ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଆଜି ଚନ୍ଦନ ଯାତ୍ରା ୨୧ ଦିନ ବ୍ୟାପି ଆରମ୍ଭ

 ଢେଙ୍କାନାଳରେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ୨୧ ଦିନ ଧରି ଚନ୍ଦନ ଯାତ୍ରା। ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ମଦନମୋହନଙ୍କୁ ପାଲିଙ୍କି ରେ ଗୋପାଳମାନେ କାନ୍ଧେଇ ଛତ୍ର,ଛତ୍ରା, ଘଣ୍ଟାଘଣ୍ଟ, କାହାଳି ବଜାଇ ବାଟ ସାରା ପଣା ଲାଗି ପରେ ସ୍ଥାନୀୟ ଭାଗୀରଥି ସାଗର କୂଳରେ ଆସି ଚାପ ବେଦିରେ ବିଜେ କରନ୍ତି।ଘଣ୍ଟ କାହାଳି ବଜାଇ ଡଙ୍ଗା କୁ ପଞ୍ଚାମୃତ ସିଞ୍ଚନ କରି ସୁଚିକରାଯାଏ। ଠାକୁରଙ୍କୁ ଡଙ୍ଗା କୁ ବିଜେ କରାଗଲେ ପ୍ରଥମେ ଚାପ କରାଯାଇଥାଏ। ଠାକୁରଙ୍କ ସ୍ନାନ ପରେ ଚନ୍ଦନ ଲାଗି କରାଯାଏ । ମଦନମୋହନଙ୍କ ଦିତୀୟ ଚାପ ପରେ ମଙ୍ଗଳାର୍ପଣ ପୂଜା, ଆଳତି ,ବିଭିନ୍ନ ଭୋଗ ଲାଗି ଓ ପୂଜାର୍ଚ୍ଚନା କରାଯାଏ ଏବଂ ଠାକୁର ମନ୍ଦିରକୁ ବାହୁଡ଼ି ଯାଆନ୍ତି। ମନ୍ଦିର ବାହୁଡିବାପରେ ରେ ମନ୍ଦିର ରେ ଧୂପ ନୀତି ଆରମ୍ଭ କରାଯାଏ। ପୂଜକ ମଳୟ କର,ପାଳିଆ ସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଜିମାଦାର ସ୍ୟାମସୁନ୍ଦର ପାଣିଗ୍ରାହୀ ଉପସ୍ଥିତିରେ ଏହି ଚନ୍ଦନ ଯାତ୍ରା ନୀତି ସମ୍ପନ୍ନ ହୋଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚନା : ଫ୍ରେଣ୍ଡସ ଗ୍ରୁପ ର ୧୮ ଫୁଟିଆ ପଞ୍ଚମୁଖୀ ଗଣେଷ ସବୁଠାରୁ ଆକର୍ଷଣୀୟ

Sunil Chandra Nayak

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ 

masiha

ସାରସଗୁଡାଠାରେ ଷୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!