ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲାଞ୍ଜିଗଡ ବ୍ଲକ ବିଜୁ ଜନତା ଦଳ ର ପ୍ରସ୍ତୁତି ବୈଠକ

ବିଶ୍ଵନାଥ ପୁର  :- ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମୁଖ୍ୟାଳୟ ବିଶ୍ୱନାଥପୁର ଭି. ଆର. ଓ଼ ଠାରେ ଆଜି ଲାଞ୍ଜିଗଡ ବ୍ଲକ ବିଜେଡି ପକ୍ଷରୁ ଆଗାମୀ ଦୁଇହଜାର ଚବିଶି ନିର୍ବାଚନ କୁ ଆଖି ଆଗରେ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଥିଲା l ଲାଞ୍ଜିଗଡ ବ୍ଲକ ର 26 ଗୋଟି ଗ୍ରାମପଂଚାୟତ ର ବିଜୁ ଜନତା ଦଳର କର୍ମ କର୍ତା ସରପଞ୍ଚ ଓ଼ ସମିତି ସଭ୍ୟ ଯୋଗ ଦେଇଥିଲେ, ବିଜୁ ଜନତା ଦଳ ର ସଙ୍ଘଠନ ବ୍ଲକ ରେ ମଜବୁତ କିପରି ରହିବ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା,ଏବଂ ତୃଣ ମୂଳ ସ୍ତରରେ ବିଜୁ ଜନତା ଦଳ ଏବଂ ନବୀନ ସରକାର ଙ୍କ ଜନହିତକର କାଯ୍ୟକ୍ରମ କେମିତି ସାଧାରଣ ଜନତା ଙ୍କ ପାଖରେ ପହଞ୍ଚିବ ପାରିବ ତାହା ଆଲୋଚନା ହେଇଥିଲା, ଉପସ୍ଥିତ ବିଜୁ କର୍ମୀ ନିଜ ନିଜ ର ମତ ରଖିଥିଲେ, ଏହି ବୈଠକ ରେ ଲାଞ୍ଜିଗଡ ବିଧାୟକ ପତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ କମଳା ପାତ୍ର, ଉପାଧ୍ୟକ୍ଷ ସଂଜୀବ କୁମାର ନାଏକ, ଜୋନ 1 ଜିଲ୍ଲା ପରିଷଧ ସଭ୍ୟା ଅଞ୍ଜଳି ମାଝୀ, ଜୋନ 1 ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଜୋନ (2)ସଭାପତି ଲକି ମାଝୀ ବିଜେଡି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ,ଲାଞ୍ଜିଗଡ ବିଯୁଜନତାଦଳ ସଭାପତି ଦିଲେଶ ନାଗ,ଲାଞ୍ଜିଗଡ ବ୍ଲକ ସମିତି ସଭ୍ୟ ସଙ୍ଘ ର ସଭାପତି ଜଗଦୀଶ ବେନିଆ,ଭଟାଙ୍ଗ ପଦର ସମିତି ସଭ୍ୟ ରୁପେନ୍ଦ୍ର ଛତ୍ରିଆ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ ଯୁବ ନେତା ହିମାଦ୍ରୀ ପେସନିଆ,ତରୁଣ କୁମାର ଦାସ, ମନରଞ୍ଜନ ବିଶି,ଶ୍ରୀଧର ପେସନିଆ, ଶୁବାସ ଅଗ୍ରୱାଲ, ବନ ଦଳେଇ,ପାତ୍ର ମାଝୀ, ମୁରଲୀ ନାୟକ, ଚନ୍ଦ୍ରଧ୍ୱଜ ପେସନିଆ, ଟଙ୍କ ଧର ମାଝୀ, କୁନା ପରିଡା, ଏବଂ ବିଜୁ ଜନତା ଦଳର ସମସ୍ତ କର୍ମ କର୍ତା ଉପସ୍ଥିତ ଥିଲେ, ଆଗାମୀ ଦିନରେ ବ୍ଲକର ଦୁଇ ଗୋଟି ଜୋନ ଯଥା ଜୋନ (2) ଟାଙ୍ଗନ କଣା ଏବଂ ଜୋନ (1)ର ଲାଞ୍ଜିଗଡ ରୋଡ ଠାରେ ଦୁଇ ଗୋଟି ସାଙ୍ଗଠନିକ ବୈଠକ କରି ସାଧାରଣ ଜନତାଙ୍କୁ ସାମିଲ କରିବା ପାଇଁ ଦଳ ପକ୍ଷରୁ ନିର୍ଣ୍ଣୟ କରାଯାଇଥିଲା, l

ସ୍ଥାନ, – ବିଶ୍ୱନାଥପୁର,ରିପୋର୍ଟର – ସନ୍ତୋଷ କୁମାର ତୁଳ

Related posts

ଯାମଦା ରେ ବିଜେଡ଼ିର ବ୍ଳକ ସ୍ତରୀୟ ବୈଠକ

ମୋଦିଜୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଓ ସଦସ୍ଯତା କର୍ମଶାଳା 

masiha

ଶାସକ ଦଳର ନେତାଙ୍କ ପ୍ରତିରୋଧ ପାଇଁ ମେଳି ବାନ୍ଧିଲେ କଂଗ୍ରେସ କର୍ମୀ 

masiha

Leave a Comment

error: Content is protected !!