ବନ୍ଧୁଗାଁ.୧୦।୦୪।୨୩,ପ୍ରତ୍ୟେକ ଦିନ କିଛିନା କିଛି ସମସ୍ୟା ବନ୍ଧୁଗାଁ ବ୍ଲକରେ ଦେଖା ଦେଉଛି । ଆଜି ଏଇ ଭଳି ଏକ ସମସ୍ୟା କୁଟ୍ରାବେଡା ପଞ୍ଚାୟତର ଉତକାପାଡୁ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଠାରେ ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣିଯାଏଁ ଥିବା ବେଳେ ୫୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ଦୁଃଖର ବିଷୟ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ଜଣେ ଶିକ୍ଷକ ୮ଟି ଶ୍ରେଣିରେ ପାଠ ପଢାଇବା ସମ୍ଭପର ହେଉ ନଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟତିକ୍ରମ ଦେଖା ଦେଇଛି । ଏହା ପୁର୍ବରୁ ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିଲେ । ସେଥିରୁ ଜଣେ ଶିକ୍ଷକ ଗତ ମାସ ୩୧ ତାରିଖରେ ଅବସର ନେବା ପରେ ଏବେ ଦସ ଦିନ ହେଲାଣି ବିଦ୍ୟାଳୟରେ ଶିକ୍ଷା ପ୍ରଦାନରେ ଅବହେଳା ହେଉଚି । ବର୍ତମାନ ପାଠ ପଢେଇବେ କେତେବେଳେ ଅନ୍ୟାନ୍ୟ କାଗଜପତ୍ର କାମ କରିବେ କେତେବେଳେ । ଏମଡିଏମ୍ ଖାଦ୍ୟ ପାଇଁ ସୌଦାପତ୍ର ଆଣିବେ କେତେ ବେଳେ ତାକୁ ନେଇ ବିଦ୍ୟାଳୟ ଦାଇତ୍ଵରେ ଥିବା ଶିକ୍ଷକ ଜଣକ ଚିନ୍ତାରେ ପଡିଛନ୍ତି । କିଛି ଦିନ ତଳେ ଗୋଷ୍ଟି ଶିକ୍ଷାଅଧିକାରି ଖୋଦ ବିଦ୍ୟାଳୟ ପରିଦର୍ଷନରେ ଆସି ସବୁକିଛି ପରକ୍ଷି ଯାଇଥିଲେ । ବିଦ୍ୟାଳୟରେ ପିଲାଙ୍କ ପାଠ ପଢାରେ ସମସ୍ୟା ହେଉଥିବା ଦେଖି ଅନ୍ୟ ବିଦ୍ୟାଳର ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ଦିଆଯିବ ବୋଲି କହିଥିଲେ ।ହେଲେ ହାତି ପଁପଁ ଫୁସ୍।ଅଧିକାରି ତାଙ୍କ ବାଟରେ ବିଦ୍ୟାଳୟ ତା ବାଟରେ । ଜୋଉଠି ଖୋଦ ଗୋଷ୍ଟି ଶିକ୍ଷା ଅଧିକାରି ହେଡ କ୍ଵାଟରରେ ନରହି କୋରାପୁଟରେ ରହି ଦୈନିକ ବନ୍ଧୁଗାଁ ବ୍ଲକକୁ ଜାତାୟତ କରୁଛନ୍ତି ସେଠି ବିଦ୍ୟାଳୟ ଗୁଡିକ କିପରି ପରିଚାଳିତ ହେଉଥିବ ତାହା ଠିକ୍ ଅନୁମେୟ । ତେଣୁ ଜିଲ୍ଲା ଶିକ୍ଷା ଅଧିକାରି ଏଥିପ୍ରତି ଦୃଷ୍ଟି ଦେଲେ ଛାତ୍ର ଛାତ୍ରୀ ମାନେ ଉଚ୍ଚିତ ଶିକ୍ଷା ପାଇ ପାରିବେ ବୋଲି ଅଭିଭାବକଙ୍କ ମହଲରେ ମତ ପ୍ରକାସ ପାଇଛି ।
ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ