ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଚୈତ୍ର ପର୍ବ ପାଳନ

ଥୁଆମୂଳ ରାମପୁର:୦୪/୦୪ – (ମନିସ) ଥୁଆମୂଳ ରାମପୁର ବ୍ଳକର ଅଧିକାଂଶ ଗ୍ରାମାଞ୍ଚଳରେ ଓ ଘରେ ଘରେ ଚୈତ୍ର ପର୍ବରେ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯିବା ଏକ ପାରମ୍ପରିକ ରୀତିନିତି ସହ ଆନନ୍ଦ ସହ କେଉଁ ଆବାହନ କାଳରୁ ପାଳନ କରିବା ପ୍ରଥା ଚାଳିଆସିଛି। ବିଭିନ୍ନ ବର୍ଗର ଲୋକେ ନିଜନିଜ ଦେବାଦେବୀଙ୍କୁ ଏହି ଦିନରେ ବହୁତ ଜାକଜମକରେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥାଏ। ଏହାପରେ ଗ୍ରାମର ଠାକୁରାଣୀ ଙ୍କ ପୀଠରେ ଗ୍ରାମବାସୀ ଏକତ୍ରିତ ଭାବରେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥାଏ। ଅଧିକାଂଶ ଗ୍ରାମରେ ଚୈତ୍ର ପର୍ବରେ ପୁରୁଷ ଓ ମହିଳାଙ୍କ ଦେହରେ ଦେବାଦେବୀଙ୍କ ଆର୍ବିଭାବ ଯୋଗୁଁ ମୁଣ୍ଡରେ ଘଣ୍ଟ ବୋହିବା କଣ୍ଟାଦୋଳିରେ ଝୁଲିବା ଅଗ୍ନିରେ ଚାଲିବା ଭଳି ବିଭିନ୍ନ ଦୃଶ୍ୟ ଦେଖିବା ଦୃଶ୍ୟ ମିଳିଥାଏ। ଚୈତ୍ର ପର୍ବ ଦିନରେ ଗ୍ରାମର ଲୋକମାନେ ନିଜ ନିଜ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରି ନିଜ ପରିବାର ଓ ଗ୍ରାମର ମଙ୍ଗଳ ସାଧନା ପାଇଁ ଦେବାଦେବୀଙ୍କୁ ଶୁଭ କାମନା ଭିକ୍ଷା କରନ୍ତି। ଠାକୁରାଣୀଙ୍କ କାଳିସୀ ଗ୍ରାମର ଅଧିକାଂଶ ପରିବାର ମାନଙ୍କ ପାଖରେ ପହଞ୍ଚି ପୂଜା ପାଇ ସନ୍ତୋଷ ରେ ଫେରିଥାନ୍ତି,ଚୈତ୍ରମାସ ଆରମ୍ଭରେ କେଉଁଠି ୪ ଦିନ କେଉଁଠି ୯ ଦିନ ବ୍ଯାପି ମାଁଙ୍କ ପୂଜାର୍ଚ୍ଚନା ଚାଲିଥିଲା। ଗାଁରେ ଥିବା ଠାକୁରାଣୀ ଙ୍କ ପୀଠରେ ଗ୍ରାମବାସୀ ମାନେ ଏକତ୍ରିତ ଭାବରେ ନଡ଼ିଆ, କଦଳୀ, ଛେଳି, ମେଣ୍ଢା, କୁକୁଡ଼ା, ପାରା ଭୋଗରାଗ ଦେଇ ମାଁଙ୍କୁ ସନ୍ତୋଷ କରିବା ପାଇଁ ପୂଜାର୍ଚ୍ଚନା କରିଥିଲେ। ଏପରି ଭାବରେ ଥୁଆମୂଳ ରାମପୁର ବ୍ଳକର ଗୁଣୁପୁର, ଗୋପାଳପୁର, ଥୁଆମୂଳ ରାମପୁର ଭଳି ଅନେକ ଗ୍ରାମ ମାନଙ୍କରେ ଧୂମଧାମରେ ଚୈତ୍ର ପର୍ବ ପାଳନ କରିବା ସହିତ ଭକ୍ତଙ୍କ ମନୋରଞ୍ଜନ ପାଇଁ ରାତିରେ ନାଟକ ପରିବେଷଣର ଆୟୋଜନ ମଧ୍ୟ କରାଯାଇଥିଲା। ତେବେ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଚୈତ୍ର ପର୍ବ ଟି ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜନ୍ମାଷ୍ଟମୀ….

masiha

କର୍ଲାମୁଣ୍ଡା: ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ

Sunil Chandra Nayak

ବଡ଼ବିଲ କେନ୍ଦ୍ରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହାଆଡମ୍ବରରେ ଉତ୍ସବ ପାଳନ

masiha

Leave a Comment

error: Content is protected !!