ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରାହ୍ମଣ ସମାଜର ବିରାଟ ଶୋଭାଯାତ୍ରା

ପାଟଣାଗଡ଼, ବ୍ରାହ୍ମଣ ସମାଜର ଆରାଧ୍ୟ ଦେବତା ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ପାଟଣାଗଡ଼ ବ୍ରାହ୍ମଣ ପରିବାର ତରଫରୁ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସମାଜର ସହସ୍ରାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ଭଗବାନଙ୍କ ଅସ୍ତ୍ର ଧରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସହରର ମୁଖ୍ୟ ରାସ୍ତାଦେଇ ବରମପୁରାସ୍ଥିତ ବଳଦେବଜୀଉ ମନ୍ଦିରରେ ପହଞ୍ଚିଥିଲେ । ସମାଜରେ ଲୋକଙ୍କୁ ଏକଜୁଟ କରି ସଂଗଠନକୁ କିଭଳି ମଜବୁତ କରାଯାଇପାରିବ ସେସମ୍ପର୍କରେ ମତ ଦେଇଥିଲେ । ଏହି ଶୋଭାଯାତ୍ରାରେ ପାଟଣାଗଡ଼ ବେଳପଡ଼ା ମଣ୍ଡଳ ଖପ୍ରାଖୋଲ ଧନ୍ଦାମୁଣ୍ଡା ପ୍ରଭୃତି ଅଞ୍ଚଳରୁ ଶତାଧିକ ବ୍ରାହ୍ମଣ ସମାଜର ଜନସାଧାରଣ ଯୋଗ ଦେଇଥିଲେ । ସହରରେ ଥିବା ବିଶିଷ୍ଟ ବ୍ୟବସାୟୀ ସୁରେଶ ଶର୍ମା ନିଜେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରିଥିଲେ । ଶୋଭାଯାତ୍ରା ବଳଦେବଜୀଉ ମନ୍ଦିରରେ ପହଞ୍ଚିବା ପରେ ସମସ୍ତଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

ସ୍ବର୍ଗତ ରବୀନ୍ଦ୍ର ନାଥ ରାଉତଙ୍କ ଏକାଦଶାହ ଅବସରରେରେ ସ୍ମୃତି ଚାରଣ ସଭା 

Sunil Chandra Nayak

ସୁସ୍ଥ ହେଲା ଦନ୍ତା ହାତୀ

Leave a Comment

error: Content is protected !!