ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଅଧିକାର ଯୋଜନା ଛାତ୍ରଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେବ

ଛଅ ବର୍ଷ ଧରି ଜିଲ୍ଲାର ପବ୍ଲିକ ସ୍କୁଲ ଗୁଡିକୁ ଶିକ୍ଷା ଅଧିକାର ଯୋଜନା ଅନ୍ତର୍ଗତ ପାଠ ପଢୁଥିବା ଛାତ୍ର ଛାତ୍ରୀଙ୍କ ଖର୍ଚ୍ଚ ଶିକ୍ଷା ବିଭାଗ ତରଫରୁ ମିଳି ନାହିଁ। ଏଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ନା ରାଜ୍ୟ ଶିକ୍ଷା ବିଭାଗ ଦାୟୀ

ନବରଙ୍ଗପୁର:-(ମସିହା) ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ରାଜ୍ୟର ଶିକ୍ଷାର ଗୁଣାତ୍ମକ ବିକାଶ କରିବା ଉଦ୍ଧେଶ୍ୟରେ ସର୍ବଶିକ୍ଷା ଅଭିଯାନ, ଅନ୍ୱେଷା, ଶିକ୍ଷା ଅଧିକାର ଯୋଜନା, ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଫାଇଭ ଟି ଯୋଜନାରେ ସ୍କୁଲ୍ ଗୁଡ଼ିକର ଭିତ୍ତିଭୂମି ବିକାଶ କରି ଅନେକ ଗୁଡ଼ିଏ ଯୋଜନା ଚଳାଇଛନ୍ତି। କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନା ଗୁଡିକ ମଧ୍ୟରୁ ଶିକ୍ଷା ଅଧିକାର ଯୋଜନା ଏକ ପ୍ରହସନ ପାଲଟି ଯାଇଛି। ନବରଙ୍ଗପୁର ଜିଲ୍ଲା ସଦମହକୁମାରେ ଏଭଳି ଏକ ଅନିୟମିତତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି। ପୌରାଞ୍ଚଳ ୱାର୍ଡ ନଂ ୧୬ ଗାନ୍ଧୀନଗର ନିବାସୀ ସୁନୀତା ପୂଜାରୀ ଓ ରତନ ଜାନୀଙ୍କ ୮ ବର୍ଷୀୟ ପୁତ୍ରଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି। ସୁନିତାଙ୍କ ସ୍ବାମୀ ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶରେ ଥିବାବେଳେ ପୁଅକୁ ମଣିଷ କରିବାକୁ ସ୍ଵପ୍ନ ଦେଖିଥିଲେ ସୁନୀତା। ସରକାର ଯୋଗେଇ ଦେଉଥିବା ସୁଯୋଗକୁ ହାତ ଛଡା ନକରି ପୁଅକୁ ଇଂରାଜୀ ମାଧ୍ୟମ ସ୍କୁଲରେ ଏହି ଯୋଜନାରେ ଜଏନ କରିଥିଲେ। ପ୍ରଥମ ଦୁଇ ବର୍ଷ ମାଗଣାରେ ସ୍କୁଲ୍ ଫିସ ସହ ବହି ଖାତା ମାଗଣାରେ ସ୍କୁଲ ପକ୍ଷରୁ ଯୋଗାଇ ଦିଆଯାଇଥିବା ବେଳେ, ଚଳିତ ବର୍ଷ ସ୍କୁଲ ଫି ଛାଡ କରିଥିବା ବେଳେ ବହି ଖାତା ବାବଦକୁ ଏଜେନ୍ସୀ ପାଖରେ ୩୯୦୦ ଟଙ୍କା ଦେବା ପାଇଁ ସ୍କୁଲ ପ୍ରିନସିପଲ୍ କହିବା ପରେ ସୁନୀତା ଡିଇଓଙ୍କ ଦ୍ବାରସ୍ଥ ହୋଇଛନ୍ତି। ବହି ଖାତା କିଣିବା ପାଇଁ ଅସମର୍ଥ ଗରିବ ସୁନିତା ମଙ୍ଗଳବାର ଦିନ ସୁନୀତା ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ ନାଗଙ୍କୁ ଭେଟି ଏନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ପତ୍ର ଅନୁଯାୟୀ, ଶିକ୍ଷା ଅଧିକାର ଯୋଜନା ଅନୁଯାୟୀ ତାଙ୍କ ପୁଅକୁ ଶିକ୍ଷା ବିଭାଗ ପକ୍ଷରୁ ମାଗଣାରେ ବହି ଖାତା ଯୋଗେଇ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହାର ଏକକିତା ନକଲ ରାଜ୍ୟ ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି ଓ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରେରଣ କରିଛନ୍ତି। ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପଚାରିବାରୁ ଛଅ ବର୍ଷ ଧରି ବିଭିନ୍ନ ସ୍କୁଲରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ଖର୍ଚ୍ଚ ଶିକ୍ଷା ବିଭାଗ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପୈଠ କରି ନାହାନ୍ତି ବୋଲି ସ୍ବୀକାର କରିଥିଲେ । ସେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବେ ବୋଲି କହିଛନ୍ତି। ଅପରପକ୍ଷେ ସଦର ମହକୁମାର ବିଭିନ୍ନ କନଭେଣ୍ଟ ସ୍କୁଲ କର୍ତୃପକ୍ଷଙ୍କୁ ପଚାରିବାରୁ ଛଅ ବର୍ଷ ଧରି ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଟଙ୍କା ନ ମିଳିଥିବାରୁ ଅଧିକାଂଶ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବହି ଖାତା ଯୋଗାଇ ଦେବା ପାଇଁ ଅସହମତି ପ୍ରକାଶ କରିଛନ୍ତି। ଅନେକ ଥର ଜିଲ୍ଲା ଶିକ୍ଷା ବିଭାଗକୁ ସେମାନଙ୍କ ବର୍ଷ ତମାମ ସ୍କୁଲ ଫି ଓ ବହି ଖାତା ଖର୍ଚ୍ଚ ବିବରଣୀ ଦେଇ ଅପେକ୍ଷା କରି ରହିଛନ୍ତି। ଶିକ୍ଷା ବିଭାଗ ପକ୍ଷରୁ ବର୍ତ୍ତମାନ ଶୁଦ୍ଧା କୌଣସି ପଦକ୍ଷେପ ନିଆନଯିବାରୁ କିଛି ସ୍କୁଲ ବର୍ଷ ସାରା ଫି ନ ନେଇ ଶିକ୍ଷାଦାନ କରି ପାରିବେ କିନ୍ତୁ ବହି ବାବଦକୁ ଅବିଭାବକ ମାନେ ବହି ଖାତା ଯୋଗାଇ ଦେଉଥିବା ଏଜେନ୍ସୀ ଠାରୁ ଟଙ୍କା ଦେଇ କିଣିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ସମେତ ଜିଲ୍ଲା ପ୍ରଶାସନ ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ବୃଦ୍ଧି ପାଇଁ ସଚେତନତାର ଉପାୟ ଅବଲମ୍ବନ କରୁଥିବା ବେଳେ ସୁନୀତାଙ୍କ ପୁଅ ଭଳି ଅନ୍ୟ ମାନେ ଯେମିତି ଡ୍ରପ ଆଉଟ୍ ଛାତ୍ର ଛାତ୍ରୀ ରୂପେ ପରିଗଣିତ ନହୁଅନ୍ତି ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକା ରହିଛି ବୋଲି ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସ୍ୱାମୀଜୀ ଯୁବକ ସଂଘ ପକ୍ଷରୁ ମାଟ୍ରିକ୍ ଟପ୍ପର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

କଣ୍ଟାବାଞ୍ଜି ପ୍ରେସ କ୍ଲବ ଭବନ ପାଇଁ ଭୂମି ପୂଜନ

Sunil Chandra Nayak

ଜିଲ୍ଲାସ୍ତରୀୟ ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!