ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ନବବର୍ଷ ପାଇଁ ଗରିମାର ପ୍ରସ୍ତୁତି ବୈଠକ

ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ସେକ୍ଟର ୧ ପାର୍କ ହୋଟେଲ ଠାରେ ଆସନ୍ତା ୧୪ ତାରିଖ ଦିନ ଓଡିଆ ନବବର୍ଷ ବା ପଣା ସକ୍ରାନ୍ତି ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏହି ବୈଠକରେ ଗରିମା ର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସିଭିକ ସେଣ୍ଟର୍ ଠାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ସଂଗୀତ ଓ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ସାଗର ରିଦିମ ଓ ଅରବିନ୍ଦ ପରିଡାଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏହି ଅବସରରେ ଗତ ଉତ୍କଳ ଦିବସ ପାଳନ ସଫଳ ରୂପେ ସମାପ୍ତ ହୋଇଥିବାରୁ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଓଡିଆ ନବବର୍ଷ ପାଳନ ପାଇଁ ସହରର ସମସ୍ତ ଅନୁଷ୍ଠାନକୁ ନିମନ୍ତ୍ରଣ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରଶ୍ମିତ ସାହାଣୀ, ଜିତେନ୍ଦ୍ର ବସ୍ତିଆ, ମମତା ନାୟକ, ଡଃ ସରିତା ମଲ୍ଲ, ନିହାରିକା ବସ୍ତିଆ, ପ୍ରଣତୀ ଜେନା, ସୁନିତା ଶ୍ରୀନିବାସନ, ସିଲି ମହାନ୍ତି,ଶଙ୍ଖରିନା ପ୍ରଧାନ, ଶର୍ମିଲା ରାଜଗୁରୁ, ସନ୍ତୋଷୀ ମଲ୍ଲିକ, ମୋନାଲିସା ସାହୁ, ମୋନାଲିସା ଗୌଡ,ସୁମିତ୍ରା ଦାଶ,ମମତା ଦାସ, ରଶ୍ମି ମହାନ୍ତି,ଶାନ୍ତିଲତା ବାରିକ, ମୀନତି ମୋଦି, ଲୀନା ତ୍ରିପାଠୀ, ଦେବସ୍ମିତା ଶତପଥୀ,ମୀନାକ୍ଷୀ ପାଢୀ, ରେବତୀ ବାରିକ, ସାଗର ଜେନା, ଅରବିନ୍ଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗର୍ତ୍ତରେ ବୁଡି ବାଳକ ମୃତ 

Sunil Chandra Nayak

ସାପ ଗଣ୍ଡା କାଲେଶ୍ଵର ମହାଦେବଙ୍କ ନୂତନ କର୍ମକର୍ତ୍ତା ଗଠନ

Sunil Chandra Nayak

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

Sunil Chandra Nayak

Leave a Comment

error: Content is protected !!