀଙ୍କର ଜଳଯୋଗାଣ କାର୍ଯ୍ୟକ୍ରମ କରାଯିବା ପରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ମଧ୍ୟରେ ଲିଖିତ ପ୍ରଶ୍ନାବଳୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୈଠକ ଜରିଆରେ ଜିଲ୍ଲା ପୋଷଣ ମ୍ଯାନେଜର ଶ୍ରୀଯୁକ୍ତ ବିଶ୍ବନାଥ ଦାସ ମଧ୍ୟ ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟି, କିଶୋରୀ ଅବସ୍ଥାରେ ଯତ୍ନ,ତ୍ରିରଙ୍ଗା ଥାଳି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ।ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରାଯାଇଥିଲା।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ ଆର୍ଥିକ ସାକ୍ଷରତା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଆରବିଆଇ ଜିଏମ

Sunil Chandra Nayak

ଉତ୍କଳମଣି ସେବାସଂସ୍ଥା ଆନୁକୂଲ୍ୟରେ ଶୀତକାଳୀନ ସେବା ଶିବିର

Sunil Chandra Nayak

ଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା, ଅନ୍ତିମ ଦିନରେ ଫାଇନାଲ ପେନସନ ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!