ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରଲର /ଟ୍ରକ ମୁହାଁମୁହିଁ,ଟ୍ରକ ଚାଳକ ଗୁରୁତର 

ମୟୂରଭଂଜ -୧୫/୪ (ମସିହା)   ଶନିବାର ଅପରାହ୍ନ ଗୋଟାଏ ସମୟରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ସ୍ଥିତ ଭାରତ ପେଟ୍ରୋଲ ପମ୍ପ ସମ୍ମୁଖ୍ରେ ଟ୍ରଲର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି।

       ଶନିବାର ଅପରାହ୍ନ ଗୋଟାଏ ସମୟରେ NL 01 AG 5537 ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରଲର ବାଙ୍ଗିରିପୋଷି ପଟକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା CG 04 HS 1082 ନମ୍ବର ର ଏକ ମାଲବାହୀ ଟ୍ରକର ଡ଼୍ରାଇଭର ଭାରସାମ୍ୟ ହରାଇ ଟ୍ରଲର କୁ ସାମ୍ନା ପଟରେ ଧକ୍କା ଦେଇ ଥିଲା ମାତ୍ର ଟ୍ରଲର ଡାଲାରେ ଉକ୍ତ ଟ୍ରକ୍ ପିଟି ହୋଇ ଡ୍ରାଇଭର ସାଇଡ଼ରେ ମୁହାଁମୁହିଁ ଜୋରସୋରରେ ଧକ୍କା ହୋଇଥିଲା ଫଳରେ ଟ୍ରଲର ଡ୍ରାଇଭର ଓ ହେଲପର ବର୍ତ୍ତି ଯାଇଥିବା ବେଳେ ଟ୍ରକ୍ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଧକ୍କାର ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଘଟଣାସ୍ଥଳକରେ ପହଞ୍ଚି ଯାଇଥିଲେ ଏବଂ ଡ୍ରାଇଭର କୁ ଉଦ୍ଧାର କରିଥିଲେ।ପରେ ସ୍ଥାନୀୟ ଲୋକେ ବିଶୋଇ ପୋଲିସ ଓ ୧୦୮ ସେବାକୁ ଖବର ଦେଇଥିଲେ, ଖବର ପାଇ ବିଶୋଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ ଦୁଃଖର ବିଷୟ ବିଶୋଇ ଡ଼ାକ୍ତରଖାନାର ଯୋଉ ଅବସ୍ଥା ଆମ୍ବୁଲାନ୍ସ ସେବାର ମଧ୍ୟ ସେଇ ଅବସ୍ଥା। ଦରକାର ବେଳେ ମେଡିକାଲ୍ ରେ ଡାକ୍ତର ନ ଥିବେ ତ ଆମ୍ବୁଲାନ୍ସ ସେବା ମଧ୍ୟ ନ ଥିବ। ଆମ୍ବୁଲାନ୍ସ ସେବା ନ ମିଳିବାରୁ ଶେଷରେ ବିଶୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ଓ ଅଗ୍ନିଶମ କର୍ମଚାରୀ ଦ୍ଵାରା ଉକ୍ତ ଗୁରୁତର ଡ୍ରାଇଭର କୁ ଚିକିତ୍ସା ପାଇଁ ମେଡିକାଲ୍ କୁ ପଠାଯାଇଥିଲା। ବିଶୋଇ ଅଞ୍ଚଳରେ ବାରମ୍ବାର ମେଡିକାଲ୍ ସେବା ପାଇଁ ବିଶୋଇ ବାସୀ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ନିରବ ରହୁଥିବା ଉଦେଶ୍ୟ କଣ। ପ୍ରଶାସନିକ ଦୃଷ୍ଟି କେବେ ପଡ଼ିବ ବିଶୋଇ ମେଡିକାଲ୍ ଉପରେ ଦେଖିବାକୁ ବାକି ରହିଛି।

  ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ = ନିଷିଦ୍ଧ ମସ୍ତିଷ୍କ 

Sunil Chandra Nayak

ଚର୍ଚ୍ଚା ରେ ଧୂମାଭଟା ବୀଣାପାଣି କଲେଜ +3 କଲେଜ…

masiha

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ == ଲାଭା ==

Sunil Chandra Nayak

Leave a Comment

error: Content is protected !!