ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ

ପାପଡାହାଣ୍ଡି,23/4, ମନିସ — ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଠାରେ କୃଷକ ଦିବସ ପାଳିତ ହୋଇଯାଇଛି | ସ୍ଥାନୀୟ ଚାଷୀଙ୍କ ଚାଷ ଜମିରେ ଏ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ଏଥିରେ ଅତିଥି ଭାବେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ପୂର୍ବତନ ବ୍ଲକ ଉପାଧକ୍ଷ ତ୍ରିନାଥ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ | ଏହି ଅବସରରେ ପୂଜାର୍ଚ୍ଚନା ସହ ଅତିଥି ମାନେ ଅଖି ମୁଠି ପକାଇଥିଲେ | କାର୍ଯ୍ୟକ୍ରମରେ ଏଏଓ ସୌମ୍ୟରଞ୍ଜନ ମହାପାତ୍ର , ସରପଞ୍ଚ ଚନ୍ଦ୍ର ଶେଖର ମାଝୀ, ଅବରସର ତୀର୍ଥ ଚାରଣ ନାୟକ, ପ୍ରକାଶ ଚନ୍ଦ୍ର ମିଶ୍ର, ଉମାଶଙ୍କର ରଥ, ସୌରଭ ଜୈନ, ବିଷ୍ଣୁ ପ୍ରିୟା ସାହୁ, ପୁନମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମରେ ଚାଷ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସୁନ୍ଦରଗଡ଼ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

ଶୁଣିଲାଣି ପ୍ରଶାସନ, ନିଜ ପରିଶ୍ରମ ରେ ଚାଷ ଜମି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଚାଷି ଓ ଗ୍ରାମବାସୀ

Sunil Chandra Nayak

ଟ୍ରକ ଚାପରେ ବାଇକ ଚାଳକର ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!