ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

ଖଣିକୁ ନେଇ ରାଜନୀତି ସରଗରମ ହୋଇଛି ଶେଷରେ ଖାଣି ଲିଜ ଦାବି ଯୋଗୁଁ ଦଳରୁ ବିଦା ହୋଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ପରିଷଦ ସଦସ୍ୟ।

ଗତ ୨୬ ତାରିଖ ଦିନ ସାଇନିଂ କଳାହାଣ୍ଡି ର ଅଧକ୍ଷ ତଥା ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଭାବନୀ ଶଙ୍କର ନିଆଲ ନିଜ ଦଳୀୟ କର୍ମକର୍ତ୍ତା ଙ୍କୁ ନେଇ ଏକ ଜନସଂସଦ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସାଇନିଂ କଳାହାଣ୍ଡି ପକ୍ଷରୁ ବେଦାନ୍ତ କମ୍ପାନୀ କୁ ଖଣି ଲିଜ ଦେବା ଦାବିରେ କଲେଜ ଛକ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ଟାଉନ ହଲ ଠାରେ ଜନ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ସାମିଲ ହୋଇଥିଲେ ଜିଲ୍ଲା ବିଜେଡିର କର୍ମକର୍ତ୍ତା। ଆଉ ଏହି କାର୍ଯ୍ୟକ୍ରମ କୁ ନେଇ ଜିଲ୍ଲାରେ ବିରୋଧ ର ସ୍ୱର ଦେଖିବାକୁ ମିଳିଥିଲା।ଏହାକୁ ବିରୋଧ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଶାସକ ବିଜେଡି କୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଥିଲା।ପରେ ବିଭିନ୍ନ କ୍ଷେତ୍ରରେ ବିଜେଡି ଟ୍ରୋଲ ହେବା ପରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ କୁ ସାତ ଦିନ ଭିତରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ପରେ ଭବାନୀଶଙ୍କର ନିଆଲ ଏହାର ଉତ୍ତର ମଧ୍ୟ ରଖିବା ସହ ଦଳକୁ କ୍ଷମା ମଧ୍ୟ ମାଗିଥିଲେ।ସେପଟେ ଜିଲ୍ଲା ବିଜେଡି ପକ୍ଷରୁ ଏହି ଘଟଣା କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ନେତା କହିଥିଲେ ଯେ ସାଇନିଂ କଳାହାଣ୍ଡି ସଂଗଠନ ସହ ବିଜେଡିର କୌଣସି ସମ୍ପର୍କ ନାହିଁ ଏବଂ ସଂଗଠନ ର ଅଧ୍ୟକ୍ଷ କଳାହାଣ୍ଡିରେ ଶିଳ୍ପର ବିକାଶ, ଶିକ୍ଷାର ବିକାଶ ହେଲେ ଆଦିବାସୀଙ୍କ ବିକାଶ ହେବ ବୋଲି ଜନସଂସଦ କାର୍ଯ୍ୟକ୍ରମ ଆୟୋଜିତ କରୁଥିବା ସୂଚନା ଦେଇଥିଲେ। କିନ୍ତୁ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏହା ଏକ ଘରୋଇ କମ୍ପାନିକୁ ଲିଜ୍ ଦେବା ସମ୍ବନ୍ଧରେ ପଦଯାତ୍ରା ଆୟୋଜନ କରାଯାଇଥିବା ଜଣାପଡ଼ିଥିଲା । ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ବିଜେଡିର ଏହି ସଂଗଠନ ସହ କୌଣସି ସମ୍ପର୍କ ନାହିଁ ବୋଲି ପ୍ରକାଶ କରିଥିବା ବେଳେ ରାଜ୍ୟ କିମ୍ବା ଦଳୀୟ ନେତାକୁ କାର୍ଯ୍ୟକ୍ରମ ବିଷୟ ନ ଜଣାଇ ଆୟୋଜନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆଦିବାସୀ ମାନଙ୍କ ଭାବନା କୁ କୁଠାରଘାତ କରିଛି ଏବଂ ଆଦିବାସୀ ମାନଙ୍କ ପ୍ରତି ବିଜୁ ଜନତା ଦଳର ଯଥେଷ୍ଟ ସଂମାନ ରହିଥିବା ବେଳେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଆମ୍ଭେ ଆଦିବାସୀଙ୍କ ବିରୋଧରେ ଜଡ଼ିତ ନୋହୁଁ କିମ୍ବା ଆଗାମୀ ଦିନରେ ମଧ୍ୟ ଜଡ଼ିତ ହେବୁ ନାହିଁ କଳାହାଣ୍ଡିର ସମସ୍ତ ଆଦିବାସୀ ସମ୍ପ୍ରଦାୟ ତଥା ନିୟମଗିରି ସପକ୍ଷରେ ଥିବା ସମସ୍ତ ସଂଗଠନକୁ ବିଜେଡି ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିଲେ।ପରେ ଦଳ ପକ୍ଷରୁ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଭବାନୀଶଙ୍କର ନିଆଲ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଦଳ ବିରୋଧ କାର୍ଯ୍ୟ କରିବା ଅଭିଯୋଗରେ ଭବାନୀଶଙ୍କର ନିଆଲ ଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପ୍ରଧାନ ମନ୍ତ୍ରୀ ଆବାସ ତାଲିକା ରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି ର ବ୍ଲକ ଘେରାଉ

Sunil Chandra Nayak

ବିଜେପି ର ବୁଥ୍ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!