ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାଧବ ମାଝୀ ଙ୍କ କବିତା = ଅକ୍ଷୟ ତୃତୀୟା 

     ଅକ୍ଷୟ ତୃତୀୟା 

(ଅ ) ଅନୁକୂଳ ନାମେ ବରଷକେ ଥରେ
                    ଆସେ ଅକ୍ଷୟ ତୃତୀୟା,
      ଅଗ୍ରେ ପୂଜି ବକ୍ରତୁଣ୍ଡ ବିନାୟକ
                  କର ସର୍ବ ଶୁଭକ୍ରିୟା l(1)
(କ୍ଷ) କ୍ଷୟ ହେଉ ଦୁଃଖ ଆଜ ଶୁଭ ଦିନେ
                ଘରେଘରେ ପୁରେ ପୁରେ,
       କ୍ଷେତ ବିଲେ ଚଷା ଫସଲ ଫଳାଉ
                  ଅନ୍ନ କ୍ଳିଷ୍ଟ ଯାଉ ଦୂରେ l(2)
(ୟ) ୟା’ ପରି ଦିବସ ବରଷକେ ନାହିଁ
                   କର ସର୍ବେ ଶୁଭାରମ୍ଭ,
        ୟା’ ତା’ କଥାରେ ନ ଭୁଲି, କାମରେ-
                    ମନକୁ କର ହେ ଦମ୍ଭ l(3)
(ତୃ) ତୃଷାର୍ତ୍ତ ଜନଙ୍କୁ ଜଳ ଦାନ ଦେଇ
                 ଭୋକିଲା ଲୋକଙ୍କୁ ଦାନା,
        ତୃପତ କରିବା ଆନନ୍ଦ ପ୍ରଦାନି
                 ସର୍ବେ ହେବେ ଆନମନା l(4)
(ତୀ ) ତିକ୍ତତା ନ ରଖି ହୃଦୟ ଭିତରେ
                 ସେବା ମନୋଭାବ ବହି,
        ତିତିକ୍ଷା ରଖିଣ ଜୀବନ ଜଞ୍ଜାଳେ
                  ଟାଣିବା ସଭିଙ୍କୁ ମୋହି l(5)
(ୟା ) ୟାଙ୍କ ତାଙ୍କ ପାଇଁ ସର୍ବ ଜନ ପାଇଁ
                 ରଚିବା କାବ୍ୟ କବିତା,
         ୟେହି କଥା ଆଜି ମନରେ ରଖନ୍ତୁ
                 “ଅକ୍ଷୟ ତୃତୀୟା ” ବାର୍ତ୍ତା l(6)

 ମାଧବ ମାଝୀ

କେରମେଲି, ନୂଆପଡ଼ା 

Related posts

ଜୟ କୁମାର ମିଶ୍ର ଙ୍କ କବିତା – “ଅଭାବୀ କଷଣ”

masiha

ସ୍ୱାଗତିକା ସାହୁ ଙ୍କ କବିତା = କଳିଙ୍ଗ ଷଣ୍ଡ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା//ଆମେ ସବାଖିଆ 

Sunil Chandra Nayak

Leave a Comment

error: Content is protected !!