ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ , ରାସୋଳ ତରଫରୁ ବହୁବିଧ ସେବା ପ୍ରଦାନ 

ଢେ଼ଙ୍କାନାଳ(ମ ସୀ ହା) ଚଳିତ ବର୍ଷ ଅଷ୍ଟାଦଶ ତମ ରାସୋଳ ମହୋତ୍ସବ ଗତ ତା ୧୪/୦୪ ରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ୧୭/୦୪/୨୩ରିଖ ସୋମବାର ଦିନ ସମାପନ ହୋଇଛି। ବହୁ ଆଡମ୍ବର ସହକାରେ ଜଗତ ଜନନୀ ମା ଦକ୍ଷିଣକାଳୀଙ୍କର ଆଶୀର୍ବାଦ ସ୍ବରୂପ ଓଡିଆ ନବ ବର୍ଷ ର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ରାସୋଳ ବିକାଶ ପରିଷଦ ଆୟୋଜିତ ରାସୋଳ ମହୋତ୍ସବ ଅବସର ରେ ହିନ୍ଦୋଳ କଲ୍ୟାଣ ସଂଗଠନ ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳ ତରଫରୁ ବହୁବିଧ ସେବା କାର୍ଯ୍ୟ ସମ୍ପାଦିତ ହୋଇଛି।ଯଥା ନୂତନ ଓ ପୂରାତନ ବ୍ଯବହାର ଯୋଗ୍ୟ ବସ୍ତ୍ର ଗ୍ରହଣ ଓ ବଣ୍ଟନ, ଜଳଦାନ,ସୂଚନା କେନ୍ଦ୍ର ମାଧ୍ୟମରେ ଆବଶ୍ୟକୀୟ ସୂଚନା ପ୍ରଦାନ,ପ୍ରାଥମିକ ଚିକିତ୍ସା ପ୍ରଦାନ ସମେତ ୧୪ ତାରିଖ ଶୁକ୍ରବାର ଦିନ ମା ଦକ୍ଷିଣକାଳୀ ମନ୍ଦିର ପ୍ରାଙ୍ଗଣ ରେ ଶ୍ରଦ୍ଧାଳୁ ଭକ୍ତ ଜନ ଙ୍କୁ ରୌଦ୍ରତାପ ରୁ ମୁକ୍ତି ନିମିତ୍ତ ଜଳ,ଘୋଳଦହି,ସରବତ ଦାନ ତଥା ଜଳ ସିଞ୍ଚନ କାର୍ଯ୍ୟ ,୧୫ ତାରିଖ ଶନିବାର ଦିନ ରାସୋଳ ହସପିଟାଲରେ ଏକ ସ୍ବତନ୍ତ୍ର ଗ୍ରୀଷ୍ମ କାଳୀନ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ବେଳେ 53 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଏତଦ୍ ବ୍ୟତୀତ ଆନ୍ତର୍ଜାତୀୟ ଦାନ ଦିବସ ଉପଲକ୍ଷେ ଦୁଦୁରକୋଟ୍ ସ୍ଥିତ ଜନତା ରାଜ ହାଇ ସ୍କୁଲ ପରିସର ରେ ଓମ୍ ଟିଭି ପ୍ରଯୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ପେନ,ଚକୋଲେଟ ବଣ୍ଟନ କରାଯାଇଥିଲା।

ପ୍ରତ୍ୟେକ ଦିନ ସଂଧ୍ୟା ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଦ୍ଵାରା ବହୁ ଅସହାୟ ଗରିବ ଶ୍ରେଣୀ ର ଲୋକେ ଉପକୃତ ହୋଇ ଥିବା ବେଳେ ଅସହାୟ ଅନାଥ ମାନଙ୍କ ପାଇଁ ସହୃଦୟ ବ୍ଯକ୍ତି ବିଶେଷ ମାନେ ମଧ୍ୟ ବସ୍ତ୍ର ଦାନ କରିଥିଲେ।

    ପ୍ରକାଶ ଥାଉକି ଚଳିତ ବର୍ଷ ବହୁ ଜନ ସମାଗମ କୁ ଆଖି ଆଗରେ ରଖି ସଂଗଠନ ତରଫ ରୁ ପ୍ରତିଦିନ ସଂଧ୍ୟା ସମୟ ରେ ୩୦୦୦ଲୋକ ଙ୍କ ପାଇଁ ଜଳଦାନ ର ବ୍ଯବସ୍ଥା କରାଯିବା ସହିତ ଦହି ସରବତ,ଘୋଳ ଦହି ମଧ୍ୟ ବଣ୍ଟନ କରାଯାଇ ଥିଲା।

    ଉକ୍ତ ସାମୁହିକ କାର୍ଯ୍ୟ ହିନ୍ଦୋଳ କଲ୍ୟାଣ ସଂଗଠନର ପ୍ରତିଷ୍ଠାତା ସଭ୍ଯ ଇଂ ପ୍ରବୋଧ ପାଲ ଏବଂ ଜନ ମଙ୍ଗଳ ରାସୋଳ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉପଦେଷ୍ଟା ଡାକ୍ତର ଦୟା ନିଧି ପୃଷ୍ଟି,ଶ୍ରୀଯୁକ୍ତ ରତିକାନ୍ତ ଗଡନାୟକ,ଶ୍ରୀଯୁକ୍ତ ଭକ୍ତବନ୍ଧୁ ଶତପଥୀ,ଶ୍ରୀମତି ସତ୍ଯଭାମା ମିଶ୍ର,ଯୋଗଗୁରୁ ଦିପ୍ତୀ ରଞ୍ଜନ ପଣ୍ଡା,ହିନ୍ଦୋଳ କଲ୍ୟାଣ ସଂଗଠନର ଆଜୀବନ ସଦସ୍ୟ ଶ୍ରୀଯୁକ୍ତ ଶନ୍କର୍ଷଣ ପାଳ,ଗଣେଶ୍ବର କ୍ଲବ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଶ୍ରୀନିବାସ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସଂଗଠନ ର ସମସ୍ତ ସେବକ ଓ ସେବିକାମାନଙ୍କର ସାହାଯ୍ୟ ସହଯୋଗ ରେ ଅତି ସୁନ୍ଦର ଭାବରେ ସମ୍ପାଦିତ ହୋଇଥିଲା।

    ଏତାଦୃଶ ସାମୁହିକ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ଜନ ସାଧାରଣ ସ୍ବାଗତ କରିବା ସହିତ ମାନ୍ଯବର ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ,ବିଜେଡି ମହିଳା ଯୁବମୋର୍ଚା ସଭାନେତ୍ରୀ ଶ୍ରୀମତି ନମିତା ନାଏକ,ରାସୋଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଦିବାକର ନାଏକ,ମାନ୍ୟ ବର ମୟୁରଭଞ୍ଜ (ବାରିପଦା)ଫାଷ୍ଟ ଟ୍ରାକ ଜଜ୍ ଶ୍ରୀଯୁକ୍ତ ଦୁର୍ଗାଚରଣ ମିଶ୍ର ଆଦି ବହୁ ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ ଭୂୟସୀ ପ୍ରଶଂସା କରିବା ସହିତ ଅଶେଷ ଧନ୍ଯବାଦ୍ ଅର୍ପଣ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

Sunil Chandra Nayak

ରସାୟନ ବିଜ୍ଞାନରେ ଅଧ୍ୟାପକଙ୍କ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧିଲାଭ

Sunil Chandra Nayak

ନୂତନ ତହସିଲଦାର ଭାବେ ଅନିଲ କୁମାର ମହାନ୍ତି ଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!