ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ଛେଣ୍ଡରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବି

ରାଉରକେଲା/ ଗୋପବନ୍ଧୁ ନଗର ୱେଲଫେୟାର ଆସୋସିଏସନ ଛେଣ୍ଡ ର ଏକ ପ୍ରତିନିଧି ଦଳ ଆଜି ରାଉରକେଲା ର ଅତିରିକ୍ତ ଜିଲ୍ଲାପାଳ ଓ ରାଉରକେଲା ମୁନିସିପାଲ କର୍ପୋରେସନର କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟି ରାଉରକେଲାର ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନା ଅନୁଯାୟୀ ବ୍ୟବସ୍ଥିତ ଥିବା ଏସଓଏସ ସଲଗ୍ନ ରିଙ୍ଗ ରୋଡ଼ ଠାରୁ ବିଏସଏନଏଲ ପଛପାଖ ପର୍ଯ୍ୟନ୍ତ ଏକ ପ୍ରଶସ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଦାବି କରିବା ସଙ୍ଗେ ସଙ୍ଗେ ଛେଣ୍ଡ କଲୋନୀର ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ। ଛେଣ୍ଡ ଠାରେ ହକି ଷ୍ଟାଡିଅମ ନିର୍ମାଣ ହେବା ପରେ ବିଶେଷ କରି ମ୍ୟାଚ ଥିବା ଦିନ ଗୁଡିକରେ ସମସ୍ତ ଗାଡି ମଟର କଲୋନୀ ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କରୁଥିବାରୁ କଲୋନୀ ବସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଯେଉଁ କାରଣରୁ ଏହି ରାସ୍ତାର ଆଵଶ୍ୟକତା ବୃଦ୍ଧି ପାଇଛି। ଏହା ଛଡା, ଛେଣ୍ଡ ଠାରେ ଆଫୋର୍ଡବଲ ହଉସିଂ ସ୍କିମରେ ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣାଧୀନ ଗୃହ ଗୁଡିକ ପାଇଁ ଏହି ରାସ୍ତାର ଆଵଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ ଯେ, ରାଉରକେଲାର ବିସ୍ତୀର୍ଣ୍ଣ ଉନ୍ନୟନ ଯୋଜନାରେ ଆରମ୍ଭରୁ ଏହି ରାସ୍ତା ଓ ମୁଖ୍ୟ ଡ୍ରେନ ନିର୍ମାଣର ବ୍ୟବସ୍ତା ରହିଛି। 

ଆସୋସିଏସନର ସାଧାରଣ ସମ୍ପାଦକ ମିହିର ରାୟ ଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନବଘନ ସାହୁ, ହରିହର ଶତପଥୀ, ଦୀପକ ଦାସ ଇତ୍ୟାଦି ସାମିଲ ଥିଲେ। ପ୍ରତିନିଧି ଦଳର ସଦସ୍ୟମାନେ ଏହି ରାସ୍ତା ଓ ଡ୍ରେନର ଆଵଶ୍ୟକତା ଉପରେ ବିଭିନ୍ନ ଯୁକ୍ତି ବାଢିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ମହାପାତ୍ର ସମସ୍ତ ଯୁକ୍ତି ଗୁଡିକୁ ଶୁଣିବା ପରେ ରାସ୍ତା ନିର୍ମାଣ ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ପ୍ରତିନିଧି ଦଳ ତରଫରୁ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ସମ୍ମୁଖରେ ଥିବା ଛକକୁ ଗୋପବନ୍ଧୁ ଛକରେ ନାମିତ କରିବା ପାଇଁ ଦାବି କରିଥିଲେ, ଯାହାକୁ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ମହାପାତ୍ର ଗ୍ରହଣ କରିବା ସହିତ ମୁନିସିପାଲଟିର ଅଧିକାରୀ ମାନଙ୍କୁ ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବରିଷ୍ଠ ସମାଜସେବୀ କୈଳାସ ନାଥ ପତିଙ୍କ ବିୟୋଗରେ ଶୋକ 

masiha

ବଣାଇ ଜନପ୍ରିୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କୁ ରାଉରକେଲା ରେ ନାଗରିକ ସମ୍ବର୍ଦ୍ଧନା

masiha

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ” ସୁରଭି ” କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!