ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ସମାଜର ବିରାଟ ଶୋଭାଯାତ୍ରା

ପାଟଣାଗଡ଼, ବ୍ରାହ୍ମଣ ସମାଜର ଆରାଧ୍ୟ ଦେବତା ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ପାଟଣାଗଡ଼ ବ୍ରାହ୍ମଣ ପରିବାର ତରଫରୁ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସମାଜର ସହସ୍ରାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ଭଗବାନଙ୍କ ଅସ୍ତ୍ର ଧରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସହରର ମୁଖ୍ୟ ରାସ୍ତାଦେଇ ବରମପୁରାସ୍ଥିତ ବଳଦେବଜୀଉ ମନ୍ଦିରରେ ପହଞ୍ଚିଥିଲେ । ସମାଜରେ ଲୋକଙ୍କୁ ଏକଜୁଟ କରି ସଂଗଠନକୁ କିଭଳି ମଜବୁତ କରାଯାଇପାରିବ ସେସମ୍ପର୍କରେ ମତ ଦେଇଥିଲେ । ଏହି ଶୋଭାଯାତ୍ରାରେ ପାଟଣାଗଡ଼ ବେଳପଡ଼ା ମଣ୍ଡଳ ଖପ୍ରାଖୋଲ ଧନ୍ଦାମୁଣ୍ଡା ପ୍ରଭୃତି ଅଞ୍ଚଳରୁ ଶତାଧିକ ବ୍ରାହ୍ମଣ ସମାଜର ଜନସାଧାରଣ ଯୋଗ ଦେଇଥିଲେ । ସହରରେ ଥିବା ବିଶିଷ୍ଟ ବ୍ୟବସାୟୀ ସୁରେଶ ଶର୍ମା ନିଜେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରିଥିଲେ । ଶୋଭାଯାତ୍ରା ବଳଦେବଜୀଉ ମନ୍ଦିରରେ ପହଞ୍ଚିବା ପରେ ସମସ୍ତଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

୪୨ ମୌଜାରେ ସମାଜସେବୀ କୈଳାସ ଚନ୍ଦ୍ର ପତିଙ୍କ ସ୍ମୃତି ଚାରଣ ସଭା 

masiha

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ

masiha

ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା ଦିବସ ପାଳିତ 

masiha

Leave a Comment

error: Content is protected !!