ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋ-ଭୋଲ୍ଟେଜ୍ ଯୋଗୁଁ ଦକ୍ଷିଣକାଳୀ ଅଂଚଳ ଅଧ୍ୟାବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ, ୧୯/୪: ସ୍ଥାନୀୟ ଦକ୍ଷିଣକାଳୀ ଅଂଚଳର ଅଧିବାସୀମାନେ ଲୋ-ଭୋଲ୍ଟେଜ୍ କାରଣରୁ ଉପଭୋକ୍ତାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଓପିଟିସିଏଲ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଜଣାଇଛନ୍ତି। ପ୍ରକାଶ ଯେ, ଦକ୍ଷିଣକାଳୀ ଅଂଚଳର ସେବାଶ୍ରମ ବିଦ୍ୟାଳୟ ନିକଟସ୍ତ ବିଦ୍ୟୁତ୍ ଟ୍ରାନ୍ସଫର୍ମରୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ଉପଭୋକ୍ତାମାନେ ଘର ଠାରୁ ବହୁତ ଦୂର ହୋଇଥିବାର ଲୋ-ଭୋଲ୍ଟେଜ୍ କାରଣରୁ ଫ୍ୟାନ ନଘୁରିବା, ପାଣି ପମ୍ପ୍ ନଚାଲିବା ଇତ୍ୟାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଦକ୍ଷିଣକାଳୀ ବାଲିସାହି ବାସୀନ୍ଦା ନୂତନ ଟ୍ରାନ୍ସଫର୍ମର ବସାଇବା କିମ୍ବା ଆଶ୍ରମ ସ୍କୁଲ୍ ନିକଟରେ ଥିବା ଟ୍ରାନ୍ସଫର୍ମରଟିକୁ ଅଧ୍ଵକ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ବସାଇ ଉପଭୋକ୍ତାମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଓପିଟିସିଏଲ୍ ର ନିର୍ବାହୀଯନ୍ତ୍ରୀଙ୍କୁ ଏକ ଲିଖିତ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ବେଳେ ସୁବାଷ ଚନ୍ଦ୍ର ଶତପଥୀ, ରମେଶ ଚନ୍ଦ୍ର ସାମଲ, ପ୍ରସନ୍ନ କୁମାର ରାୟ, ଜୟଶ୍ରୀ ପି. ଶତପଥୀ, ମାନସ ମହାନ୍ତି, ଅଲିଭା ଜ୍ୟୋତି ଦାସ, ଅପରାଜିତା ପାଲ୍, ପ୍ରଦୀପ କୁମାର ରଥ, ରମାକାନ୍ତ ନାୟକ ମନୋଜ କୁମାର ବେହେରା, କୁଳମଣୀ ମାଝୀ ଓ ଅକ୍ଷୟ କୁମାର ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ସି ଏଲ ଏଫ ଫର ରେ ଇସି ମେମ୍ବର ମଞ୍ଜୁଲତା ବାରିକ କୁ ପଦରୁ ବହିଷ୍କାର ଦାବିରେ ପଞ୍ଚାୟତ ଅଫିସ ରେ ବୈଠକ

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ 

masiha

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଘୋଡାଖୁଣ୍ଟାର ବାର୍ଷିକୋତ୍ସବ “ଘୁଙ୍ଗୁର”ପାଳିତ

Sunil Chandra Nayak

Leave a Comment

error: Content is protected !!