ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଢେଙ୍କାନାଳ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ

ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ମା ସିଦ୍ଧ ବାସେଳିଙ୍କ ପିଠରେ ନିଖିଳ ଉତ୍କଳ କୈାବତ୍ୟ ମହାସଭାର ମହା ଚୈତ୍ର ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ କାଳରୁ ମଙ୍ଗଳ ଆଳତି, ମହାସ୍ନାନ, ନୂତନ ବସ୍ତ୍ର, ପୁଷ୍ପମାଲ୍ୟ, ଧୂପ, ଦୀପ, ବିଭିନ୍ନ ପ୍ରକାର ଭୋଗଲାଗି କରାଯାଇଥିଲା। ମଧ୍ୟାହ୍ନ ବେଳେ ମାଙ୍କର ଷୋଡ଼ଷ ଉପଚାର ରେ ପୂଜା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ରେ ପଣା ଓ ମା’ଙ୍କ ସମ୍ମାନରେ ଘୋଡା ନୃତ୍ୟ ପରିବେଷଣ ହୋଇଥିଲା। ଭକ୍ତମାନେ ମା’ଙ୍କ ପିଠରେ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟା ସମୟରେ ମା’ଙ୍କ ଘୋଡାକୁ ବିଭିନ୍ନ ବାଦ୍ୟ,ବାଣ, ରୋଷଣୀ ଦ୍ବାରା ସହର ପରିକ୍ରମା କରାଯାଇଥିଲା। ଏଥିରେ ସମସ୍ତ କମିଟି ର କର୍ମକର୍ତ୍ତା ଓ ଭକ୍ତମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସମାପନ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ମହାବୀର ମୁକ୍ତି ମଣ୍ଡପରେ ବଟ ଓ ଅଶ୍ବତ୍ଥ ବୃକ୍ଷର ଶୁଭ ପରିଣୟ 

masiha

ମୁନିଗୁଡାରେ 37ତମ ମହାଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ,ସଭାପତିରୁ ପୂର୍ଣ୍ଣ ଅବସର ଅଜୀତିକୁ ସମର୍ପଣ

masiha

ଗୋପାଳ ଶ୍ରୀକ୍ଷେତ୍ର ସମେତ ଝରିଗୁମ୍ମା ଅଞ୍ଚଳଗୁମ୍ମା ରେ ଶ୍ରୀଜୀଉ ଙ୍କ ହାତୀ ବେଶ 

Leave a Comment

error: Content is protected !!