ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

ତେନ୍ତୁଳିଖୁଣ୍ଟି ୧୬/୦୪/୨୩ ତେନ୍ତୁଳିଖୁଣ୍ଟି ବ୍ଳକର ସଦର ପଞ୍ଚାୟତ ର ଖଣ୍ଡିଆ ଗୁଡା ଯାନୀ ବାଲି ଯାତ୍ରା ଆଜି ରବିବାର ରେ ଅନୁଷ୍ଠିତ ହୋଇଥିଲା।ଏହି ବାଲିଯାତ୍ରା ତିନି ବର୍ଷ ରେ ଥରେ ହୋଇଥାଏ ଏହି ବାଲିଯାତ୍ରା ରେ ନଅ ଦିନ ଆଗରୁ ଏକ ଗ୍ରାମର ନାଳରୁ ବାଲି ଆଣି ଥାଆନ୍ତି ଏହି ବାଲିକୁ ଯାନୀ ସାହିର ଯାନୀ ଘରେ ରଖି ବାଲି ଚାମୁଣ୍ଡା କରି ଥାଆନ୍ତି। ନୂଆ ଚାଙ୍ଗୁଡ଼ି, ପତ୍ର ରେ ଦନା ରେ ବାଲି ରଖି ବିହନ ଧାନ,ମାଣ୍ଡିଆ, ମକା,ସମସ୍ତ ପ୍ରକାର ମଞ୍ଜି କୁ ବୁଣି ଗଜା କରି ଥାଆନ୍ତି।ଏହି ବିହନ ରେ ପ୍ରତ୍ୟେକ ଦିନ ହଳଦୀ ପାଣି ଦେଇ ଥାଆନ୍ତି।ବାଲି ରାପି ବା ଠାରୁ ନଅ ଦିନ ଧରି ସଞ୍ଜ ବେଳଦୁ ଗ୍ରାମର ଯୁବକ ଯୁବତୀ ମହିଳା ପୁରୁଷ  ନାଚ କରି ଥାଆନ୍ତି।ଗ୍ରାମର ସମସ୍ତ ଜନସାଧାରଣ ଯାଇ ଦେଖିବାକୁ ଯାଇ ଥାଆନ୍ତି।ନବମ ଦିନରେ ଗ୍ରାମର ସମସ୍ତେ ବାହାରି  ଏକ ବିରାଟ ନାଚ,ଗୀତ,ଡେମସା,ସହ ପାରମ୍ପରିକ ବେଶଭୁଷା ରେ ସଜେଇ ହେଇ ଗ୍ରାମର ମହିଳା ଯୁବକ ଯୁବତୀ ମାନେ ବାଲି ଚାଙ୍ଗୁଡ଼ି ଧରି ସଭା ଯାତ୍ର ବାହାରି ଥିଲା।ବାଲି ଯାତ୍ରା ରେ ଯାନୀ,ଗୁରୁମାଇ ଙ୍କ ନିର୍ଦ୍ଦେଶ ରେ ପୂଜାର୍ଚ୍ଚନା ହୋଇ ଥାଏ ଏହି ବାଲିଯାତ୍ରା ଖଣ୍ଡିଆ ଗୁଡା ଓ କେନ୍ଦୁଗୁଡା ର ଦୁଇଟି ଗାଁ ର ଚାଷୀ ମିସିକି ବାଲିଯାତ୍ରା କରିଥାନ୍ତି।ଆଜିର ଏହି ବାଲିଯାତ୍ରା ରେ ସମସ୍ତ ଦଳ ର ନେତାମାନେ ପଟୁଆର ମାଧ୍ୟମରେ ଯାଇଥିଲେ।ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପ୍ରଫୁଲ୍ଲ ନାଗ ,ବ୍ଲକ ଚେୟାରମ୍ୟାନ ନିଲନ୍ଦ୍ରୀ ନାୟକ ,ମଞ୍ଜୁଳା ମାଝୀ,ଧରଣୀ ସିଂହ,ଅଖିଳ ଭତରା, ବାବୁଲା ନାୟକ, ସୁରେଶ ନାୟକ କଂଗ୍ରେସ ର ପାତ୍ରପୁଟ ସମିତି ସଭ୍ୟ ଦିଲ୍ଲୀପ ପ୍ରଧାନୀ, ଭୀମସେନ ପାଣିଗ୍ରାହୀ, ପ୍ରହଲ୍ଲାଦ ହିଆଲ, ସୁନିଲ ସିଂହ ଲିଙ୍ଗରାଜ ଭଞ୍ଜ, ଉପସ୍ଥିତ ରହି ଜନସାଧାରଣ ସହ ବାଲିଯାତ୍ରା ରେ କଂଗ୍ରେସ ଓ ବିଜେଡି ନେତା ଙ୍କ ନାଚ ରେ ମସଗୁଲ ଥିବା ଦେଖବାକୁ ମିଳିଥିଲା ।ଯାହାକି ଏହି ବାଲିଯାତ୍ରା ରେ ଦୁଇ ଦଳ ର ନେତା ଙ୍କ ନାଚିବା ପାଇଁ ପ୍ରତିଯୋଗିତା କହିଲେ ହେବ।ବାଲିଯାତ୍ରା ରେ ଯାଇଥିବା ଦର୍ଶକ ମାନେ ନାଚ କୁ ଦେଖି ଉପଭୋଗ କରିଥିଲେ।ରାତ୍ରରେ ମନରଞ୍ଜନ ଲାଗି ଦେଶିଆ କୋରାପୁଟିଆ ନାଟକ ପରିବେଷଣ ହୋଇଥିଲା ।ରାତ୍ରରେ ମନରଞ୍ଜନ ଲାଗି ଦେଶିଆ କୋରାପୁଟିଆ ନାଟକ ପରିବେଷଣ ହୋଇଥିଲା ବାଲିଯାତ୍ରା ଶାନ୍ତିଶୃଙ୍ଖଳା ଯାତ୍ରା  ସରିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

କୋଦୋ ଭଟା ଓ ଖନାତରାରେ ଗାୟତ୍ରୀ ଯଜ୍ଞ ପାଇଁ ଶହ ଶହ ମହିଳାଙ୍କ କଳସ ଯାତ୍ରା

Sunil Chandra Nayak

କାମାକ୍ଷାନଗରର ସମସ୍ତ ଗ୍ରାମରେ ଖୁଦୁରୁକୁଣୀ ମାଆଙ୍କ ପୂଜା 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ରାମ ନବମୀ ପାଳିତ

Sunil Chandra Nayak

Leave a Comment

error: Content is protected !!