ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ନୃତ୍ୟ ସଙ୍ଗୀତ ଡଙ୍ଗର ମହୋତ୍ସବ ୨୦୨୩ ଉଦଘାଟିତ

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ଜିଲ୍ଲା ସଂସ୍କୃତି ପଋଷଦ କନ୍ଧମାଳ ର ମିଳିତ ସହଯୋଗରେ ଆୟୋଜିତ ତିନି ଦିନିଆ ଡଙ୍ଗର ମହୋତ୍ସବ ଆଦିବାସୀ ନୃତ୍ୟ ସଙ୍ଗୀତ ଉଦଘାଟନ ହୋଇଯାଇଛି। କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ରୋଦନ ମଲ୍ଲିକ ,ମାନ୍ୟବର କନ୍ଧମାଳ ବିଧାୟକ ଅଙ୍ଗଦ କଁହର,କନ୍ଧମାଳ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲ,ରାଜ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ସଚିବ ଶ୍ରୀ ପ୍ରବୋଧ ରଥ,ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଏହି ତିନି ଦିନିଆ ମହୋତ୍ସବ ର ଶୁଭ ଉଦଘାଟନ କରିଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ରେ ପରିବେଷିତ ହେବାକୁ ଯାଉଥିବା ଏହି ଆଦିବାସୀ ନୃତ୍ୟ ଓ ସଙ୍ଗୀତ ନିଶ୍ଚିତ ଭାବେ କଳାକାର ମାନଙ୍କୁ ଉତ୍ସାହିତ କରିବ। କାରଣ ଓଡ଼ିଶା ର ପ୍ରତି ଜିଲ୍ଲାର କଳାକାର ମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆମ କନ୍ଧମାଳ ଜିଲ୍ଲାର କଳାକାର ମାନେ ମଧ୍ୟ ଭାଗ ନେଉଛନ୍ତି। ଜିଲ୍ଲାର କଳାକାର ମାନଙ୍କ ପାଇଁ ଏହା ଏକ ସୁଯୋଗ ଯେ ସେମାନେ ଅନ୍ୟ ଜିଲ୍ଲା ରୁ ଆସିଥିବା କଳାକାର ମାନଙ୍କ ସହିତ ମିଶିବେ କଳା ସଂସ୍କୃତି ଭାବର ଆଦାନ ପ୍ରଦାନ କରିପାରିବେ ବୋଲି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ କହିଥିଲେ। ୨୧/୪/୨୦୨୩ ରିଖ ଠାରୁ ୨୩/୪/୨୦୨୩ ରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ଡଙ୍ଗର ମହୋତ୍ସବ ରେ ୨୫ ଗୋଟି ଆଦିବାସୀ ନୃତ୍ୟ କୁ ଜନ ସାଧାରଣ ଉପଭୋଗ କରିପାରିବେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ୱର ଦ୍ୱାରା ଏହି କଳାକାର ମାନେ ଓଡ଼ିଶା ବାହାରକୁ ନୃତ୍ୟ ପରିବେଷଣ କରିବାକୁ ଯାଇ ବେଶ ସୁନାମ ଅର୍ଜନ କରିଛନ୍ତି। ପ୍ରତିଟି ସନ୍ଧ୍ୟାରେ ସାଂସକୃତିକ କାର୍ଯ୍ୟ କ୍ରମ ନିହାତି ଭାବେ ସମସ୍ତ ଙ୍କର ମନୋରଞ୍ଜନ ପାଇଁ ଖୋରାକ ଯୋଗାଇବ। ୨୧,୨୨,ଓ ୨୩ ଅପ୍ରେଲ ୨୦୨୩ ପ୍ରତ୍ୟେକ ସନ୍ଧ୍ୟା ୫ ଘଟିକା ୩୦ ମିନିଟ ସ୍ଥାନ ଫୁଲବାଣୀ ଏଜେଓ ହାଇ ସ୍କୁଲ ବି ଟିମ ପଡ଼ିଆ ଠାରେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଉପଭୋଗ କରିବା ସହିତ କଳାକାର ମାନଙ୍କୁ ଉସ୍ଛାହିତ କରିବା ପାଇଁ ସଦର ନିମନ୍ତ୍ରଣ କରାଯାଉଛି।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

Sunil Chandra Nayak

ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ-୨୦୨୫ ଅନୁଷ୍ଠିତ  ସମୁଦାୟ ୫୧ ଲକ୍ଷ ଚାଷୀ ୧୦୨୫ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ପାଇଲେ

masiha

ମେରାମଣ୍ଡଳୀ ରେଲୱେ ଷ୍ଟେସନର ରେଲୱେ ଟ୍ରାକ ରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!