ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳ ସ୍ମୃତି ବିଦ୍ୟାପୀଠର ପୁରାତନ ଛାତ୍ର ସଂସଦ ଗଠିତ , ରଘୁନାଥ – ସଭାପତି , ଉମେଶ – ସମ୍ପାଦକ : ତାପସ – ସଂଗଠନ ସମ୍ପାଦକ

କଟକ : କଟକ ସଦର ଅଞ୍ଚଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ନାମରେ ନାମିତ କନ୍ଦରପୁର ପଞ୍ଚାୟତର ସିଦ୍ଧେଶ୍ୱରପୁର ସ୍ଥିତ ଗୋପାଳ ସ୍ମୃତି ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ” ପୁରାତନ ଛାତ୍ର ସଂସଦ” ଗଠିତ ହୋଇଛି। ଏହି ସଂସଦ ଦ୍ଵାରା ବିଦ୍ୟାପୀଠର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ଲାଟିନମ ଜୁବୁଲି ଉତ୍ସବକୁ ପାଳନ କରାଯିବ।ସ୍କୁଲ ପରିସରରେ ଅନେକ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ପ୍ଲାଟୁନମ ଜୁବୁଲି ପାଳନ ନିମନ୍ତେ ୩ୟ ପ୍ରସ୍ତୁତି ବୈଠକ ସାଧୁ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ବିଶ୍ଵାଳ ଓ ପୁରାତନ ଛାତ୍ର ଇଂ ଅରକ୍ଷିତ ଭୋଇ ମଞ୍ଚଶିନ ଥିଲେ। ସର୍ବସମ୍ମତି କ୍ରମେ ସଭାପତି ଭାବରେ ରଘୁନାଥ ପୃଷ୍ଟି , ଉପସଭାପତି ଭାବରେ ଅକ୍ଷୟ ଭୂୟାଁ ଓ କରୁଣାକର ପ୍ରଧାନ , ସାଧାରଣ ସମ୍ପାଦକ ଭାବରେ ଉମେଶ ଚନ୍ଦ୍ର ଜେନା , ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ପ୍ରଧାନ , ସଂଗଠନ ସମ୍ପାଦକ ତାପସ ରାଉତରାୟ , କୋଷାଧ୍ୟକ୍ଷ – ପ୍ରଦୀପ କର , ସହ କୋଷାଧ୍ୟକ୍ଷ- ନବଘନ ରାଉତ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ସେହିପରି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଏକ ସ୍ମରଣିକା ପ୍ରକାଶିତ ହେବାକୁ ଥିବାରୁ ଏଥିପାଇଁ ଶ୍ରୀ କାଳୀ ପ୍ରସାଦ ମହାପାତ୍ର, ପିତାମ୍ବର ମହାପାତ୍ର, ଅଞ୍ଜଳି ରାଉତରାୟ, ପୀୟୂଷ ରଞ୍ଜନ ପରିଡ଼ା, ଲକ୍ଷ୍ମୀପ୍ରିୟା ଓଝା , ରମାକାନ୍ତ ନାୟକ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦର ସଭାପତି ପ୍ରତାପ ଚନ୍ଦ୍ର ବେହେରାଙ୍କୁ ସମ୍ପାଦନା ମଣ୍ଡଳୀରେ ମନୋନୀତ କରାଯାଇଛି। ଏଥିସହିତ ପୃଷ୍ଠପୋଷକତା ମଣ୍ଡଳୀ , ଉପଦେଷ୍ଟା ମଣ୍ଡଳୀ ଓ ଏକ୍ସୁକୁଟିଭ କମିଟି ଗଠନ କରାଯାଇଛି। ତତ୍ ସହିତ ପ୍ଲାଟୁନମ ଜୁବୁଲି ଉତ୍ସବକୁ ସଫଳତାର ସହିତ ଆୟୋଜନ କରିବା ପାଇଁ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ମାନଙ୍କ ଦ୍ଵାରା ବିଭିନ୍ନ ସବ କମିଟି ଗଠନ କରାଯିବ ବୋଲି ସଭାପତି ଶ୍ରୀ ପୃଷ୍ଟି କହିଛନ୍ତି। 

ପ୍ରକାଶ ଥାଉକି ଆଗାମୀ ନଭେମ୍ବର କିମ୍ବା ଡିସେମ୍ବର ମାସରେ ଏହି ଉତ୍ସବ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି ଓ ଏଥିପାଇଁ ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଆମନ୍ତ୍ରିତ କରାଯିବ ବୋଲି ସମ୍ପାଦକ ଶ୍ରୀ ଜେନା କହିଛନ୍ତି।

କଟକ ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ରେ ଛାତ୍ରୀ ମାନେ ହେଲେ ଆନନ୍ଦିତ 

masiha

ଆବାସ ଯୋଜନାରୁ ବଞ୍ଚିତ କୁହୁରା ଗ୍ରାମର ବିଧବା ଦହନା ବାଗ

Sunil Chandra Nayak

ଜୁନାଗଡ଼ରେ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ। ଜୟଭୀମ ନାରାରେ ପ୍ରକମ୍ପିତ ହେଲା ଜୁନାଗଡ଼ ସହର

masiha

Leave a Comment

error: Content is protected !!