ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ନୂତନ ଜିଲ୍ଲା ଦାବି ରେ ବାମନଘାଟି ବନ୍ଦ ନେଇ ରାଇରଙ୍ଗପୁର ବ୍ଳକ ସ୍ତରୀୟ ପ୍ରସ୍ତୁତି ବୈଠକ

ମୟୂରଭଞ୍ଜ- ୬/୪ (ମସିହା) ବାମନଘାଟୀ ଉପଖଣ୍ଡକୁ ସ୍ବତନ୍ତ୍ର ରାଇରଙ୍ଗପୁର ଜିଲ୍ଲା ଗଠନ ଆନ୍ଦୋଳନ ନେଇ ଆଜି ସ୍ଥାନୀୟ ରାଇରଙ୍ଗପୁର ବ୍ଳକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ପ୍ରସ୍ତୁତି ବୈଠକ ବ୍ଳକ ଅଧ୍ୟକ୍ଷ  ଜ୍ଞାନ ରଂଜନ ହେମ୍ବ୍ରମ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତି ,କାଳିପ୍ରସନ୍ନ ମହାନ୍ତି, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ବରିଷ୍ଠ ବିଜେପି ନେତା ଅଶୋକ ମହାନ୍ତ,ଜିଲ୍ଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ, ବରିଷ୍ଠ ବିଜେଡି ନେତା ନୀନା ଦାସ ପ୍ରମୁଖ ସାମିଲ ହୋଇଥିଲେ । ଜିଲ୍ଲାର ଆଭିମୁଖ୍ୟ , ଏବଂ ଆବଶ୍ୟକତା ନେଇ ଜନପ୍ରତିନିଧି ସରପଞ୍ଚ କରବୀ ମୁଣ୍ଡାରୀ, ସରପଞ୍ଚ ସାଉଁନା ମାଝୀ, ସାମ୍ବାଦିକ ସୁବ୍ରତ ମହାନ୍ତି, ସାମ୍ବାଦିକ ସୁଜିତ ପଟ୍ଟନାୟକ, ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ଅକ୍ଷୟ ବିଶ୍ବାଳ, ସତ୍ୟ ରଂଜନ ପାଲ, ଅଭିଷେକ ପଟ୍ଟନାୟକ, ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁ, ସରପଞ୍ଚ ମାନସିଂହ ମାଝୀ ପ୍ରମୁଖ ରାଇରଙ୍ଗପୁର ନୂତନ ଜିଲ୍ଲା ନେଇ ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ବ୍ଳକର ସମସ୍ତ ଗାଁ,ହାଟ, ଦୋକାନ ବଜାର,ରେଳ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ବ୍ୟାଙ୍କ ପ୍ରଭୃତି କୁ ଶାନ୍ତି ଶୃଙ୍ଖଳା ର ସହ ବନ୍ଦ କରାଯିବା ପାଇଁ ବକ୍ତବ୍ୟ ରଖିଥିଲେ । ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ବାମନଘାଟୀ ଉପଖଣ୍ଡକୁ ସଂପୁର୍ଣ୍ଣ ଭାବେ ଵାରଘଣ୍ଟିଆ ବନ୍ଦ କରିବା ପୂର୍ବ ନିଷ୍ପତ୍ତିକୁ ପାଳନ ପାଇଁ ଆହ୍ବାନ ଦିଆଯାଇଥିଲା । ବ୍ଳକର ସମସ୍ତ ଅଂଚଳରେ ବୈଠକ, ପଥପ୍ରାନ୍ତ ସଭା,ବାନର ପୋଷ୍ଟର ,ଡ଼ାକବାଜି ଯନ୍ତ୍ର ଦ୍ବାରା ସମସ୍ତଙ୍କୁ ସଚେତନତା ବାର୍ତା ଦେବାପାଇଁ ନିଷ୍ପତ୍ତି ହୋଇଥିଲା । ଆଜିର ବୈଠକରେ ସ୍ଵତଃସ୍ପୃତ ଭାବରେ ବହୁ ସଂଖ୍ୟାରେ ବିଭିନ୍ନ ସଂଗଠନ ତରଫରୁ କର୍ମକର୍ତ୍ତାବୃନ୍ଦ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଗଣମାଧ୍ୟମ ପ୍ରତିନିଧି, ଜନପ୍ରତିନିଧି ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ କର୍ମୀ, ସ୍ବେଛାସେବୀ,ବଣିକ ସଂଘ ର କର୍ମକର୍ତ୍ତା ସାମିଲ ହୋଇଥିଲେ ।ଶେଷରେ ସମାଜସେବୀ ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ

Sunil Chandra Nayak

ଚମ୍ପି ପଞ୍ଚାୟତ ଠାରେ ପରବ ୨୦୨୩ ଅନୁଷ୍ଠିତ 

masiha

ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

Leave a Comment

error: Content is protected !!