ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୀରଜ ଶର୍ମାଙ୍କୁ କଂଗ୍ରେସର ଗୁରୁ ଦାଇତ୍ୱ

ନୀରଜ ଶର୍ମାଙ୍କୁ କଂଗ୍ରେସର ଗୁରୁ ଦାଇତ୍ୱ

ନର୍ଲା: କଳାହାଣ୍ଡି ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ନୀରଜ ଶର୍ମା (ସାନୁ)ଙ୍କୁ ନର୍ଲା ଓ ଏମ. ରାମପୁର ବ୍ଲକର ପ୍ରଭାରୀ ଦାଇତ୍ୱ ପ୍ରଦାନ କରାଯାଇଛି। ପିସିସି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ନିକଟରେ ଆୟୋଜିତ ଜିଲ୍ଲା କଂଗ୍ରେସର ଏକ ବୈଠକରେ ଜିଲ୍ଲା ସଭାପତି ଜଳନ୍ଧର ନାଏକ ଜିଲ୍ଲାର ୧୩ ଗୋଟି ବ୍ଲକରେ ଜିଲ୍ଲା କର୍ମକର୍ତ୍ତାମାନଙ୍କୁ ପ୍ରଭାରୀ ଭାବରେ ଦାଇତ୍ୱ ପ୍ରଦାନ କରିଛନ୍ତି। ନର୍ଲା ଓ ଏମ. ରାମପୁର ଯୁବ କଂଗ୍ରେସ ସଦସ୍ୟ ମାନଙ୍କ ସୁଖ ଦୁଃଖରେ ରହି ଆସିଥିବା ଶ୍ରୀ ଶର୍ମାଙ୍କୁ ପ୍ରଭାରୀ ଦାଇତ୍ୱ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଯୁବ ନେତା ଶ୍ରୀ ଶର୍ମା ୨୦୦୨ ମସିହାରୁ କଂଗ୍ରେସ ଦଳର ବିଭିନ୍ନ ଦାଇତ୍ୱରେ ରହି ସୁଚାରୁ ରୁପେ ଦାଇତ୍ୱ ନିର୍ବାହନ କରି ଆସୁଛନ୍ତି। ବିଗତ ବର୍ଷ ମାନଙ୍କରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ନିଜ ଟିମକୁ ନେଇ ଦଳ ପାଇଁ ଆନ୍ତରିକ ପ୍ରଚେଷ୍ଟା ବଳରେ ଏକ ମଜବୁତ ସ୍ଥିତିରେ ପହଞ୍ଚାଇ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କ ପ୍ରିୟଭାଜନ ହେବା ସହ ଆସ୍ଥା ଭାଜନ ହେବାରେ ସଫଳ ହୋଇଆସିଛନ୍ତି। ଏବେ ଜିଲ୍ଲାରେ କଂଗ୍ରେସ ତାର ପୁରୁଣା ସ୍ଥିତିକୁ ଫେରି ଆସିବା ପାଇଁ ଜିଲ୍ଲା ସାରା ଯୋଗ୍ୟ ଯୁବକ ମାନଙ୍କ ହାତରେ ନେତୃତ୍ୱର ଭାର ଅର୍ପଣ କରୁଛି। ଏଥିପାଇଁ ଗତ ଜାନୁୟାରୀ ନୂଆ ବର୍ଷରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ରେ ବ୍ଲକ କମିଟି ଗଠନ କରି ଯୁବ ପିଢୀଙ୍କୁ ବିଭିନ୍ନ ଦାଇତ୍ୱ ଦେଇଛି। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ସାରା ଜିଲ୍ଲାରେ କଂଗ୍ରେସ ସଙ୍ଗଠନକୁ ମଜବୁତ କରିବା ପାଇଁ ଜିଲ୍ଲା କର୍ମକର୍ତ୍ତା ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକ, ବିଭିନ୍ନ ମୋର୍ଚ୍ଚାର ସଭାପତି ଓ ସମ୍ପାଦକ ମାନଙ୍କୁ ବ୍ଲକ ପ୍ରଭାରୀ ଭାବରେ ନିଯୁକ୍ତି ଦେଇଛି। 

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

masiha

ଚାଉଳ କଟାକୁ ବିରୋଧ କରି ୨୬ଗୋଟି ପଞ୍ଚାୟତର ବ୍ଲକ ସମ୍ମୁଖରେ ଧାରଣା

Sunil Chandra Nayak

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

Leave a Comment

error: Content is protected !!