ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବହୁ ଚର୍ଚ୍ଚିତ ନିଖୋଜ ଦେଢ଼ ବର୍ଷ ର ଶିଶୁ କନ୍ୟା ଵର୍ଷାର ମୃତଦେହ ଉଦ୍ଧାର

ମୟୂରଭଞ୍ଜ:- ୨୪/୦୪/୨୦୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଓ ଝରାଡିହି ଫାଣ୍ଡି ଅନ୍ତର୍ଗତ ବଡକେଡମ ଗ୍ରାମ ନିକଟସ୍ଥ ମଙ୍ଗଲଡିହି ସାହିର ଖେଲା ଟୁଡୁ’ଙ୍କ ଦେଢ ବର୍ଷର ଝୀଅ ଚଳିତ ମାସ ଗତ ୧୫ ତାରିଖ ଠାରୁ ନିଖୋଜ ଥିଲା। ନିକଟସ୍ଥ ଜଙ୍ଗଲ ମଧ୍ୟରୁ ତା’ର ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ଜଣା ପଡିଛି।

    ସୂଚନା ଅନୁସାରେ ଚଳିତ ମାସ ଗତ ୧୫’ ତାରିଖ ଦିନ ପୂର୍ବାହ୍ନ ୧୦ ଟା ସମୟରେ ବଡକେଡମ ଗ୍ରାମର ପଡାଗ୍ରାମ ମଙ୍ଗଲଡିହି ବାସିନ୍ଦା ଖେଲାରାମ ଟୁଡୁ’ଙ୍କ ଦେଢ ବର୍ଷ ବୟସ୍କ ଶିଶୁ କନ୍ୟା ବର୍ଷା ଟୁଡୁ ଓ ଲାଖାଇ ଟୁଡୁଙ୍କ ଦୁଇ ବର୍ଷର ଝିଅ ଦିପାଲି ଘର ଦାଣ୍ଡ ସମ୍ମୁଖରେ ଖେଳୁଥିବା ସମୟରେ କୁଆଡେ ନିଖୋଜ ହୋଇଥିଲେ।ପରେ ଦେଢ଼ ଘଣ୍ଟା ପରେ ଘର ନିକଟରୁ ଏକ କିମି ଦୂର ନିକଟସ୍ଥ ଜଙ୍ଗଲ ପାଖରୁ ଦିପାଳିକୁ ପାଇଥିଲେ ।ହେଲେ ଦେଢ଼ ବର୍ଷରୁ ବର୍ଷାକୁ ପରିବାର ଲୋକେ ପାଇ ନ ଥିଲେ । ପରବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବାପରେ ଏନେଇ ନିକଟସ୍ଥ ଝରାଡିହି ଫାଣ୍ଡିରେ ଲିଖିତ ଏତେଲା ଦେଇଥିଲେ। ଏହାକୁ ନେଇ ଥାନାରେ ୫୨/୨୩ କେଶ ମାମଲା ରୁଜୁ ହୋଇଥିଲା । ତେବେ ଇତିମଧ୍ୟରେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ତାଙ୍କ ଝିଅ’ଙ୍କ ଗଳିତ ଶବ ନିକଟସ୍ଥ ଜଙ୍ଗଲ ର ନିମଡୁଙ୍ଗୁରୀ ର ଛୋଟ ମଶାଣୀ ନିକଟ ଗଛ ମୂଳରେ ତିନି ଚାରିଦିନରୁ ପଡିଛି। ଝିଅ ର ପିନ୍ଧା ପୋଷାକରୁ ତାହା ତାଙ୍କ ଝିଅ ବର୍ଷାର ବୋଲି ନିଶ୍ଚିତ ହେବା ପରେ ଝରାଡିହି ଫାଣ୍ଡିରେ ନିଖୋଜ ଶିଶୁ କନ୍ୟାର ମୃତ ଦେହ ଠାବ ହୋଇଥିବା ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଝରାଡିହି ଫାଣ୍ଡି ଅଧିକାରୀ ବିଜୟ କୁମାର ନାୟକ ଦଳବଳ ସହ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଗଳିତ ଶବ ଟିକୁ ବାରିପଦା ପିଆରଏମ ମେଡିକାଲ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏନେଇ ତିରିଂ ଥାନା ପୁଲିସ୍ କେଶ୍ ନଂ ୦୮/୨୩’ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଜାରି ରଖିଥିବା ଜଣା ପଡିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ସାମନାକୁ ଆସିବ ବୋଲି ତିରିଂ ଥାନା ପୁଲିସ୍ ପକ୍ଷରୁ ସୂଚନା ହସ୍ତଗତ ହୋଇଛି।ଶିଶୁର ମୃତ୍ୟୁକୁ ନେଇ ଗ୍ରାମରେ ଶୋକରେ ଛାୟା ଖେଳିଯାଇଛି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଲୁହାକାନୀରେ ବିଳମ୍ବିତ ରାତିରେ ଟ୍ରାନ୍ସଫର୍ମର ଚୋରି ବିଶୋଇ ଅଞ୍ଚଳରେ ଚୋରଙ୍କ ଉପଦ୍ରବ, ଆତଙ୍କିତ ସ୍ଥାନୀୟ ଲୋକ

Sunil Chandra Nayak

ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ, କୋଦାଳ ବୁଲାଇ ରାସ୍ତା ରୋକ କଲେ

Sunil Chandra Nayak

୬ ବର୍ଷ ର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୋର୍ଟ ଚାଲାଣ

masiha

Leave a Comment

error: Content is protected !!