ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ = ଶ୍ରୀରଙ୍ଗା ଚରଣେ

ସକାଳର ଜଣାଣ

ଶ୍ରୀରଙ୍ଗା ଚରଣେ

 ବିଜୟ କୁମାର ଜେନା

ଶ୍ରୀରଙ୍ଗା ଚରଣେ ଆଶା ରଖିଅଛି
            ବନ୍ଧନେ ନ ଦେବ ଛନ୍ଦି
ଦିନ ଚାଲିଯାଏ ଆୟୁ ସରିଯାଏ
             ମୋହରେ ଦେବନି ବାନ୍ଧି।
ମୋ ମନ ଭିତରେ ରହିଥିବା ଦ୍ଵନ୍ଦ
               ସନ୍ଧେହ କୁ ଦେଇ ଫିଙ୍ଗି
ବିଶ୍ୱାସ ରହିଛି ତୁମରି ପାଖରେ 
                ତୁମ ରୂପ ଗୁଣ ଭଙ୍ଗୀ।
ମନ୍ଦର ଧର ହେ ଶିରୀ ମନ୍ଦିରରେ
               ଭାଇ ଭଉଣୀ ଙ୍କୁ ନେଇ
ମୋର କପାଳ ରେ ଏତେ ଦୁଃଖ ଦେଲ 
               କି ଦୋଷ କରିଛି ସାଇଁ ।
ତୁମେ ଥାଅ ପ୍ରଭୁ ରତ୍ନ ସିଂହାସନେ
               ପର୍ଣ କୁଟିରେ ମୋ ବାସ
ତୁମରି ମହିମା ଦେଇ ଅଛି ମୋତେ
               ଶାଗ ପଖାଳ ରେ ଆଶ।
ତୁମେ ପିନ୍ଧୁ ଥାଅ ପାଟ ପିତାମ୍ବରୀ
                ସାଧା ବସନ ମୁଁ ପିନ୍ଧି
ଆନନ୍ଦେ ସ୍ମରୁଛି ତୁମ ନାମ ନିତି
              ବନ୍ଧନେ ନ ଦିଅ ଛନ୍ଦି।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ

 ଶାମୁକା ସାହି ରଣପୁର ନୟାଗଡ଼

Related posts

ନନ୍ଦିନୀ ରାଉତ ଙ୍କ କବିତା = ସ୍ନାନପୂର୍ଣ୍ଣିମା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ନବ ବର୍ଷ l l

Sunil Chandra Nayak

ସୁଜାତା ରାଉତ ଙ୍କ କବିତା //  ଓଁ ନମଃ ଶିବାୟ

Sunil Chandra Nayak

Leave a Comment

error: Content is protected !!