ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରୀଷ୍ମଋତୁ ଆରମ୍ଭରୁ ପାଣି ପାଇଁ ହନ୍ତସନ୍ତ କାଇଁଶିରି ଗ୍ରାମବାସୀ

କାମାକ୍ଷାନଗର (ମ ନି ସ)20/4/23 _ବର୍ତ୍ତମାନ ଓଡ଼ିଶା କଣ ସାରା ଭାରତ ବର୍ଷ ରେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବାରୁ ପାଣି ପାଇଁ ସାଧାରଣ ଲୋକେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଂହା ପଞ୍ଚାୟତ ର କାଇଁଶିରୀ ଗ୍ରାମରେ । କିଛି ମାସ ପୂର୍ବରୁ କାଇଁସିରି ଗ୍ରାମବାସୀଙ୍କୁ ସରକାରଙ୍କ ତରଫରୁ ଅନୁଦାନ ରେ ମିଳିଛି ଦୁଇଟି ସୌର ଚାଳିତ ପାଣି ଟାଙ୍କି ଏବଂ ଗୋଟିଏ ଓଭୋର୍ ହେଡ୍ ଟାଙ୍କି l ଯାହାକି ଜଳକଷ୍ଟ ଦୂରୀକରଣ ହେବା ନେଇ ସ୍ଥାନୀୟ ଗ୍ରାମାସୀମାନଙ୍କୁ କିଛି ମାତ୍ରାରେ ଆଶ୍ଵାସନା ପାଇଥିଲେ ।କିନ୍ତୁ ମାତ୍ର ୧୮ ମାସ ନ ପୁରୁଣୁ ଗୋଟିଏ ସୌର ଚାଳିତ ପାଣି ଟାଙ୍କି ଫାଟି ଆଁ କଲାଣି ତ ଆଉ ଗୋଟିଏ ସୌର ଚାଳିତ ପାଣି ଟାଙ୍କି ର ସୌର ଯନ୍ତ୍ରପାତି ସଂପୂଣ୍ଣ ନଷ୍ଟ ପ୍ରାୟ ଆଉ ଓଭୋର ହେଡ ପାଣି ଟାଙ୍କି କଥା ନ କହିବା ଭଲ l ଓଭୋର୍ ହେଡ଼ ଟାଙ୍କିରୁ ଗ୍ରାମ ବାସୀଙ୍କୁ ମିଳୁଛି କେବଳ ୧୫ ରୁ ୨୦ ମିନିଟ୍ ପାଇଁ ପାଣି , କିଏ ଟୋପେ ପାଣି ପାଉଛି ତ କିଏ ଲୁହା ମିଶ୍ରିତ ପାଣି ବାହାରୁ ଥିବା ନଳକୂପରୁ ପାଣି ନେବା ପାଇଁ ବାଧ୍ୟ ହେଉଛି । କେବଳ ଏତିକି ନୁହଁ ଗୃହ ପାଳିତ ପଶୁଙ୍କୁ ମଧ୍ୟ ପାଣି ମୁନ୍ଦେ ପିଇବା ପାଇଁ ଅବା ଗାଧେଇଦେବା ପାଇଁ ପ୍ରାୟ ଦୁଇ କିଲୋମିଟର ଦୂର ଏକ ପୋଖରୀକୁ ଯିବାକୁ ପଡୁଛି । ତେବେ ଏଠି ବଡ଼ ପ୍ରଶ୍ନ ହେଉଛି ସରକାର କରୁଥିବା ଯୋଜନା ପରେ ଯୋଜନା କାହା ସ୍ୱାର୍ଥରେ ???ସାଧାରଣ ଜନତା ଯଦି ଯୋଜନା ର ଲାଭ ବଦଳରେ କ୍ଷତି ସହୁଛି ତାହେଲେ ଏତେସବୁ ପ୍ରହସନ କଣ ପାଇଁ ???ଏନେଇ ସ୍ଥାନୀୟ ସରପଂଚ ମତାମତ ଦେବା ପାଇଁ ସମ୍ପୁର୍ଣ ମନା କରିଦେଇଥିବା ବେଳେ ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌରଭ କଲ୍ୟାଣ ଦାସ ଏହାର ତଦନ୍ତ କରି ଯଥାଶୀଘ୍ର କାଇଁଷିରି ଗ୍ରାମକୁ ପାଣି ଯୋଗାଇ ଦିଆଯିବ ନେଇ ନିଜ ମତାମତ ଦେଇଥିଲେ ।ତେବେ ଦେଖିବାକୁ ବାକି ରହିଲା ଗ୍ରୀଷ୍ମ ଋତୁ ଜଳକଷ୍ଟରୁ କାଇଁସିରୀ ଗ୍ରାମବାସୀ କେବେ ମୁକ୍ତି ପାଉଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଏନ୍ ଏସ୍ ଏସ କୋ ୟୁନିଟ୍ ଦ୍ବାରା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠତ

Sunil Chandra Nayak

ଜିଲ୍ଲାସ୍ତରୀୟ ସାମୁହିକ ଅଭ୍ୟାସ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ

Sunil Chandra Nayak

ବ୍ଲକ ସ୍ତରିୟ କୃଷକ ସାଥୀ ସଂଘ ବୈଠକ

Sunil Chandra Nayak

Leave a Comment

error: Content is protected !!