ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେ’ରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ରୁ ଉଡ଼ିବ ବିମାନ

ଉତ୍କେଲାରୁ ଇଣ୍ଡିଆ ୱାନ ପକ୍ଷରୁ ୯ ଆସନ ବିଶିଷ୍ଟ ବିମାନ ଉଡ଼ାଣ ଭରିବ

ପ୍ରଥମେ ରାୟପୁର ଓ ପରେ ଭୁବନେଶ୍ବରକୁ ଯିବ….

ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆସନ୍ତା ମେ ମାସରେ କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନ ବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ହେବ। ଇଣ୍ଡିଆ ଶ୍ଵାନ ଏୟାରର ବିମାନ ଉତ୍କେଲା ରୁ ରାୟପୁର ପର୍ଯ୍ୟନ୍ତ ଉଡ଼ାଣ ଭରିବ। ଏହି ବିମାନ ପ୍ରଥମେ ଭୁବନେଶ୍ବର ପର୍ଯ୍ୟନ୍ତ ଓ ପରେ ସଂପ୍ରସାରିତ ହେବ । ଉତ୍କେଲା ଇଣ୍ଡିଆ ୱାନ ପକ୍ଷରୁ ୯ ଆସନ ବିଶିଷ୍ଟ ବିମାନ ଉଡ଼ାଣ ଭରିବ।

ପ୍ରଥମେ ରାୟପୁର ଓ ପରେ ଭୁବନେଶ୍ବରକୁ ଯିବ

ଏୟାରଷ୍ଟ୍ରିପରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୮ କୋଟି ୬୦ ଲକ୍ଷ ୭୩ ହଜାର ଟଙ୍କା ଖର୍ଚ୍ଚରେ ବିମାନ ବନ୍ଦରର ଭିତ୍ତିଭୂମି ହୋଇ ସାରିଛି। ଏଥିନିମନ୍ତେ  ୪୨ କୋଟି ୮୭ ଲକ୍ଷ ୯୩ ହଜାର ଟଙ୍କା ମଞ୍ଜୁର ହୋଇଥିଲା ।ଡିଜିସିଏସ ପକ୍ଷରୁ ୫ ଜଣିଆ ଟିମ ଉଲ୍ଲେଲା ଏୟାରଷ୍ଟ୍ରିପର ତଦାରଖ କରି ଫେରିଛନ୍ତି। ୨-ବି ଲାଇସେନ୍ସ ପ୍ରଦାନ ନିମନ୍ତେ କିଛି ତ୍ରୁଟିଥିବା ଦର୍ଶାଯାଇଛି। ଏହାର ସୁଧାର ନିମନ୍ତେ ପୂର୍ତ୍ତ ବିଭାଗ ପକ୍ଷରୁ ସଂଶୋଧନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିଭଳି ଟର୍ମିନାଲ ବିଲଡିଂ, ଷ୍ଟାଫ୍ କ୍ବାର୍ଟର, ଅଗ୍ନିଶମ ବାରାକ ଓ ର ସଂପ୍ରସାରଣ ନିର୍ମାଣ କାମ ଶେଷ ହୋଇଛି। ବର୍ତ୍ତମାନ ୯ଟି ଆସନ ବିଶିଷ୍ଟ ବିମାନ ଚଳାଚଳ କରିବାକୁ ଥିବା ବେଳେ ପରେ ୭୮ଯାତ୍ରୀଙ୍କୁ ନେଇ ଉଡ଼ାଣ ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ,ସରକାରଙ୍କ ଉଡାଣ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ଶେଷ ହୋଇଛି । ଯାହାର ସମୀକ୍ଷା କରିଛନ୍ତି। ଡିଜିସିଏର ୫ ଜଣିଆ ସ୍ବତନ୍ତ୍ର ଟିମ୍ । ଏହି ଟିମ୍‌ର ସମୀକ୍ଷା ପରେ ବିମାନ ଉଡାଣ ପାଇଁ ଲାଇସେନ୍ସ ମିଳିଥିବା ଜଣାପଡିଛି ।ପ୍ରକାଶ ଥାଉକି, ନିକଟରେ ଗଞ୍ଜାମ ଜିଲ୍ଲା ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ପ୍ରଥମ ଥର ପାଇଁ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହୋଇଥିଲା ।

ଉତ୍କେଲା ବିମାନ ବନ୍ଦରରୁ ଖୁବଶୀଘ୍ର ୨ଟି ବିମାନ ଚାଲିବାକୁ ଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜଗନ୍ନାଥ ସେବା ସମିତି ପକ୍ଷରୁ କଳାହାଣ୍ଡି ସାଂସଦଙ୍କ ଦ୍ୱାରା ଗରିବ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ବଲାଙ୍ଗିର ଜିଲ୍ଲା କୁ “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ

Sunil Chandra Nayak

ଆସନ୍ତା ଫ୍ରେଵୃୟାରି ମାସରେ କାମାକ୍ଷା ମହୋତ୍ସବ ହେଵାକୁ ଥିବା ସାରଙ୍ଗଧର ଷ୍ଟାଡିୟମ ପଡ଼ିଆ ପରିଦର୍ଶନ କରିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

Sunil Chandra Nayak

Leave a Comment

error: Content is protected !!