ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

” ଶିକ୍ଷକମାନେ ଗୁରୁ ହେଲେ ଶିଶୁଙ୍କ ଉନ୍ନତି ହେବ” : ରାଜ୍ୟପାଳ

କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରୌପ୍ୟ ଜୟନ୍ତୀ ଉଦଯାପନ 

କଟକ : କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ଏକ ସଂସ୍କୃତି ସମ୍ପନ୍ନ ଓ ଶାନ୍ତିପ୍ରିୟ ରାଜ୍ୟ । ଶିଶୁମାନେ ହିଁ ବନ୍ଧୁ ଗଢ଼ିପାରନ୍ତି ଓ ବନ୍ଧୁ ବି ହୋଇଯାଆନ୍ତି,କାରଣ ଏହି ଶିଶୁମାନେ ଭାଗ୍ୟବାନ ଯେ ଏମାନେ ଜଗନ୍ନାଥଙ୍କ ଭୂମିରେ ଜନ୍ମ ହୋଇଛନ୍ତି ଓ ଶିଶୁମାନଙ୍କର କୌଣସି ସରହଦ ନାହିଁ,ତେଣୁ ଶିକ୍ଷକ ମାନେ ଗୁରୁ ହେଲେ ଶିଶୁଙ୍କ ଉନ୍ନତି ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ରାଜ୍ୟପାଳ ବିଦ୍ୟାଳୟର ଉନ୍ନତି ପାଇଁ ୨ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତି ସାମନ୍ତ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗଠନ ମୂଳକ ପରାମର୍ଶ ଦେଇଥିଲେ । ତତ୍ ସହିତ ବିଧାୟକ ଶ୍ରୀ ବେହେରା ବିଦ୍ୟାଳୟର ଏକ ଗୃହ ନିର୍ମାଣ ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରିଚାଳନା ସମିତିର ସମ୍ପାଦକ ନବଘନ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ସୋମନାଥ ବିଶ୍ଵାଳ ବିବରଣୀ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଡ.ହେମନ୍ତ ଦାସ, ହୃଷୀକେଶ ଜେନା,ରାଧାକୃଷ୍ଣ ସ୍ୱାଇଁ ଓ ଅଶୋକ ପଟ୍ଟନାୟକଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିବା ସହିତ ରୌପ୍ୟ ଜୟନ୍ତୀ ସ୍ମରଣିକା “ଦୀପିକା ” ଉନ୍ମୋଚିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର କର, ଉପସଭାପତି ସନ୍ତୋଷ ତ୍ରିପାଠୀ, ସହ ସମ୍ପାଦକ ପ୍ରଭାତ ମଲ୍ଲିକ, ପରେଶ୍ ନାଥ ସାହୁ,ପ୍ରଦୀପ କର, ପ୍ରଦୀପ ସ୍ୱାଇଁଙ୍କ ସମେତ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ , ଗୁରୂମା , ବିଦ୍ୟାଳୟର ୧୪ ଜଣିଆ ମାତୃଭାରତୀ ମଣ୍ଡଳୀ ଓ କର୍ମଚାରୀ ସହଯୋଗ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବାଣପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିଦ୍ୟାଳୟ ପକ୍ଷରୁ ଭୂମୀ ଦାତାଙ୍କୁ ସମ୍ମାନିତ କଲେ ଗ୍ରାମବାସୀ

masiha

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

Leave a Comment

error: Content is protected !!