ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି : ସମ୍ବିତ ପାତ୍ର

ଭୁବନେଶ୍ୱର: ବେଦାନ୍ତ ବିଶ୍ଵବିଦ୍ୟାଳୟ ନେଇ ରାଜ୍ୟ ସରକାରଙ୍କ ସୁପ୍ରିମକୋର୍ଟଙ୍କ ଛାଟ ନେଇ ବିଜେପି ମୁଖାପାତ୍ର ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ। ଆଜି ନ୍ୟାୟର ଜିତ ହୋଇଛି। ସେତେବେଳେ ମଧ୍ୟ ବିଜେପି ପକ୍ଷରୁ କଡ଼ା ବିରୋଧ କରି ଆସିଥିଲା। କଂପାନୀ ସହ ମିଶି ରାଜ୍ୟ ସରକାର ଚାଷୀଙ୍କ ଜମି ଲୁଟିବାକୁ ଷଡ଼ଯନ୍ତ୍ର ହେଉଥିଲା । କେମିତି ଷଡ଼ଯନ୍ତ୍ର ହୋଇଥିଲା ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

ପୁରା ପ୍ରକ୍ରିୟାରେ ଜମି ଅଗୁରୁତ୍ୱପୂର୍ଣ୍ଣ କଥା ହେଳା ପ୍ରସ୍ତାବିତ ଜମି ଭିତରେ ଦୁଇଟି ନଇ ରହିଛି ଏବଂ ନଇ ସର୍ବାସାଧାରଣ ସଂପତ୍ତି ହୋଇଥିବା ବେଳେ ସରକାର କେମିତି କଂପାନୀକୁ ଦେଇଦେଲେ। ଏହା ଚିନ୍ତାର ବିଷୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ପ୍ରସ୍ତାବିତ ଜମିକୁ ଲାଗି ବନ୍ୟପ୍ରାଣୀ ଅଭୟାରଣ୍ୟ ଅଛି ତା ସତ୍ତ୍ଵେ ରାଜ୍ୟ ସରକାର ଜମି ଦେଉଥିଲେ କେମିତି। ପ୍ରାକୃତିକ ବିପର୍ଯ୍ୟୟ ଦିଗ ବିଷୟରେ ସରକାର ଚିନ୍ତା କଲେନି କେମିତି। ଜନତାଙ୍କ ବିଶ୍ଵାସର ସରକାର ଚାଲେ। ହେଲେ ଏଠି ସରକାର 6 ହଜାର ଲୋକଙ୍କ କଥା ଚିନ୍ତା ନକରି କେବଳ ଘରୋଇ କଂପାନୀକୁ ଲାଭ ଦେବୁ ସେ କଥା ଚିନ୍ତା କରୁଥିଲେ। ଏଣୁ ସରକାର ଲୋକଙ୍କ ସହ ବିଶ୍ଵାସ ଘାତକତା କରିଛନ୍ତି ବୋଲି ନିର୍ଦ୍ଦେଶରେ କହିଛନ୍ତି ସୁପ୍ରିମକୋର୍ଟ। ଏହା ସହ ରାଜ୍ୟ ସରକାର ବିଶ୍ଵ ବିଦ୍ୟାଳୟ ପାଇଁ ଅନ୍ୟ କୌଣସି ସଂସ୍ଥାକୁ ନ ଡାକି କେବଳ କଣ ଭାରାତରେ ଗୋଟିଏ ମାତ୍ର ଘରୋଇ କଂପାନୀ ଅଛି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ।

କଟକ ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବିଜେଡି ଜିଲ୍ଲା ସଭାପତିଙ୍କୁ ଭେଟିଲେ ସୁବାସିନୀ ସାହୁ

masiha

ଉଜ୍ଜଳ ଗୁପ୍ତା ସୁବିଧାବାଦୀ, ଦୁର୍ନୀତି ଘୋଡାଇବାକୁ ବିଜେପିରେ ମିଶିଲେ: କଂଗ୍ରେସ

Sunil Chandra Nayak

ଝାଡ଼ଖଣ୍ଡ ମୁକ୍ତିମୋର୍ଚା ଦଳରେ ୪୧ ଜଣ ବିଭିନ୍ନ ଦଳର କର୍ମକର୍ତ୍ତା ସାମିଲ 

masiha

Leave a Comment

error: Content is protected !!