ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ମୋଟ୍ରାଣୀ ଦ୍ବି ଦିବସିୟ ଦିବାରାତ୍ରି ଢ଼ାବା ଭଲିବଲ ଟୁର୍ନାମେଣ୍ଟ ଉଦଯାପିତ

କୋକସରା,୫/୦୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଠାରେ ମା ମୋଟ୍ରାଣୀ ଭଲିବଲ କ୍ଲବ ଗୋଳେଇଛକ ଦ୍ୱାରା ଆୟୋଜିତ ଦୁଇ ଦିନିଆ ଦିବାରାତ୍ରି ଢ଼ାବା ଭଲିବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇ ଯାଇଛି l ସମୁଦାୟ ୨୩ ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ଖେଳ କେ ଏମ ସି ଶିକ୍ସ ମୂଖିଗୁଡା ଓ ଭଇଁରୀ ଗୁଡା ମଧ୍ୟରେ ରୋମାଞ୍ଚକ ମ୍ୟାଚ ହୋଇଥିଲା । ଏଥିରେ କେ ଏମ ସି ସିକ୍ସ ମୂଖିଗୁଡା ଦଳ ବିଜୟୀ ଲାଭ କରି ଚାମ୍ପିୟାନ ହୋଇ ପୁରସ୍କାର ରାଶି ଗ୍ରହଣ କରିଥିଲେ l ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଓ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ମୋଟେର ସରପଞ୍ଚ ବାସନ୍ତୀ ନାଏକ, ସମ୍ମାନିତ ଅତିଥି ଭାବେ ମୋଟେର ସମିତି ସଭ୍ୟା ଉଆଁସୀ ପାନ, ସମାଜସେବୀ ଦୁଷ୍ମନ୍ତ ପଟ୍ଟଯୋଷୀ, ପୂର୍ବତନ ମୋଟେର ଫାଣ୍ଡି ଅଧିକାରୀ ଶେଖର ଜେନା, ନାରୀ ନେତ୍ରୀ କୁନ୍ତୀ ପାଳ, ଲାବାନ୍ୟ ପାନ, ଯୁଧିଷ୍ଠିର ପାଣିଗ୍ରାହୀ, ସୁଶୀଲ ଜାଲ, ମୋହନ ନାଏକ, ଗୋବିନ୍ଦ ପାନ, ପବିତ୍ର ଦୁର୍ଗା, ଚାରୁ ଜାଲ,ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରି ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ l ଖେଳକୁ ଶମ୍ଭୁ ଜାଲ ଓ କ୍ରିଷ୍ଣା ଦୀପ ପରିଚାଳନା କରିଥିବା ବେଲେ ରାଜେଶ ନାଏକ ଓ ଯଶୋବନ୍ତ ଜାଲ ସ୍କୋର ବୋର୍ଡ ସମ୍ଭାଳି ଥିଲେ l ଖେଳର ପ୍ରତ୍ୟେକ୍ଷ ଧାରା ବିବରଣୀ ମନମୋହନ ଦାସ ଓ ମୁନା ଖିଳ ପ୍ରଦାନ କରିଥିଲେ l ଆୟୋଜକ ମୋଟ୍ରାଣୀ ଗୋଳେଇ ଛକ କ୍ଲବର ହର ଜାଲ, ବଳରାମ ଦୁର୍ଗା, ତପନ ପାନ, ରାଜେଶ ପାନ, ଗୁଡ଼ୁ ପାଳ, ନନ୍ଦ ପାନ, ଟୁନା ପାଳ, ବିଘ୍ନେ ନାଏକ, ଭୀଷ୍ମରଥୀ ଦୁର୍ଗା, ଦାନୀଏଲ ନାଏକ, ରୁନୁ ଖମାରୀ, ବିକି ନାଏକ, କୁନା ନାଗ, ଡିସେମ୍ବର ଭୋଇ ପରିଚାଳନାରେ ସହଯୋଗ କରିଥିଲେ l

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଜା ଖଣ୍ଡୁଆଳ ଦିବା ରାତ୍ରି କ୍ରିକେଟ ପ୍ରତିଯୋଗୀତା ଉଦଘାଟିତ

Sunil Chandra Nayak

୩୦ ତମ ଓଡିଶା ରାଜ୍ୟ ପାୱାର ଲିଫ୍ଟିଙ୍ଗ ଚାମ୍ପିଆନସିପ୍ -୨୦୨୪ ରେ ୨୧ ବର୍ଷ ର ଯୁବକ ଅନିକେତ୍ ହେଲେ ଦ୍ଵିତୀୟ 

masiha

କନ୍ଦରପୁର କପ୍ ରାଜ୍ୟ ସ୍ତରୀୟ କ୍ରିକେଟ : ମୁକ୍ତେଶ୍ଵରକୁ ହରାଇ ୟୁନିୟନ କ୍ଲବ ସେମିରେ 

masiha

Leave a Comment

error: Content is protected !!