ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପି ଆରମ୍ଭ

 ଢେଙ୍କାନାଳରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ୨୧ ଦିନ ଧରି ଚନ୍ଦନ ଯାତ୍ରା। ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ମଦନମୋହନଙ୍କୁ ପାଲିଙ୍କି ରେ ଗୋପାଳମାନେ କାନ୍ଧେଇ ଛତ୍ର,ଛତ୍ରା, ଘଣ୍ଟାଘଣ୍ଟ, କାହାଳି ବଜାଇ ବାଟ ସାରା ପଣା ଲାଗି ପରେ ସ୍ଥାନୀୟ ଭାଗୀରଥି ସାଗର କୂଳରେ ଆସି ଚାପ ବେଦିରେ ବିଜେ କରନ୍ତି।ଘଣ୍ଟ କାହାଳି ବଜାଇ ଡଙ୍ଗା କୁ ପଞ୍ଚାମୃତ ସିଞ୍ଚନ କରି ସୁଚିକରାଯାଏ। ଠାକୁରଙ୍କୁ ଡଙ୍ଗା କୁ ବିଜେ କରାଗଲେ ପ୍ରଥମେ ଚାପ କରାଯାଇଥାଏ। ଠାକୁରଙ୍କ ସ୍ନାନ ପରେ ଚନ୍ଦନ ଲାଗି କରାଯାଏ । ମଦନମୋହନଙ୍କ ଦିତୀୟ ଚାପ ପରେ ମଙ୍ଗଳାର୍ପଣ ପୂଜା, ଆଳତି ,ବିଭିନ୍ନ ଭୋଗ ଲାଗି ଓ ପୂଜାର୍ଚ୍ଚନା କରାଯାଏ ଏବଂ ଠାକୁର ମନ୍ଦିରକୁ ବାହୁଡ଼ି ଯାଆନ୍ତି। ମନ୍ଦିର ବାହୁଡିବାପରେ ରେ ମନ୍ଦିର ରେ ଧୂପ ନୀତି ଆରମ୍ଭ କରାଯାଏ। ପୂଜକ ମଳୟ କର,ପାଳିଆ ସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଉପସ୍ଥିତିରେ ଏହି ଚନ୍ଦନ ଯାତ୍ରା ନୀତି ସମ୍ପନ୍ନ ହୋଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ(ସାନ୍ତା ଗ୍ରାମ )ଗ୍ରାମ ଗୁଡିକ ରେ ପାଳିତ ହେଲା “ପୁଷ ପରବ “

Sunil Chandra Nayak

ଲକ୍ଷ୍ମୀପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରତିଷ୍ଠା ମହଉତ୍ସବ ଆରମ୍ଭ 

Sunil Chandra Nayak

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଆରା ସେବା : ଜଳାଭିଷେକ ଲାଗି ଦୃଷ୍ଟିହୀନଙ୍କୁ ସହାୟତା 

masiha

Leave a Comment

error: Content is protected !!