ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଅକ୍ଷୟ ତୃତୀୟା

  ଅକ୍ଷୟ ତୃତୀୟା

ବାର ମାସେ ତେର ପରବ ପାଳିତ
ଓଡ଼ିଶା ମାଟିରେ ଭାଇ,
ବୈଶାଖ ମାସର ଶୁକ୍ଲ ତୃତୀୟାକୁ
ଅକ୍ଷୟ ତୃତୀୟା କହି।
ବହୁତ ମହତ୍ତ୍ଵ ରହିଅଛି ଭାଇ
ଏହି ତୃତୀୟା ଗୋଟିର,
ଅଖି ମୁଠି ନେଇ କୃଷକ ଯେ ଯାଏ
ନିଜର କୃଷି ଖେତର।
ମୁଣ୍ଡରେ ଧରିଣ ବିହନର କୁଣ୍ଡି
ହଳ ସାଥେ ଯାଇ ଥାଏ,
ସହ ଧର୍ମୀଣି ତା ପୂଜା ଥାଳ ଧରି
ତା ସହ କ୍ଷେତକୁ ଯାଇ।
ବିଲର ହିଡରେ ପୂଜା ବିଧି କରି
ଆଖୂ ମୁଠି ଫିଙ୍ଗି ଥାଏ,
ବସୁଧା ମାତାଙ୍କୁ ଅର୍ଘ୍ୟ ଥାଲିନ୍ଦେଇ
ବହୁ ପୂଜା କରି ଥାଏ।
ଚନ୍ଦନ ଯାତରା ହୁଏ ଅନୁକୂଳ
ଏହି ପୁଣ୍ୟ ତିଥି ଠାରୁ,
ଅନସନ ଗୃହେ ଜଗନ୍ନାଥ ଯାଇ
ଅକ୍ଷୟ ତୃତୀୟା ଠାରୁ।
ରଥ ଯାତ୍ରା ପାଇଁ ରଥ ଗଢା କାର୍ଯ୍ୟ
ଆରମ୍ଭ ଏହି ଦିନରୁ,
ବହୁ ଶୁଭ କାମ ଆରମ୍ଭ ହୁଅଇ
ଏହି ଶୁଭ ଦିନ ଠାରୁ।
ବହୁତ ଗୁରୁତ୍ୱ ରହିଅଛି ଭାଇ
ଏହି ତୃତୀୟାର ପରା,
ବହୁ ଖୁସି ଆଉ ଉଲ୍ଲାସ ମଧ୍ୟରେ
ପାଳୁ ହେ ରାଇଜ ସାରା।

ପ୍ରସନ୍ନ କୁମାର ସାହୁ

ପ୍ରତିଷ୍ଠାତା

ଆସିକା ମଧୁର ସାହିତ୍ୟ ସଂସଦ ଓ

ମହକ ସାହିତ୍ୟ ସଂସଦ

Related posts

ରଞ୍ଜିତା ପତି ଙ୍କ କବିତା l l l ଶୀତ l l l

Sunil Chandra Nayak

କୁନା ସେଠୀ ଙ୍କ କବିତା l l ଅଧେ ଛାଇ ଅଧେ ଖରା

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଉତ୍କଳ ଦିବସ

masiha

Leave a Comment

error: Content is protected !!