ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁମ୍ଭାରିଠାରେ ଓଁ ଶ୍ରୀ ଶ୍ରୀ ଅଷ୍ଟାଦଶ ମହାଭାରତ ମହାପାରାୟଣ ମହାଯଜ୍ଞ ଆୟୋଜିତ

ଟେମରୀ (ମ ନି ସ):-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭାରି ଗ୍ରାମ ତେଲ ନଦୀ ଆମ୍ବ ତୁଠାରେ ଓଁ ଶ୍ରୀ ଶ୍ରୀ ଅଷ୍ଟାଦଶ ମହାଭାରତ ମହାପାରାୟଣ ମହାଯଜ୍ଞ ମହିଳାମାନଙ୍କୁ ନେଇ କଳସ ଯାତ୍ରା କରାଯାଇ ଅଧିବାସ ପାଳନ କରି ଗତ ୫ ତାରିଖ ଏପ୍ରିଲ ମାସରେ ଶୁଭାରମ୍ଭ କରା ଯାଇଥିଲା। ୬ ତାରିଖ ଦିନ ପବିତ୍ର ଗ୍ରନ୍ଥ ମହାଭାରତ ମହାପାରାୟଣ ମହାଯଜ୍ଞ ପଠନ ଆରମ୍ଭ କରାଯାଇ ଥିଲା। ଆଜି ହେଉଛି ମହାଯଜ୍ଞ ର ୧୪ ତମ ଦିନ ଏଠାରେ ଏହି ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକ ପରିଦର୍ଶନ କରି ଅର୍ଣ୍ଣ ଭୋଗ ପ୍ରସାଦ ସେବନ କରି ସନ୍ତୋଷ ଅନୁଭବ କରୁଛନ୍ତି । ଆଜି ମହାଭାରତ ଶାସ୍ତ୍ର ପଠନ ଓ ଦ୍ରୌପଦୀ ଉଲଗ୍ନ ଅଭିନୟ ପ୍ରଦର୍ଶନ ଭକ୍ତ ବୃନ୍ଦଙ୍କୁ ଅତ୍ୟନ୍ତ କରୁଣୀୟ ହେତୁ ଆଖିରୁ ଲୁହ ଝରିବା ଆଲୋଡନ ସୃଷ୍ଟି କରିଛି। ଏଥିରେ କୁମ୍ଭାରି ଗ୍ରାମର ପରୀକ୍ଷ ସା ଓ ତାଙ୍କ ଧର୍ମପତ୍ନୀ ହେମଲତା ସା କର୍ତ୍ତା ଭାବରେ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ମହା ଗାୟକ ସନ୍ତୋଷ କୁମାର ହୋତା ମହାଗ୍ରନ୍ଥ ପଠନ କରୁଥିବା ବେଳେ ଗ୍ରାମବାସୀ ଓ ଅଂଚଳବାସୀଙ୍କ ଅର୍ଣ୍ଣ ପ୍ରସାଦ ପ୍ରଦାନ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ। ଏହି ପୀଠରେ କୁଣାବୁରା, ଜନ୍ମବାଳ କାଟିବା, ବିବାହ ବ୍ରତ, ତଥା ଅନ୍ୟାନ୍ୟ ପୂଜା ବିଧି କାର୍ଯ୍ୟ କରାଯାଉଛି। ଆସନ୍ତା ମେ ୪ ତାରିଖ ପର୍ଯ୍ୟନ୍ତ ଏହି ମହାପାରାୟଣ ମହାଯଜ୍ଞ ଚାଲୁ ରହିବ ।

ଜଗଜ୍ଜିବନ ସା ଙ୍କ ରିପୋର୍ଟ

Related posts

କଣ୍ଟାପାଳ ପଞ୍ଚାୟତ ପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କ ଯାତ୍ରା

Sunil Chandra Nayak

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ପ୍ରଥମ ଦିନରେ ବ୍ୟାପକ ପଟୁଆର ସହ ସୁନାପାଙ୍ଗା ପରିଭ୍ରମଣ 

Sunil Chandra Nayak

ଶ୍ରୀ ସତ୍ୟ ଶାଇ ଙ୍କ ଶହେ ତମ ଜନ୍ମତିଥି ବାର୍ଷିକ ଉତ୍ସବ ଉପଲକ୍ଷେ ସାଇଙ୍କ ଦିବ୍ୟ ପାଦୁକା କୁ ନେଇ ଗ୍ରାମ ପରିକ୍ରମା 

masiha

Leave a Comment

error: Content is protected !!