ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ରେ ଭାରତରତ୍ନ ଡ଼ଃ ଭୀମରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ

ଆଦ୍ୟ ତା.14 ଏପ୍ରିଲ 2023ରିଖ ଶୁକ୍ରବାର ଦିନ ଆମ୍ବେଦକର ଡେଭଲମେଣ୍ଟ ଆସୋସିଏସନ ତରଫରୁ ବିଶ୍ଵରତ୍ନ ବାବାସାହେବ ଆମ୍ବେଦକରଙ୍କ 132ତ୍ତମ ଜନ୍ମ ଜୟନ୍ତୀ ହିନ୍ଦୋଳ ସଭାଗୃହରେ ପାଳିତ ହୋଇଯାଇଛି l ସଂଘର କାର୍ଯ୍ୟକର୍ତାମାନେ କୁକୁଟା ଛକଠାରୁ ହିନ୍ଦୋଳ ସ୍ଥିତ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଲେ ଏବଂ ସମସ୍ତେ ବାବାସାହେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ଏହାପରେ ମହିଳା ସଂକୀର୍ତନ ମଣ୍ଡଳୀ ମାନଙ୍କ ସହିତ ମିଳିତ ଭାବରେ ଆମ୍ବେଦକର ଜୟନ୍ତୀ ଗୀତ ଗାନକରି ଶୋଭାଯାତ୍ରା କରି ଟାଉନହଲ ଠାରେ ପହଂଚିଥିଲେ l ଟାଉନହଲ ଠାରେ ସଭାକାର୍ଯ୍ୟ ପରିଚାଳନା ଡ଼ଃ ନରେଶ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ଶୀକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପଲତା ନାଏକ ମହୋଦୟା ଯୋଗଦାନ ଦେଇଥିଲେ. ସନ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାଏକ ଆଇନୀଜୀବୀ ଢେଙ୍କାନାଳ l ଦୋଳ ଗୋବିନ୍ଦ ନାଏକ ବୌଦ l ଶ୍ରୀଯୁକ୍ତ ଜୋତି ନାଏକ ସାମ୍ବାଦିକ ଓ ସମାଜସେବୀ ଓଡାପଡା l ଇଜିନିୟର ବୀରେନ୍ଦ୍ର କୁମାର ବେହେରା l କଳାବତୀ ନାଏକ l ଶ୍ରୀଯୁକ୍ତ ପ୍ରଶାନ୍ତ ସାମଲ ହେତୁବାଦୀ l ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାଏକ ସଭାପତି ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳ l ଇଞ୍ଜିନିଅର ଗୋବର୍ଧନ ଶେଖର ନାଏକ ଭାରତୀୟ ରାଷ୍ଟିୟ ଯୁବପରିଷଦ ଜିଲ୍ଲା ସଭାପତି ଢେଙ୍କାନାଳ l ଧୃବ ଚରଣ ବିଶ୍ୱାଳ ମୂଳନୀବାସୀ ଜାଗୃତି ପରିଷଦ ଓଡିଶା.ଯୋଗଦାନ କରିଥିଲେ l ଚିତ୍ରସେନ ନାଏକ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହିତ ଶ୍ରୀ ଚନ୍ଦନ ନାଏକ ଶେଷ ଅଭିଭାଷଣ ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ସଂଗଠନ ର କାର୍ଯ୍ୟକର୍ତା ପ୍ରଶାନ୍ତ ନାଏକ. ଅନନ୍ତ ନାଏକ. ସନ୍ତୋଷ ନାଏକ. କ୍ଷୀରୋଦ ଚନ୍ଦ୍ର ନାଏକ. ଅରୁଣ କୁମାର ନାଏକ. ଦେବେନ୍ଦ୍ର ନାଏକ. ନରୋତ୍ତମ ନାଏକ. ହେମନ୍ତ ଗୋଛାୟତ. ମହେଶ୍ୱର ନାଏକ. ଲକ୍ଷ୍ମୀଧର ନାଏକ. ବନଜ ନାଏକ. ସତ୍ୟବ୍ରତ ନାଏକ. ପୂର୍ଣ୍ଣଚନ୍ଦ୍ର ନାଏକ. ଅରବିନ୍ଦ ନାଏକ. ପ୍ରିୟବ୍ରତ ନାଏକ. ଗଗନ ନାଏକ. ତୀର୍ଥ ନାଏକ. ଇତ୍ୟାଦି ଯୋଗଦାନ କରି ନିଜସ୍ୱ ମତ ପ୍ରକାଶ କରିବା ସହିତ ସଭାକୁ ସଫଳ କରାଇ ଥିଲେ l ଏଥି ସହିତ ଆଠଟି ମହିଳା ସଂକୀର୍ତନ ମଣ୍ଡଳୀ ଯୋଗଦାନ କରି ବାବାସାହେବଙ୍କ ଉପରେ ଆଧାରିତ ସଂଗ୍ରାମୀ ଗୀତ ପରିବେଷଣ କରିଥିଲେ l ସଭାକାର୍ଯ୍ୟ ସମାପନ ପରେ ସମସ୍ତ ମହିଳା ସଂକୀର୍ତନ ମଣ୍ଡଳୀ ମାନଙ୍କୁ ପ୍ରଶଂସା କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା l ସଭାରେ ସମସ୍ତ ଅତିଥି ଓ ବକ୍ତାମାନେ ଡ଼ଃ ବାବାସାହେବ ଆମ୍ବେଦକର ଙ୍କ ଜୀବନ ଦର୍ଶନ ସାମାଜିକ ନ୍ୟାୟ. ଓ ଓଡିଶା ବଜେଟ ଓ ଅନୁସୂଚିତ ଜାତି ଉନୟନ ଯୋଜନା ଉପରେ ଆଲୋଚନା କରିଥିଲେ l ହିନ୍ଦୋଳ ଗୋଟିଏ ସଂରକ୍ଷଣ ଆସନ ହୋଇ ମଧ୍ୟ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ଦୁଷ୍ଟାନ୍ତ ମୂଳକ ପ୍ରଗତି କରିପାରିନାହାନ୍ତି ବୋଲି ମତ ପ୍ରକାଶ କରିଥିଲେ l ଆମ୍ବେଦକର ଡେଭଲମେଣ୍ଟ ଆସୋସିଏସନ ମଧ୍ୟରେ ସମସ୍ତ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ l ଅନ୍ଧ ବିଶ୍ୱାସ. କୁସଂସ୍କାର. ଜାତିଗତ ବୈଷମ୍ୟ. ଧର୍ମୀୟ ବୈସମ୍ୟ. ଆଦିକୁ ଦୁରକରୀ ସମ୍ବିଧାନର ସାରମର୍ମ ସମତା. ସ୍ଵତନ୍ତତା ବନ୍ଧୁତା ଓ ନ୍ୟାୟ ଆଧାରିତ ସମାଜକୁ ଗଠନ କରିବାକୁ ସମସ୍ତେ ସଂକଳ୍ପ ନେଇ ସଭାକାର୍ଯ୍ୟ ସମାପନ କରିଥିଲେ l

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର କାଉନସିଲର ବିଜେଡି ନେତ୍ରୀଙ୍କ ସ୍ବାମୀଙ୍କ ଦେହାନ୍ତ

Sunil Chandra Nayak

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ଓଡ଼ିଶା ଦିବସ -୨୦୨୬ ପାଳିତ

Sunil Chandra Nayak

କୁଆଁରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!