ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜି୨୦ ଅନ୍ତର୍ଗତ ସିଭିଲ ୨୦ର କାର୍ଯ୍ୟକାରୀ ଗୋଷ୍ଠୀରେ ଯୋଗଦେଲେ ମହେନ୍ଦ୍ର

ନବରଙ୍ଗପୁର-(ମସିହା) ନବରଙ୍ଗପୁରର ଜାତୀୟ ଯୁବ ପୁରସ୍କାର ବିଜେତା ତଥା ଯୁବ ସମାଜସେବୀ ମହେନ୍ଦ୍ର କୁମାର ନାୟକ ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଜି୨୦ ଅନ୍ତର୍ଗତ ସିଭିଲ ୨୦ର “ଲିଙ୍ଗଗତ ସମାନତା ଓ ଦିବ୍ୟାଙ୍ଗ” କାର୍ଯ୍ୟକାରୀ ଗୋଷ୍ଠୀର କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସିଭିଲ ୨୦ ଦ୍ୱାରା ନିମନ୍ତ୍ରିତ ହୋଇ “ମହିଳା ଏବଂ ଦିବ୍ୟାଙ୍ଗଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ଅଜୀବିକା” ଉପରେ ନିଜର ମତ ରଖିଥିଲେ, ଏଥିପାଇଁ ସର୍ବମୋଟ ୫ଟି ପ୍ରସ୍ତାବ ଚୟନ କରାଯାଇଥିବାବେଳେ ସେଥିମଧ୍ୟରୁ ମହେନ୍ଦ୍ରଙ୍କ ଦ୍ୱାରା ସିଭିଲ ୨୦ର ପରାମର୍ଶଦାତା ବୋର୍ଡ଼ କୁ ଦିଆଯାଇଥିବା ୨ଟି ପ୍ରସ୍ତାବ ଅନଲାଇନ ଭୋଟିଂ ଜରିଆରେ ଚୟନ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ସିଭିଲ ୨୦ର ପରାମର୍ଶଦାତା ବୋର୍ଡ଼ ସଦସ୍ୟ ସମେତ ବିଭିନ୍ନ ଦେଶରୁ ୪୦୦ରୁ ଉର୍ଦ୍ଧ ନାଗରିକ ସମାଜ ସଂଗଠନ ପ୍ରତିନିଧି, ଏନଜିଓ ମୁଖ୍ୟ, ପବ୍ଲିକ ପଲିସୀ ତଥା ବିଶେଷଜ୍ଞ, ବିଭିନ୍ନ ଦେଶର ସରକାରୀ ପ୍ରତିନିଧି, ଅନ୍ତର୍ଜାତୀୟ ପ୍ରତିନିଧି, ୟୁଏନ ଅଧିକାରୀ ମାନେ ଯୋଗ ଦେଇ ଆନ୍ତଜାତୀୟ ଲୋକ ନୀତି ଉପରେ ୨ ଦିନ ଧରି ବିଚାର ବିମର୍ଷ କରିଥିଲେ ଏବଂ ମହିଳା ଏବଂ ଦିବ୍ୟାଙ୍ଗଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ଥାୟୀ ଅଜୀବିକା, ଶିକ୍ଷା ଓ ଦକ୍ଷତା ବିକାଶ, ଦିବ୍ୟାଙ୍ଗ, ଆତ୍ମ ସୁରକ୍ଷା, ପରିବେଶ ଓ ସଂସ୍କୃତି ଭଳି ୮ଟି ବିଭିନ୍ନ ବିଷୟରେ ନିଜର ମତ ରଖିଥିଲେ I ସୂଚନା ଥାଉକି, ଦୀର୍ଘ ୧୦ ବର୍ଷ ଧରି ଶ୍ରୀ ନାୟକ ସରକାରଙ୍କ ଲୋକ ନୀତି ଉପରେ ଗବେଷଣାରତ, ସେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ଅନ୍ତରାଷ୍ଟ୍ରୀୟ ବ୍ୟବସାୟ ପ୍ରବନ୍ଧନ, ଗ୍ରାମୀଣ ବିକାଶ, ସୁପ୍ରଶାସନ, ସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ଜନଜାତିଙ୍କ ଲୋକନୀତି ଉପରେ ବକ୍ତବ୍ୟ ଦେଇ ଆସୁଛନ୍ତି I ନିକଟରେ ମହେନ୍ଦ୍ର ଇନଷ୍ଟିଚ୍ୟୁଟ ଫର ପବ୍ଲିକ ପଲିସୀ ରିସର୍ଚ୍ଚ ଆଣ୍ଡ ସଷ୍ଟେନେବଲ ଡେଭେଲପ୍ମେଣ୍ଟ (ଆଇପିପିଆରଏସଡି), ଚଣ୍ଡିଗଡର ସର୍ବକନିଷ୍ଠ ପରାମର୍ଶଦାତା ରୂପେ ମଧ୍ୟ ମନୋନୀତ ହୋଇଛନ୍ତି I ଏଥିପାଇଁ ମହେନ୍ଦ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି Iମହେନ୍ଦ୍ର ଜି୨୦ ଅନ୍ତର୍ଗତ ଅର୍ବାନ ୨୦ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ରାଷ୍ଟ୍ରୀୟ ସହର ବିକାଶ ସଂସ୍ଥା ତଥା ଆବାସ ଏବଂ ସହର ବିକାଶ ମନ୍ତ୍ରଣାଳୟ ଦ୍ୱାରା ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ “ସର୍ବବୃହତ ଜାତୀୟ ଯୁବ ସମ୍ମିଳନୀ”, ଭାରତ ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ “ୟୁଥ ୨୦ ଜାତୀୟ ସ୍ତରୀୟ ପରାମର୍ଶ ବୈଠକ”, ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଅଂଶଗ୍ରହଣ କରି ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ନିମନ୍ତେ ଭାରତ କିଭଳି ନିଜର ନେତୃତ୍ୱକୁ ଉପଯୋଗ କରିବ ଏବଂ ଭାରତ କିଭଳି ଭାବେ ନିଜର ପରମ୍ପରା, ସଂସ୍କୃତି, ଐତିହ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦୁନିଆ ଆଗରେ ଭାରତୀୟ ରଙ୍ଗରେ ପ୍ରଦର୍ଶିତ କରିବା ପାଇଁ ପ୍ରସ୍ତୁତ ହେଉଚି ସେ ସମ୍ପର୍କରେ ଚର୍ଚ୍ଚା କରି ଲୋକଲୋଚନକୁ ଆସିପାରିଛନ୍ତି I ‘‘ବସୁଧୈବ କୁଟୁମ୍ବକମ’’ର ମାର୍ଗଦର୍ଶୀ ସିଦ୍ଧାନ୍ତକୁ ନେଇ ଭାରତ ନିଜର ଜି-୨୦ ଅଧ୍ୟକ୍ଷତା କାର୍ଯ୍ୟ ଆରମ୍ଭ କରିଚାଲିଛି । ଭାରତ ଏହାକୁ ଏକ ନୂଆ ଦାୟିତ୍ୱ ଏବଂ ନିଜ ପ୍ରତି ବିଶ୍ୱର ବିଶ୍ୱାସ ବଢ଼ାଇବା ପାଇଁ ଏକ ସୁଯୋଗ ଭାବେ ଗ୍ରହଣ କରିଛି। ବର୍ତ୍ତମାନ, ଭାରତକୁ ଏକ ନୂଆ ଦୃଷ୍ଟିକୋଣ ନେଇ ସମସ୍ତେ ଦେଖୁଛନ୍ତି। ଜି-୨୦ର ଅଧ୍ୟକ୍ଷ ଭାବେ ‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’’ ଭାବନାକୁ ସାକାର କରିବା ଲାଗି ଭାରତ ପାଇଁ ବର୍ତ୍ତମାନ ଏକ ସୁଯୋଗ ଆସିଛି। ଭାରତର ସାମ୍ପ୍ରତିକ ସଫଳତାକୁ ଆକଳନ କରିବା ସହିତ ଏହାର ଭବିଷ୍ୟତକୁ ନେଇ ଆଶା ବ୍ୟକ୍ତ କରାଯାଉଛି। ଏଭଳି ପରିସ୍ଥିତିରେ, ଏସବୁ ଆଶା ଓ ଆକାଂକ୍ଷାକୁ ସାକାର କରିବା ଲାଗି ଦେଶର ନାଗରିକ ଭାବେ ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ନିଜ ସାମର୍ଥ୍ୟ ଠାରୁ ଆଗକୁ ବଢ଼ିବା ଓ ଉର୍ଦ୍ଧ୍ବକୁ ଯାଇ କାର୍ଯ୍ୟ କରିବାକୁ ମହେନ୍ଦ୍ର ଆହ୍ୱାନ ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଓ ବାଲ୍ୟ ବିବାହ ସମସ୍ୟାକୁ ରୋକିବାକୁ ହେଲେ ବିଭିନ୍ନ ଜାତି ଓ ଧାର୍ମିକ ଗୋଷ୍ଠୀଙ୍କର ସହଯୋଗ ଆବଶ୍ୟକ: ଅତିରିକ୍ତ ଜିଲ୍ଲାପାଳ

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କ ଉଦ୍ୟମ କ୍ରମେ ଗାୟତ୍ରୀ ପିଠିରେ ନଳକୂପ ଖନନ

ବସ୍ ଧକ୍କା ରେ କଲେଜ ଛାତ୍ରୀ ଙ୍କ ମୃତ୍ୟୁ, ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort