ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଢେଙ୍କାନାଳ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ

ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ମା ସିଦ୍ଧ ବାସେଳିଙ୍କ ପିଠରେ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା। ମଧ୍ୟାହ୍ନ ବେଳେ ମାଙ୍କର ଷୋଡ଼ଷ ଉପଚାର ରେ ପୂଜା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ରେ ପଣା ଓ ମା’ଙ୍କ ସମ୍ମାନରେ ଘୋଡା ନୃତ୍ୟ ପରିବେଷଣ ହୋଇଥିଲା। ଭକ୍ତମାନେ ମା’ଙ୍କ ପିଠରେ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟା ସମୟରେ ମା’ଙ୍କ ଘୋଡାକୁ ବିଭିନ୍ନ ବାଦ୍ୟ,ବାଣ, ରୋଷଣୀ ଦ୍ବାରା ସହର ପରିକ୍ରମା କରାଯାଇଥିଲା। ଏଥିରେ ସମସ୍ତ କମିଟି ର କର୍ମକର୍ତ୍ତା ଓ ଭକ୍ତମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ଆନନ୍ଦ ବଜାର ମା କାମନା କାଳୀଙ୍କ ପିଠରେ ମେରୁ ପର୍ବ ପାଳିତ

Sunil Chandra Nayak

ସତସଙ୍ଗ କମିଟି ତରଫରୁ ଗୀତା ଯଜ୍ଞ 

Sunil Chandra Nayak

ରାଇରଙ୍ଗପୁରରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମା’ଜଗଦ୍ଧାତ୍ରୀ ଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା

masiha

Leave a Comment

error: Content is protected !!