ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଗାଁରେ ରାସ୍ତା କଡ଼ରେ ପଡ଼ିଥିବା କଦଳୀ ପାଟୁକା ରେ ନିଆଁରୁ ଧୁଆଁ ବାହାରି ପଥଚାରୀ ହନ୍ତସନ୍ତ !!!

ବାଲୁଗାଁ:- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ସମସ୍ତ କାଉନସିଲର ମାନେ ଅନଶନ କରିଥିବା ବେଳେ ଆଜି ତାହାର ପ୍ରମାଣ ସ୍ୱରୂପ ଘଟିଛି ଏକ ଅଭାବନୀୟ ଘଟଣା। ବାଲୁଗାଁ ବଜାରକୁ ବ୍ୟବସାୟ ପାଇଁ ଆସୁଥିବା କଦଳୀ ଗାଡ଼ି ଖାଲି ହେବା ପରେ ଅନାବଶ୍ୟକ ଶୁଖିଲା କଦଳୀ ପଟୁକା କୁ ଅତି ବେପରୁଆ ଭାବରେ ମୁଖ୍ୟ ରାସ୍ତାର ଦୁଇ କଡ଼ରେ ସୋମନାଥ ସେନାପତି ବସ୍ ଷ୍ଟାଣ୍ଡ ନିକଟରେ ଫୋପାଡି ଦିଆଯାଉଛି। ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ କର୍ତ୍ତୃପକ୍ଷଙ୍କ ମନ୍ ମାନି ଯୋଗୁ ବଜାର,ରାସ୍ତା ଓ ଚିଲିକା କୂଳ ଆଦି ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ପରିମଳ ପ୍ରତି ଧ୍ୟାନ ଦିଆଯାଉନାହିଁ। ବାରମ୍ବାର ବାଲୁଗାଁ ସୋମନାଥ ବସଷ୍ଟାଣ୍ଡ ନିକଟରେ ଘଟି ଚାଲିଛି ଦିନ କୁ ଦିନ ଏଭଳି ଦୁର୍ଘଟଣା। କାହିଁକି ହେଉଛି ତାହା ଜାଣି ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରତିକାର ହୋଇପାରୁନି। ଦୁର୍ଘଟଣା ଓ ମୃତ୍ୟୁ ହାତ ଠାରି ଡାକୁଛି ପଥଚାରୀଙ୍କୁ। ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ମଧ୍ୟ ଦେଇ ବଡକୁଳ ଯାଇଥିବା ପୁରୁଣା ପାଞ୍ଚ ନମ୍ବର ଜାତୀୟ ରାଜ ପଥର ଉଭୟ ପାର୍ଶ୍ଵରେ କିଛି କଦଳୀ ଗୋଦାମ କରି ଥିବା ବ୍ୟବସାୟୀ ଆନ୍ଦ୍ରପ୍ରଦେଶ ରୁ ଟ୍ରକ ଟ୍ରକ କଦଳୀ ଖାଲି କରି ବ୍ୟବସାୟ କରୁଛନ୍ତି, କିନ୍ତୁ ଅଳିଆ ସୋମନାଥ ବସଷ୍ଟାଣ୍ଡ ନିକଟରେ ଢାଳି ଆବର୍ଜନା ସୃଷ୍ଟି କରିବା ସହିତ ନିଆଁ ଲଗାଇ ଦେଉଥିବା ରୁ ଏଥିରେ ପ୍ରବଳ ଧୂଆଁ ବାହାରି ପରିବେଶ ଦୂଷିତ ହେଉଛି ।

ପ୍ରଚୁର ଧୂଆଁ ଯୋଗୁଁ ରୋଡ଼ରେ ଆସୁଥିବା ପଥଚାରୀ ହେଉ ବା ଯାନବାହାନ ଚଳାଚଳ କିଛି ନ ଦିଶିବା ହେତୁ ଗାଡି ଦୁର୍ଘଟଣା ଗ୍ରସ୍ତ ହେଉଛି। ପୂର୍ବରୁ ମଧ୍ୟ ବହୁବାର ଦୁର୍ଘଟଣା ହୋଇଛି, କିଛି ବ୍ୟକ୍ତି ଆହତ ଓ ମୃତ୍ୟୁ ହେବାର ନଜିର ଅଛି । ସେହିପରି ଆଜି ଏକ ପାସେଞ୍ଜର ଅଟୋରେ ବସି ଆସୁଥିବା ଲଙ୍ଗଳେଶ୍ୱର ଅଞ୍ଚଳର ଜଣେ ମହିଳା ପ୍ରଚୁର ଧୂଆଁ ଯୋଗୁଁ ବିବ୍ରତ ହୋଇ ଦୁର୍ଘଟଣାର ଶିକାର ଯୋଗୁଁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ନଜରକୁ ଆସିଥିଲା।ଏହିଭଳି ଘଟଣା ବାରମ୍ବାର ହେଉଥିବା ହେତୁ ଅଞ୍ଚଳବାସି ପ୍ରଶାସନ ଉପରେ ଆଙ୍ଗୁଠି ଉଠାଉଛନ୍ତି l

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଆଜି ସକାଳ ୮ ଘଣ୍ଟା ରେ ଇହ ଧାମ ତ୍ୟାଗ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଡ଼ାବୁଗାଁରେ ଧାନ ମଣ୍ଡି ଉଦଘାଟିତ 

masiha

୨୫ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ୨୪ ପର୍ଯ୍ୟନ୍ତ 

masiha

Leave a Comment

error: Content is protected !!