ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

ବନ୍ଧୁଗାଁ.୧୦।୦୪।୨୩,ପ୍ରତ୍ୟେକ ଦିନ କିଛିନା କିଛି ସମସ୍ୟା ବନ୍ଧୁଗାଁ ବ୍ଲକରେ ଦେଖା ଦେଉଛି । ଆଜି ଏଇ ଭଳି ଏକ ସମସ୍ୟା କୁଟ୍ରାବେଡା ପଞ୍ଚାୟତର ଉତକାପାଡୁ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଠାରେ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣିଯାଏଁ ଥିବା ବେଳେ ୫୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ଦୁଃଖର ବିଷୟ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ଜଣେ ଶିକ୍ଷକ ୮ଟି ଶ୍ରେଣିରେ ପାଠ ପଢାଇବା ସମ୍ଭପର ହେଉ ନଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟତିକ୍ରମ ଦେଖା ଦେଇଛି । ଏହା ପୁର୍ବରୁ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିଲେ । ସେଥିରୁ ଜଣେ ଶିକ୍ଷକ ଗତ ମାସ ୩୧ ତାରିଖରେ ଅବସର ନେବା ପରେ ଏବେ ଦସ ଦିନ ହେଲାଣି ବିଦ୍ୟାଳୟରେ ଶିକ୍ଷା ପ୍ରଦାନରେ ଅବହେଳା ହେଉଚି । ବର୍ତମାନ ପାଠ ପଢେଇବେ କେତେବେଳେ ଅନ୍ୟାନ୍ୟ କାଗଜପତ୍ର କାମ କରିବେ କେତେବେଳେ । ଏମଡିଏମ୍ ଖାଦ୍ୟ ପାଇଁ ସୌଦାପତ୍ର ଆଣିବେ କେତେ ବେଳେ ତାକୁ ନେଇ ବିଦ୍ୟାଳୟ ଦାଇତ୍ଵରେ ଥିବା ଶିକ୍ଷକ ଜଣକ ଚିନ୍ତାରେ ପଡିଛନ୍ତି । କିଛି ଦିନ ତଳେ ଗୋଷ୍ଟି ଶିକ୍ଷାଅଧିକାରି ଖୋଦ ବିଦ୍ୟାଳୟ ପରିଦର୍ଷନରେ ଆସି ସବୁକିଛି ପରକ୍ଷି ଯାଇଥିଲେ । ବିଦ୍ୟାଳୟରେ ପିଲାଙ୍କ ପାଠ ପଢାରେ ସମସ୍ୟା ହେଉଥିବା ଦେଖି ଅନ୍ୟ ବିଦ୍ୟାଳର ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଦିଆଯିବ ବୋଲି କହିଥିଲେ ।ହେଲେ ହାତି ପଁପଁ ଫୁସ୍।ଅଧିକାରି ତାଙ୍କ ବାଟରେ ବିଦ୍ୟାଳୟ ତା ବାଟରେ । ଜୋଉଠି ଖୋଦ ଗୋଷ୍ଟି ଶିକ୍ଷା ଅଧିକାରି ହେଡ କ୍ଵାଟରରେ ନରହି କୋରାପୁଟରେ ରହି ଦୈନିକ ବନ୍ଧୁଗାଁ ବ୍ଲକକୁ ଜାତାୟତ କରୁଛନ୍ତି ସେଠି ବିଦ୍ୟାଳୟ ଗୁଡିକ କିପରି ପରିଚାଳିତ ହେଉଥିବ ତାହା ଠିକ୍ ଅନୁମେୟ । ତେଣୁ ଜିଲ୍ଲା ଶିକ୍ଷା ଅଧିକାରି ଏଥିପ୍ରତି ଦୃଷ୍ଟି ଦେଲେ ଛାତ୍ର ଛାତ୍ରୀ ମାନେ ଉଚ୍ଚିତ ଶିକ୍ଷା ପାଇ ପାରିବେ ବୋଲି ଅଭିଭାବକଙ୍କ ମହଲରେ ମତ ପ୍ରକାସ ପାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ

Related posts

ପୁର୍ବତନ ଭଳିବଲ ଖେଳାଳିଙ୍କ ଅକାଳ ବିୟୋଗ

Sunil Chandra Nayak

ଲୋକନାଥପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର 

masiha

ବନ୍ଧୁଗାଁ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ

masiha

Leave a Comment

error: Content is protected !!