ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁମ୍ଭାରିଠାରେ ଓଁ ଶ୍ରୀ ଶ୍ରୀ ଅଷ୍ଟାଦଶ ମହାଭାରତ ମହାପାରାୟଣ ମହାଯଜ୍ଞ ଆୟୋଜିତ

ଟେମରୀ (ମ ନି ସ):-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭାରି ଗ୍ରାମ ତେଲ ନଦୀ ଆମ୍ବ ତୁଠାରେ ଓଁ ଶ୍ରୀ ଶ୍ରୀ ଅଷ୍ଟାଦଶ ମହାଭାରତ ମହାପାରାୟଣ ମହାଯଜ୍ଞ ମହିଳାମାନଙ୍କୁ ନେଇ କଳସ ଯାତ୍ରା କରାଯାଇ ଅଧିବାସ ପାଳନ କରି ଗତ ୫ ତାରିଖ ଏପ୍ରିଲ ମାସରେ ଶୁଭାରମ୍ଭ କରା ଯାଇଥିଲା। ୬ ତାରିଖ ଦିନ ପବିତ୍ର ଗ୍ରନ୍ଥ ମହାଭାରତ ମହାପାରାୟଣ ମହାଯଜ୍ଞ ପଠନ ଆରମ୍ଭ କରାଯାଇ ଥିଲା। ଆଜି ହେଉଛି ମହାଯଜ୍ଞ ର ୧୪ ତମ ଦିନ ଏଠାରେ ଏହି ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକ ପରିଦର୍ଶନ କରି ଅର୍ଣ୍ଣ ଭୋଗ ପ୍ରସାଦ ସେବନ କରି ସନ୍ତୋଷ ଅନୁଭବ କରୁଛନ୍ତି । ଆଜି ମହାଭାରତ ଶାସ୍ତ୍ର ପଠନ ଓ ଦ୍ରୌପଦୀ ଉଲଗ୍ନ ଅଭିନୟ ପ୍ରଦର୍ଶନ ଭକ୍ତ ବୃନ୍ଦଙ୍କୁ ଅତ୍ୟନ୍ତ କରୁଣୀୟ ହେତୁ ଆଖିରୁ ଲୁହ ଝରିବା ଆଲୋଡନ ସୃଷ୍ଟି କରିଛି। ଏଥିରେ କୁମ୍ଭାରି ଗ୍ରାମର ପରୀକ୍ଷ ସା ଓ ତାଙ୍କ ଧର୍ମପତ୍ନୀ ହେମଲତା ସା କର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ମହା ଗାୟକ ସନ୍ତୋଷ କୁମାର ହୋତା ମହାଗ୍ରନ୍ଥ ପଠନ କରୁଥିବା ବେଳେ ଗ୍ରାମବାସୀ ଓ ଅଂଚଳବାସୀଙ୍କ ଅର୍ଣ୍ଣ ପ୍ରସାଦ ପ୍ରଦାନ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ। ଏହି ପୀଠରେ କୁଣାବୁରା, ଜନ୍ମବାଳ କାଟିବା, ବିବାହ ବ୍ରତ, ତଥା ଅନ୍ୟାନ୍ୟ ପୂଜା ବିଧି କାର୍ଯ୍ୟ କରାଯାଉଛି। ଆସନ୍ତା ମେ ୪ ତାରିଖ ପର୍ଯ୍ୟନ୍ତ ଏହି ମହାପାରାୟଣ ମହାଯଜ୍ଞ ଚାଲୁ ରହିବ ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ୩୭ ତମ ମା’ ବାସନ୍ତୀକ ପୂଜା ସଂପନ୍ନ ;ମେଲାଣି ନେଲେ ମା ‘

Sunil Chandra Nayak

ବିଶ୍ୱ ଶାନ୍ତି ଅଲେଖ ମହିମା ଯଜ୍ଞ ଅନୁଷ୍ଠିତ 

Sunil Chandra Nayak

ଶ୍ରାବଣ ଦ୍ୱିତୀୟ ସୋମବାରରେ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ପ୍ରବଳ ଭିଡ଼ : ସମଗ୍ର ଶୈବ ପୀଠ ଚଳ ଚଞ୍ଚଳ 

Sunil Chandra Nayak

Leave a Comment

error: Content is protected !!