ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

ମାନଗୋବିନ୍ଦ ସ୍ବାଇଁ

ଅକ୍ଷୟ ତୃତୀୟା ଚାଷ ଅନୁକୂଳ 
      କୃଷକ ମହା ପରବ
ବୀଜ ବୁଣି କ୍ଷେତେ ଠାକୁର ମାର୍ଜନା
        ନିଜକୁ କରଇଁ ଗର୍ବ।
 ଲଙ୍ଗଳ ଜୁଆଳି କାନ୍ଧରେ ପକାଇ
    ବଳଦ ସାଙ୍ଗରେ ନେଇ
ଅକ୍ଷି ମୁଠି ହାତେ ସ୍ମରଣ ପ୍ରଭୁ ହେ
     ଫସଲ ଦିଅ ମୋଭୂଇଁ।
ମା’ଲକ୍ଷ୍ମୀ ମୋ ମୁଠି କ୍ଷେତ୍ରରେ ବଣୁଛି
       ପରିବେଶ ମୋ ସୁଯୋଗ
ଫସଲ ଫଳିଲେ ଯାଚି ଦେବି ପ୍ରଭୁ
      ପ୍ରଥମ ଫସଲ ଭୋଗ।
ଏତିକି କରୁଣା କର ନାହିଁ ଊଣା
    ଚାଷ ଗଢ଼ା ପରିବେଶ
ପାଗ ଯୋଗ ସବୁ ଠିକ ଦିଅ ପ୍ରଭୁ
    କୃଷକ ମନରେ ହସ।
କ୍ଷେତର ଫସଲ ଦର୍ଶନେ ଆନନ୍ଦ
    କି଼ ହସଖୁସି ତାହାର
କୃଷକ ଯୋଗାଏ ସମାଜକୁ ତାର
     ତା କ୍ଷେତ ଶକ୍ତି ଆହାର।
କୃଷି ଉତ୍ପାଦନ ଦେଶ ବଢ଼େ ଧନ
       କୃଷକ ବନ୍ଧୁ ଜୁହାର
କୃଷକ ଭାଇ ମୋ ପ୍ରାଣ ପୁଣ୍ୟ କାମ
    ମୋ ଆତ୍ମା ତୁମେ ଈଶ୍ୱର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସହଦେବ ପରିଡ଼ା ଙ୍କ କବିତା = ଜଣାଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା l l ଏକ ହିଁ ଈଶ୍ୱର

Sunil Chandra Nayak

Leave a Comment

error: Content is protected !!