ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି:ଓଲମା ଠାରେ ବ୍ଲକ ସ୍ତରୀୟ କୃଷକ ଦିବସ ଓ ଆଖିମୁଠି ଅନୁକୂଳ

ତେନ୍ତୁଳିଖୁଣ୍ଟି – ୨୩/୦୪/୨୩ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ କୃଷକ ଦିବସ କଂଗ୍ର । ଗ୍ରାମ ପଞ୍ଚାୟତ ର ଓଲମା ଠାରେ ଆୟୋଜିତ ହୋଇ ଯାଇଛି। ଏହି ଅବସର ରେ ପାରମ୍ପରିକ ରୀତିନୀତି ତଥା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଅଖିମୁଠି ଅନୁକୂଳ କରା ଯାଇଛି। ପୁରୋହିତ ତଥା କୃଷି ଓଭରସିୟର ହରି ଶଙ୍କର ତ୍ରିପାଠୀ ବୈଦିକ ମନ୍ତ୍ର ଉଚ୍ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ଙ୍କ ପୌରହିତ୍ୟ ରେ ଆୟୋଜିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରି ନାୟକ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଯୋଗ ଦେଇଥିଲେ। ଏହି ଅବସରରେ ରାଜ୍ୟ ସରକାର ଙ୍କ ବିଭିନ୍ନ କୃଷି ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷୀ ଙ୍କୁ ବୁଝାଇଥିଲେ। କୃଷକ ଙ୍କ ପାଇଁ ଆଗାମୀ ଖରିଫ ଋତୁ ପାଇଁ ପ୍ରସ୍ତୁତି କିପରି କରିବାକୁ ହେବ ବୁଝାଇ ଥିଲେ ଉପସ୍ଥିତ ଅଧିକାରୀ ମାନେ। ଏହି କାର୍ଯ୍ୟକ୍ରମ ରେ କୃଷି ଓଭର ସିୟର ଧୀରେନ କୁମାର ବେନ୍ୟା,କୃଷି ଗ୍ରାମ ସେବକ ଜିତେନ୍ଦ୍ର ଟାକ୍ରୀ ,ଏ ଟିଏମ ବାଳ ଗୋବିନ୍ଦ ସାହୁ ଓ ଆଶିଷ କୁମାର ପରିଡା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ସାହୁ,ତେନ୍ତୁଳିଖୁଣ୍ଟି

Related posts

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (PMSMA)ର ୧୦ ବର୍ଷ ପୂର୍ତି ଅବସରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ସବ ପାଳିତ

ତେରେସିଂହା କୁମ୍ଭାର ସମାଜ ନୂତନ କର୍ମକର୍ତ୍ତା ନିର୍ବାଚିତ

Sunil Chandra Nayak

ଗମ୍ଭାରୀଗୁଡା ଧାନ ମଣ୍ଡିରେ କଳାକାର ସଙ୍ଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!