ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଓଡିଆରେ ପ୍ରଥମଥର ପାଇଁ “ଦେବଦାସ” ମ୍ୟୁଜିକାଲ ପ୍ଲେ

ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେବାକୁ ଯାଉଛି, ‘ଦେବଦାସ – ମ୍ୟୁଜିକାଲ୍ ପ୍ଲେ’ l ଅରୋମିରା ଏଣ୍ଟରଟେନମେଣ୍ଟ ଆଣିବ ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଆସନ୍ତା ୨୭ ତାରିଖ (ଗୁରୁବାର) ଦିନ ଉପଭୋଗ କରିବେ l ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, “ଦେବଦାସ” ର ମୁଖ୍ୟ ଭୂମିକା ବା ଦେବଦାସ ହୋଇଛନ୍ତି ରାଣୋ ଜୟ, ପାରୋ ଭୂମିକାରେ ଅଛନ୍ତି ସିନେ ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି ଅଭିନେତ୍ରୀ ବୈଶାଳୀ l ନାଟକ ‘ଆହେ ନୀଳ ଶୈଳ’, ‘ନବକଳେବର’, ‘ବୟସର ଅନ୍ତେ’ ର ସଫଳତା ପରେ ମଲ୍ଟି ସିନେ ଷ୍ଟାର ଙ୍କୁ ନେଇ ପ୍ରଥମଥର ରବୀନ୍ଦ୍ର ମଣ୍ଡପ ଠାରେ ମ୍ୟୁଜିକାଲ ପ୍ଲେ ଅନୁଷ୍ଠିତ ହେବ l

“ଦେବଦାସ” ମ୍ୟୁଜିକାଲ ପ୍ଲେ ରେ ରହିଛି ଦେବଦାସ ଛୋଟରାୟ ଙ୍କ ରଚନା, ଓମ୍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ସଙ୍ଗୀତ ସଂଯୋଜନା ଏବଂ ସୁସ୍ମିତା ଦାସ, ଅରବିନ୍ଦ ଦତ୍ତ ଓ ଦେବସ୍ମିତା ମିଶ୍ରଙ୍କ ଦ୍ୱାରା କଣ୍ଠଦାନ କରାଯାଇଥିବା ୧୦ ଟି ସଙ୍ଗୀତ ଯାହାକି ଜେସିକେ ଷ୍ଟୁଡିଓରେ ରେକର୍ଡ କରାଯାଇଛି l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ ସେଠୀ l 

ଏକ ଘଣ୍ଟାର ଏହି ମ୍ୟୁଜିକାଲ୍ ପ୍ଲେ ଏପ୍ରିଲ ୨୭ ତାରିଖ, ଗୁରୁବାର ସନ୍ଧ୍ୟା ୭ରୁ ମଞ୍ଚସ୍ଥ ହେବ ରାଜଧାନୀର ସବୁଠାରୁ ଲୋକପ୍ରିୟ ଥିଏଟର୍ ରବୀନ୍ଦ୍ର ମଣ୍ଡପରେ l ୯୦ ମିନିଟ୍ ର ଏହି ମଲ୍ଟି ଷ୍ଟାର ମ୍ୟୁଜିକାଲ୍ ପ୍ଲେ ଦେଖାଇଛି ପ୍ରକୃତ ଦେବଦାସଙ୍କ ପରେ ଚନ୍ଦ୍ରମୁଖୀ ଏବଂ ପାରୋ ସହିତ ଘଟିଥିବା ପ୍ରେମ କାହାଣୀ l 

ଲେଖକ ଦେବଦାସ ଛୋଟରାୟ କହିଛନ୍ତି, “ମୁଁ ସମ୍ପୂର୍ଣ୍ଣ ଉତ୍ସାହିତ ଅଛି ଏହି ମ୍ୟୁଜିକାଲ୍ ପ୍ଲେ ପାଇଁ” ।

ଭାରତୀୟ ସିନେମାରେ ‘ଦେବଦାସ’ ର ଅନେକ ସଂସ୍କରଣ ଦେଖିଛନ୍ତି, ତଥାପି ଉପନ୍ୟାସରେ ଅନେକ କିଛି ଅଛି ଯାହା ଦର୍ଶକଙ୍କୁ ସବୁବେଳେ ‘ଦେବଦାସ’ ସହ ଯୋଡିଥାଏ | ଦେବଦାସ’ ର ଷ୍ଟେଜ୍ ମ୍ୟୁଜିକାଲ୍ ସଂସ୍କରଣ ପୂର୍ବରୁ କେବେ ଦେଖାଯାଇ ନଥିଲା ତେଣୁ ରବୀନ୍ଦ୍ର ମଣ୍ଡପଠାରେ ସିନେ ତାରକାଙ୍କ ଏହି ପ୍ରଦର୍ଶନ ନିଶ୍ଚିତ ଏକ ନୂଆ ଇତିହାସ ସୃଷ୍ଟି କରିବ l 

ନିର୍ଦ୍ଦେଶକ ଦେବ ମେହେର କୁହନ୍ତି, “ଦେବଦାସ” ସମସ୍ତ ପ୍ରେମ କାହାଣୀର ମା’ ସଦୃଶ l ଏହି କାହାଣୀ ଏକ ଶହ ବର୍ଷରୁ ଅଧିକ ସମୟ ଧରି ନିଜକୁ ବଜାୟ ରଖିଛି ଏବଂ କାହାଣୀରେ ଅନ୍ତଃର୍ନିହିତ କବିତା ଏବଂ ନାଟକ ପାଇଁ ବିଭିନ୍ନ ଭାଷାଗୁଡ଼ିକ ମଧ୍ୟରେ ସିନେମା ପାଇଁ ଅନୁକୂଳ ହୋଇଛି l ବର୍ତ୍ତମାନ ପ୍ରଥମ ଥର ପାଇଁ ମଞ୍ଚରେ ଏହା ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ସୃଜନଶୀଳତାର ଏକ ନୂଆ ଅଭିଜ୍ଞତା ଦେବ l 

ରବୀନ୍ଦ୍ର ମଣ୍ଡପର ଚିତ୍ତାକର୍ଷକ ସେଟ୍, ଆତ୍ମାକୁ ଛୁଇଁଲାପରି ମେଲୋଡି, ଚମତ୍କାର ନୃତ୍ୟ ଏବଂ ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ସମସ୍ତଙ୍କ ଆଶା ରହିଛି l ଏହି ମ୍ୟୁଜିକାଲ ପ୍ଲେ ଦର୍ଶକଙ୍କ ମନରେ ନୂଆ ଆଶା ସଞ୍ଚରିତ କରିବ ବୋଲି ମିଡ଼ିଆ ପ୍ଲାନର ର ମୁଖ୍ୟ ପ୍ରଣୟ ଜେଠୀ ମତବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଏହି ମ୍ୟୁଜିକାଲ ପ୍ଲେ ଦେଖିବାକୁ କହିଛନ୍ତି l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବରେ “ସମ୍ରାଟ ଅଶୋକ” ମଞ୍ଚସ୍ଥ .. ପ୍ରଫେସର ଡ ସମର ମୁଦାଲି ଙ୍କୁ ଚିନ୍ତା ପ୍ରତିମା ସମ୍ମାନ ୨୦୨୫

masiha

କଞ୍ଚା ଲଙ୍କା ସିନେମା ହଲ୍ ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ନୂଆ ପ୍ରୟାସ ଆଜି ରିଲିଜ ହେଉଛି ‘ ଟି’, ଖୁବ ଶୀଘ୍ର ‘ଡେଲିଭରି ବଏ’

Sunil Chandra Nayak

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ତୃତୀୟ ଦିବସ ରେ ଶ୍ରୀମତୀ କମ୍ ନୁହଁନ୍ତି ମଞ୍ଚସ୍ଥ 

masiha

Leave a Comment

error: Content is protected !!