ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁରେ ବ୍ଲକ ସ୍ତରୀୟ ପର୍ଶୁରାମ ଜନ୍ମୋତ୍ସଵ, ଜୟ ପର୍ଶୁରାମରେ ପ୍ରକମ୍ପିତ ହେଲା ସହର

କୋକସରା,୨୨/୪ ଲଡୁଗାଁ ବ୍ରାହ୍ମଣ ସମାଜର ଆୟୋଜନ କ୍ରମେ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସଵ ଶନିବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ସହରରେ ମହା ସମାରୋହରେ ପାଳନ କରାଯାଇଛି। ଲଡୁଗାଁ ମାଝୀପଡା ଶିଵ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ବ୍ରାହ୍ମଣ ସମାଜର ଶତାଧିକ ମହିଳା ପୁରୁଷ ଗେରୁଆ ବସ୍ତ୍ର ପରିଧାନ କରି ଜୟ ପର୍ଶୁରାମ ନାରା ଦେଇ ସହର ପରିକ୍ରମା କରିଥିଲେ। ପରେ ଜଗନ୍ନାଥ ମନ୍ଦିରର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ତ୍ରିନାଥ ଠାକୁରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜନାର୍ଦ୍ଦନ ପଣ୍ଡା, ମୁଖ୍ୟ ବକ୍ତା ଭାବେ ବଜେନ୍ଦ୍ର ପାଟ୍ଟଯୋଷୀ, ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ରାଧେଶ୍ୟାମ ଶର୍ମା, ଭୁବନେଶ୍ୱର ପୁରୋହିତ, ପ୍ରଭାକର ବେହେରା ଯୋଗଦେଇ ବ୍ରାହ୍ମଣ ସମାଜର ସାମୁହିକ ବିକାଶ ପାଇଁ ଯୁବଗୋଷ୍ଠୀ, ମାତୃଶକ୍ତିଙ୍କୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ବିଗତ ଦିନରେ ମୃତ୍ୟୁବରଣ କରିଥିବା ସମାଜର ଅନେକ ଦିବଂଗତ ସଦସ୍ୟଙ୍କ ଅମର ଆତ୍ମାର ସଦଗତି ପାଇଁ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶ୍ରୀମନ୍ତ ପାଢ଼ୀ ଓ ମନୋଜ ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ସୂର୍ଯ୍ୟ ପ୍ରକାଶ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଉରକେଲା ରେ  ମହାଶିବରାତ୍ରୀ  ଉପଲକ୍ଷେ ବେଦବ୍ୟାସ ପୀଠରେ ଫେବୃଆରୀ ୨୬ରୁ ମାର୍ଚ୍ଚ ୧୦ ଯାଏଁ ଚାଲିବ ମେଳା

masiha

ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ନବରଙ୍ଗପୁର ସୋସାଇଟି ଫର ସୋସିଆଲ ସୋଲିଡାରିଟି (ସାମାଜିକ ଏକତା ପାଇଁ ସମାଜ ) ତରଫରୁ ଦୁଖୀ ଗରିବ କୁ ସୁଖିଲା ଖାଦ୍ୟ ବଣ୍ଟନ

Leave a Comment

error: Content is protected !!