ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପୁଆ ନଦୀର ପୁନରୁଦ୍ଧାର କେବେ ?

ସାପୁଆ ନଦୀର ପୁନରୁଦ୍ଧାର କେବେ ?

ଢେଙ୍କାନାଳ – ପାମଳ ଠାରୁ କୋଟବେରେଣୀକୁ ନେଇ ଛଦେଶ ଅଞ୍ଚଳ ଗଠିତ ଏବଂ ଭାପୁର ହେଉଛି ଏହାର ମୁଖ୍ୟ କେନ୍ଦ୍ର। ଛଦେଶ ଅଞ୍ଚଳ ଏକ କୃଷିପ୍ରଧାନ ନ ଅଞ୍ଚଳ ଅଟେ। ପନିପରିବା ଫସଲ,ଧାନଚାଷ ପାଇଁ ବିହନ,ସାର ତଥା ପାଣି ମୁଖ୍ୟ ଅଟେ । ଛଦେଶବାସୀ ଚାଷୀଙ୍କ ପାଇଁ ପାଣି ହେଉଛି ମୁଖ୍ୟ। ହେଲେ,ସାପୁଆ ନ‌ଦୀରେ ଜଳପ୍ରବାହ ହେଉ ନଥିବାରୁ ଅଞ୍ଚଳର ଚାଷଜମି ଜମି ଏବେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ସେହି ପରି ହିନ୍ଦୋଳରୁ ବାହାରିଥିବା ସାପୁଆ ନ କୋତ୍ତମ,ଲଡବ, ରଥିଆପାଳ,ଓସ୍ତପାଳ,ଘଟିପିରି,ବୃନ୍ଦାବନପୁର,ବାଲିଗୁରେଇ,ରାଣୀପାଳ,ଗୋବିନ୍ଦପ୍ରାସାଦ,ଛକିଲୋ,ସିମିଳିପାଟଣା,ବେଗୁନିଆପାଳ,ଭାପୁର,ହରିଡାପଶି,କାକୁଡିଭାଗି,ମୋଟରୀ,ବିଷ୍ଣୁପୁର,ମଧୁସାହୁପାଟଣା,ଅଉଖମା,ସରାକପାଟଣା,ରାଇଡିହି,ଶଙ୍କରପୁର ପ୍ରମୁଖ ଅଞ୍ଚଳ ଦେଇ ସାପୁଆ ନଦୀ ପ୍ରବାହିତ ହେଉଛି ଏହି ଅଞ୍ଚଳରେ ଶହ ଶହ ଏକର ଚାଷଜମି ରହିଛି। ସାପୁଆ ନଦୀ ଯୋଗୁଁ ଚାଷଜମି ଜଳସେଚିତ ହୋଇପାରୁଥିଲା ସାପୁଆ ନଦୀ ମଧ୍ୟରେ କଟକ ଜିଲ୍ଲା ତିଗିରିଆ ବ୍ଲକର ଗୋଡ଼ିଝରିଆ ଓ ଲକ୍ଷ୍ମୀବନ୍ଧରେ ଦୁଇଟି ଚେକ୍ ? ଡ୍ୟାମ୍ ରହିଛି। ସମୟକ୍ରମେ ଏହି ନଦୀ ଅସ୍ତିତ୍ବ ହରାଇବାକୁ ବସିଲାଣି। ଏହି ନଦୀ ଦିନକୁ ଦିନ ସଙ୍କୁଚିତ ହେବାରୁ ବିଭିନ୍ନ ପାନରେ ବାଲିଚର,ତଣ୍ଡି ଚାରିଆଡ଼େ ମାଡ଼ିଗଲାଣି। ପ୍ରବାହିତ ଅଞ୍ଚଳରେ ଜଳସ୍ତର କମିଯିବା ତଥା ଅନ୍ୟ କୌଣସି କାରଣ ଯୋଗୁଁ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି। ଏଥିପାଇଁ କିଛି କିଛି ଲୋକ ଏହି ଅଞ୍ଚଳକୁ ଅକ୍ତିଆର କରି ସେଠାରେ ସେମାନଙ୍କର ବୋଲି ଦାବି କରୁଛନ୍ତି। ଜଳସ୍ତର କମି କମିବା ତଥା କୃତ୍ରିମ ଜଙ୍ଗଲ ସୃଷ୍ଟି ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ଏପରି କି ଏହି ନ‌ଦୀରେ ଶହଶହ ଲୋକ ନିଜର ନିତ୍ୟକର୍ମ କରିବା ସହ ଚାଷ ପାଇଁ ଉପଯୋଗ କରୁଛନ୍ତି। ମାତ୍ର ସାପୁଆ ନଦୀର ପୁନରୁଦ୍ଧାର ପାଇଁ ସରକାର ତଥା ବିଭାଗ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉନି । ଯଦି ସରକାର କିମ୍ବା ଜିଲ୍ଲାପ୍ରଶାସନ ଏହି ସାପୁଆ ନଦୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଦୃଷ୍ଟି ଦେବେ ତାହେଲେ ଅଞ୍ଚଳର କୃଷି ଓ କୃଷକମାନେ ବିଶେଷ ଉପକୃତ ହୋଇପାରେ ବୋଲି ମତପ୍ରକାଶ ପାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କଲେଜ ଫିଲ୍ଡ ଯୋଗ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ 

masiha

କୃଷି ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା ଙ୍କ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ ସହ ତାଲିମ କାର୍ଯ୍ୟକ୍ରମ

Sunil Chandra Nayak

ମହାବିଦ୍ୟାଳୟ ପରିସରରେ ଜାତୀୟ ସଂଗୀତ ପାଠ

Sunil Chandra Nayak

Leave a Comment

error: Content is protected !!