ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ସରପଞ୍ଚ ସରକାରଙ୍କ ତରଫରୁ ବନ୍ଦ ହୋଇଥିବା ପ୍ରାଥମିକ ସ୍କୁଲ ରେ ୨୫ ଜଣଙ୍କୁ ନାମ ପଞ୍ଜିକରଣ କରାଇ ସ୍କୁଲ ଚାଲୁ ରଖିଲେ                             

 ବନ୍ଧୁଗାଁ ତା ୧୧/୪/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବନ୍ଧୁଗାଁ ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଝୁମୁକା ଗ୍ରାମରେ ପାଠ ପଢା ପାଇଁ ପିଲା ଥାଇ ମଧ୍ୟ ସ୍କୁଲ ଶିକ୍ଷକଙ୍କ ଦ୍ୱାରା ୮ ଜଣ ଛାତ୍ରଛାତ୍ରୀ ଥିବା ଦର୍ଶାଇ ବନ୍ଦ ହେବାକୁ ଥିବା ସ୍କୁଲରେ ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମହାନ୍ତି ଓ ଅଖ୍ୟଭାନୁ ପଣ୍ଡା ଙ୍କ ଉପସ୍ଥିତିରେ ନାମ ଲେଖାଇ ସ୍କୁଲ ଚାଲୁ ରଖିବା ପ୍ରୟାସ କଲେ । ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ମୁଁ ଆମ ଗାଁରେ ସ୍କୁଲ ନ ଥିବା ସମୟରେ ବହୁ କଷ୍ଟରେ ଆଶ୍ରମ ସ୍କୁଲ ରେ ପାଠ ପଡି ଆଜି ସରପଞ୍ଚ ହୋଇଛି । ମୋର ପଞ୍ଚାୟତର ତଲଡାବାରି, ଉପରଡାବାରି, କୁଞ୍ଜେରି ଗ୍ରାମରୁ ଆଜି ପର୍ଯ୍ୟନ୍ତ ଜଣେ ପିଲା ମଧ୍ୟ ସ୍କୁଲ ପିଣ୍ଡା ମାଡି ନ ଥିବା ଦେଖିବକୁ ମିଳିଛି । ଏହି ତିନୋଟି ଗାଁ ପାଇଁ ମାର୍ଦିଝୋଲା ଗ୍ରାମ ଠାରେ ଥିବା ସ୍କୁଲ ମଧ୍ୟ ସରକାରଙ୍କ ଦ୍ୱାରା ବନ୍ଦ କରି ଦିଆଗଲା । ତଲଡାବାରି ଗାଁ ରୁ ମାତ୍ର ୨ ଜଣ ପିଲାମାନେ ପାଠ ପଢିବା ପାଇଁ ପ୍ରାୟ ୪ କିମି ରାସ୍ତା ନ ଥାଇ ପାଦ ଚଲା ରାସ୍ତାର ଘଞ୍ଚ ଜଙ୍ଗଲ ଦେଇ ନଦୀ ନାଳ ପାରି ହୋଇ ମାର୍ଦିଝୋଲା ସ୍କୁଲ କୁ ଆସୁଥିଲେ । ପିଲାଙ୍କ ପିତାମାତା କହିବା ଅନୁଯାଇ ଉକ୍ତ ସ୍କୁଲ କୁ ପିଲା ମାନେ ଯାଉ ଥିବା ବେଳେ ହଠାତ ବଣ ବାରହ ଦେଖୁ ଭୟରେ ସେହି ଦିନରୁ ପିଲାଙ୍କୁ ପାଠ ପଢିବା ପାଇଁ ଛାଡିଲେ ନାହିଁ।ଆଜି ରାସ୍ତା ଟିଆରି ହେଲା କିନ୍ତୁ ସରକାରଙ୍କ ଦ୍ୱାରା ସ୍କୁଲ ବନ୍ଦ କରାଯିବା ପୁଣି ଉକ୍ତ ୪ ଟି ଗାଁରୁ ଜଣେ ମଧ୍ୟ ପିଲା ପାଠ ନ ପଡ଼ିବା କାହାର ଭୂଲ ଭୁଲ ରହିଛି ଏଥିପାଇଁ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପିଲାଙ୍କୁ ପାଠ ପଢିବା ଅଧିକାର କିପରି ସମାଧାନ ହୋଇ ପାରିବ ଶିକ୍ଷା ବିଭାଗ ଅଧିକାରୀ ନେବେ କି ? । ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଝୁମୁକା ଗ୍ରାମରେ ସ୍କୁଲ ବନ୍ଦ ହେବାକୁ ଥିବାରୁ ସଙ୍ଗେ ସଙ୍ଗେ ୱାର୍ଡ ମେମ୍ବର ସିଲିକା ଟ୍ରେପେକା, ଅଙ୍ଗନୱାଡି କର୍ମୀ , ଗାଁ ର ମୁଖ୍ୟ ବାସୁ ୱାଟାକା ଓ ଶିବ ଟ୍ରେପେକା ଙ୍କ ସହିତ ବିଚାରବିମର୍ଶ ଥିଲେ । ଏହା ପରେ ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ଉପସ୍ଥିତିରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଠାରେ ଝୁମୁକା ସ୍କୁଲ ବନ୍ଦ ନ କରିବାକୁ ଦାବି ଜଣାଇ ଥିଲେ । ସରପଞ୍ଚ ଝୁମୁକା ଗ୍ରାମରୁ ୪୯ ଜଣ ତଲଡାବାରି ୧୪ ଜଣ, ଉପରଡାବାରି ୧୫ ଜଣ , କୁଞ୍ଜେରୀ ୧୩ ଜଣ ଓ ମାର୍ଦିଝୋଲା ରୁ ୨୭ ଜଣ ପିଲା ପାଠ ପଢିବା କୁ ଥିବା ଗ୍ରାମକୁ ଯାଇ ୱାର୍ଡ ମେମ୍ବର, ଅଙ୍ଗନୱାଡି କର୍ମୀ ଓ ଗାଁ ମୁଖ୍ୟଙ୍କ ସହିତ ପ୍ରତି ଘରକୁ ଯାଇ ପିଲାଙ୍କ ଆଧାର କାର୍ଡ ଅନୁଯାଇ ଯୋଗ୍ୟ ପିଲାଙ୍କ ତାଲିକା କରିଥିଲେ । ଉକ୍ତ ତାଲିକା କୁ ସରପଞ୍ଚ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ପତ୍ର ସଂଖ୍ୟା ୩୨/୨୦୨୩ ଚିଠା କରି ତା ୬/୪/୨୩ ରିଖରେ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର ଓ ବିଡ଼ିଓ ଆକାଶ ପଟ୍ଟନାୟକ ଙ୍କୁ ଝୁମୁକା ବିଦ୍ୟାଳୟ ବନ୍ଦ ନ କରିବା ପାଇଁ ଅନୁରୋଧ କରିଥିଲେ । ଏହା ସହିତ କିଛି ଆଶ୍ରମ ସ୍କୁଲ ଗୁଡିକରେ ପିଲାଙ୍କୁ ପାଠ ପଢିବା ପାଇଁ ଛାଡ଼ିବାକୁ ସ୍ଥାନୀୟ ଆଶ୍ରମ ପ୍ରଧାନ ଶିକ୍ଷକ ଙ୍କୁ ସିଟ୍ ରଖିବା ପାଇଁ ସରପଞ୍ଚ ଫୋନ ମଧ୍ୟମରେ ଜଣାଇଛନ୍ତି । ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଙ୍କ ଏହି ପ୍ରକାର ଚେଷ୍ଠା ପାଇଁ ବ୍ଲକ ପ୍ରଶାସନ ଓ ଅନେକ ବୁଦ୍ଧି ଯିବି ଧନ୍ୟବାଦ ସହିତ ଶୁଭେଚ୍ଛା ଜଣାଇଛନ୍ତି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Sunil Chandra Nayak

5 T ସଚିବଙ୍କ ନାରାୟଣପାଟଣା ଗସ୍ତ

Sunil Chandra Nayak

ପ୍ରଗତି ଉତ୍କଳ ସଂଘର ଶୀତ କବିତା ଆସର

masiha

Leave a Comment

error: Content is protected !!