ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତରଖାନା ଶିଶୁଓ୍ବାର୍ଡରେ ମାରବାଡି ଯୁବମଞ୍ଚ ପକ୍ଷରୁ ଫଳ,ବିସ୍କୁଟ୍ ବଣ୍ଟନ

ଭବାନୀପାଟଣା:୩/୪ – – ଭବାନୀପାଟଣା ମାରଓ୍ବାଡି ଯୁବମଞ୍ଚ ପକ୍ଷରୁ ଉତ୍କଳ ଦିବସ ଅବସରରେ ସମସ୍ତ ଯୁବ ବନ୍ଧୁ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ। ଭବାନୀପାଟଣା ମାରଓ୍ବାଡି ଯୁବ ମଞ୍ଚ ଜନହିତକର ବିଭିନ୍ନ ସେବା କରିଆସୁଅଛି ସେନେଇ ଉତ୍କଳ ଦିବସରେ ସ୍ଥାନୀୟ ଡାକ୍ତରଖାନା ଶିଶୁ ଓ୍ବାର୍ଡରେ ୧୦୦ ରୁ ଉର୍ଦ୍ଧ୍ବ ଶିଶୁମାନଙ୍କୁ ଫଳ ଏବଂ ବିସ୍କୁଟ୍ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିଏମଓ ଡ.ଗରିଶ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଏଡିଏମଓ ଡାକ୍ତର ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ମୁଖ ଅତିଥିଙ୍କୁ କାର୍ ବିନ୍,ସ୍ନେକ ପ୍ଳାଣ୍ଟ ଏବଂ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ନେଇ ସିଡିଏମ୍ଓ ଖୁସି ହେବା ସହିତ ବହୁତ ପ୍ରଶଂସା କରିଥିଲେ। କାର୍ଯ୍ଯକ୍ରମକୁ ସମସ୍ତ ଯୁବ କର୍ମୀ ସହଯୋଗ କରିଥିବା ବେଳେ ବିଶେଷ କରି ମନୀଷ ଶର୍ମା, ଅମାନ ଅଗ୍ରଓ୍ବାଲ,ରାହୁଲ ଅଗ୍ରଓ୍ବାଲ, ରାହୁଲ ଶର୍ମା, ଗୋପାଳ କୃଷ୍ଣ ଅଗ୍ରଓ୍ଵାଲ,କିଷାନ ଶର୍ମା, ବିପୁଲ ଅଗ୍ରଓ୍ବାଲ,ମହେଶ ଅଗ୍ରଓ୍ବାଲଙ୍କ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ମିଳିପାରିଥିଲା। ତେଣୁ ଯୁବ ମଞ୍ଚର ଅଧ୍ଯକ୍ଷ ସୌରଭ ଗୁପ୍ତା, ସେକ୍ରେଟାରୀ ଅମାନ ଅଗ୍ରଓ୍ବାଲ, ଓ କୋଷାଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ। ଭବାନୀପାଟଣା ଶାଖା ଓଡିଶା ପ୍ରାଦେଶିକ ମାରବାଡି ଯୁବ ଫୋରମ୍ ଆୟୋଜନ କରିଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

୫ଟି ଅଧକ୍ଷଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର 

masiha

ଆମେ ଓଡିଆ’ର ‘ଆମ ସଂସ୍କୃତି ଓ ଆମ ପରମ୍ପରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଅନିଶ୍ଚିତତା ମଧ୍ଯରେ ଧର୍ମଗଡ ଇଲେକ୍ଟ୍ରିକ ଡିଭିଜନ। ଧର୍ମଗଡ଼ ଇଲେକ୍ଟ୍ରିକାଲ ଡିଭିଜନ ସ୍ଥାନାନ୍ତିକରଣ ପ୍ରସଙ୍ଗକୁ ନେଇ  ବିଧାନସଭାରେ ପ୍ରଶ୍ନ ଉଠାଇଲେ ଧର୍ମଗଡ ବିଧାୟକ…

masiha

Leave a Comment

error: Content is protected !!