ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ … ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ …

ରାଉରକେଲା/ ପୁରୀ ର କିରଣ-ଜ୍ୟୋତି ସଂଗୀତ ପରିଷଦ ଓ ତାନପୁରା ପତ୍ରିକା ତରଫରୁ ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ ପୁରୀ ର ସ୍ବର୍ଗଦ୍ବାର ସ୍ଥିତ ଶ୍ୟାମସୁନ୍ଦର ମଠ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ପ୍ରତିଷ୍ଠାତା ନାରାୟଣଚନ୍ଦ୍ର ସିହ୍ନାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ମଠାଧିଶ ପରମପୂଜ୍ୟ କାଶୀନାଥ ମହାରାଜ ଉଦଘାଟକ ଭାବେ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପଣ୍ଡିତ ଦୟାନିଧି ପଣ୍ଡା ବେଦପାଠ କରିଥିଲେ । କବି ଶିବସୁନ୍ଦର ମିଶ୍ରଙ୍କ ସଂଯୋଜନାରେ ପୁରୀ ଶ୍ରୀମନ୍ଦିର ପୁରୋହିତ ଅଧ୍ୟାପକ ଡଃ ସିଦ୍ଧେଶ୍ବର ମହାପାତ୍ର ମୁଖ୍ୟଅତିଥି, ରାଉରକେଲାର ବରିଷ୍ଠ ସାମ୍ବାଦିକ, କବି ତଥା ସଂଗଠକ କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆବାହକ ଶ୍ରୀ ସିହ୍ନା ଓ ଅତିଥିମାନେ ଓଡିଆ ନଦିୟା ସଂକୀର୍ତ୍ତନ କୁ ଉନ୍ମୋଚନ କରିବା ସହ କଳିଯୁଗରେ ନାମ ସଂକୀର୍ତ୍ତନ ମୁଖ୍ୟ ହୋଇଥିବାରୁ ଓଡିଆ ନଦିୟା ସଂକୀର୍ତ୍ତନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବ ବୋଲି କହିବା ସହ ଏହା ଆଗାମୀ ପିଢି ପାଇଁ ମହାର୍ଘ୍ୟ ବୋଲି ମତ ରଖିଥିଲେ । ଏହା ସହ ସଂସ୍କୃତି କ୍ଷେତ୍ରରେ ଶ୍ରୀସିହ୍ନା ଙ୍କ ଅବଦାନକୁ ସମସ୍ତେ ପ୍ରଶଂସା କରିଥିଲେ। ଏହି ଅବସରରେ କବି କୁଞ୍ଜବିହାରୀ ରାଉତଙ୍କୁ କିରଣ-ଜ୍ୟୋତି ସାରସ୍ବତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗୀତ ନିର୍ଦ୍ଦେଶକ ବିପିନ ବାରିକ, ନୃତ୍ୟଗୁରୁ ଅଶୋକ ଦାସ,କଣ୍ଠଶିଳ୍ପୀ ରାମକୃଷ୍ଣ ବେହେରା, ସମାଜସେବୀ ଶିବପ୍ରସାଦ ପାତ୍ର, ଲାଲା ଅନନ୍ତ ସିଂ, ଜ୍ୟୋସ୍ନାରାଣୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବନ୍ଦ ଘରୁ ଯୁବତୀଙ୍କ ମୃତ ଦେହ ଉଧାର 

masiha

ଆଞ୍ଚଳିକସ୍ତରୀୟ ଭାରତ କୋ ଜାନୋ କୁଇଜ ପ୍ରତିଯୋଗିତା ଆୟୋଜିତ 

masiha

୨୭ ସେପ୍ଟେମ୍ବରରେ ପାଳିତ ହେବାକୁ ଥିବା ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୫ ଉପଲକ୍ଷେ କୁଇଜ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!