ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରଶାନ୍ତ କୁମାର ନାଥ ଙ୍କ କବିତା = ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

 

 ପ୍ରଶାନ୍ତ କୁମାର ନାଥ

ଅନ୍ନ ଵିନା ଶୂନ୍ୟ ନୁହେଁ ତ ଜୀବନ
    ଚାଷୀ ତ ଯୋଗାଏ ଅନ୍ନ
ଚାଷ କରି ଚଷା କରିଲେ ଅମଳ
    ଭଣ୍ଡାର ହୁଅଇ ପୂର୍ଣ୍ଣ। 
ତା ପାଇଁ ତ ଇଷ୍ଟ ଅକ୍ଷିମୁଠି ଶ୍ରେଷ୍ଠ
    କ୍ଷେତରେ ଵୁଣିବା ପାଇଁ
ରଖିଛି ସାଇତି ଉଳିଆ ରେ ଭରି
    ଶୁଭ ଲଗନକୁ ଚାହିଁ। 
ବୈଶାଖ ମାସର ଶୁକ୍ଳ ତୃତୀୟା ଯେ
     ତା ପାଇଁ ଶୁଭ ଲଗନ
ଲକ୍ଷ୍ମୀଙ୍କୁ ସୁମରି କ୍ଷେତକୁ ସଜାଡି
    ଘରୁ ନିଏ ଅକ୍ଷି ଧାନ। 
ଶ୍ରଦ୍ଧା ଭକତିରେ ପୂଜାର୍ଚ୍ଚନା କରେ
     ଵିଲର ଐଶାନ୍ୟ କୋଣେ
ଚିତା ଟୋକେଇରେ ଅକ୍ଷି ଧାନ ଭରି
    ଵିଲରେ ସେ ଧିରେ ଵୁଣେ। 
କୃଷକ ଭାଇର ମନରେ ଆନନ୍ଦ
     ଆଶା ଅସୁମାରି ଭରେ
ଚାପ ତାପ ପାଇ ଵିଲେ ଧାନ ବୀଜ
      କ୍ଷେତକୁ ସୁନ୍ଦର କରେ। 
କୃଷୀ ଭିତ୍ତିକ ପର୍ବ ଉତ୍କଳ ରାଜ୍ୟେ 
       ଅକ୍ଷୟ ତୃତୀୟା ଏହି
କୃଷକ ପାଳଇ ଭକ୍ତି ପୂତ ହୋଇ
      ମନରେ ତ ଶ୍ରଦ୍ଧା ଵୋହି।।

ପ୍ରଶାନ୍ତ କୁମାର ନାଥ

 (ଜୁଣଗଡି) ରାଜନଗର କେନ୍ଦ୍ରାପଡ଼ା

Related posts

ଜଗଦୀଶ ଶତପଥୀ ଙ୍କ କବିତା__ କଳା କହ୍ନେଇ __

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା // ମହାଶିବରାତ୍ରୀ

Sunil Chandra Nayak

ମଧୁ ମିତା ମିଶ୍ର ଙ୍କ କବିତା = ଆଶା ଆଶଙ୍କା

Sunil Chandra Nayak

Leave a Comment

error: Content is protected !!