ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକରାଜନୀତି

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ

ବିଶ୍ୱନାଥପୁର :୨୪/୦୪ – ମହାମହିମ୍ ରାଜ୍ଯପାଳଙ୍କ ଉଦ୍ଦେଶ୍ୟରେ ସମଗ୍ର ହିନ୍ଦୁ ସମାଜ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ପ୍ରମୁଖ ରଘୁବୀର ନାଗ ଙ୍କ ତତ୍ତ୍ୱାବଧାନରେ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଗତ ତା ୧୨/୦୪/୨୦୨୩ ରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭାଯାତ୍ରା ଉପରକୁ ଯେଉଁ ଭଳି ଅମାନୁଷିକ ଏବଂ କ୍ରୁରତାପୂର୍ଣ୍ଣ ଭାବେ ହିଁସାତ୍ମକ ଆକ୍ରମଣ ଏବଂ ତା ୧୪/୦୪/୨୦୨୩ ରିଖ (ଶୁକ୍ରବାର) ରାତ୍ରିରେ ସମ୍ବଲପୁରରେ ବନବାସୀ ଯୁବକଙ୍କୁ ହତ୍ଯା କରାଗଲା ତାହା ଏକ ନିନ୍ଦନୀୟ ଘଟଣା । ଶୋଭାଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ହୋଇଥିବା ସୂନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ଯବସ୍ଥା, ସୂଚନା ତନ୍ତ୍ରର ଅପାରଗତା ନିଷ୍ଫଳତା ଦର୍ଶାଉଥିବା ଜଣାପଡିଛି। ଉକ୍ତ ସମୟରେ ଉପସ୍ଥିତ ଅତି କମ ସଂଖ୍ୟାକ କାର୍ଯ୍ଯରତ ପୋଲିସ ସ୍ଥାଣୁ ପାଲଟିଥିଲେ ଓ ବର୍ବର ଆକ୍ରମଣର ଶିକାର ହୋଇ ରକ୍ତାକ୍ତ ହୋଇଥିଲେ। ପୂର୍ବରୁ ଅବଗତ ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନର କାର୍ଯ୍ଯକଳାପ ଉପରେ ସନ୍ଦେହ ସୃଷ୍ଟି କରିଥିଲା। ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା ବିଶ୍ୱାସ ଓ ଧାର୍ମିକ ସ୍ଵତନ୍ତ୍ରତା ପ୍ରତି କୁଠାରଘାତ ଅଟେ। ସାମ୍ବିଧାନିକ ପରିପନ୍ଥା ଅଟେ। ଏଣୁ ଏହି ଘଟଣା କେବଳ ଆଇନ ଶୃଙ୍ଖଳା ବିଷୟ ହୋଇଥାଇନ ପାରେ। ଏହା ଦେଶଦ୍ରୋହ କାର୍ଯ୍ଯକଳାପ ପରିଧିରେ ଆସୁଅଛି। ଯଥାଶୀଘ୍ର ଦୋଷୀମାନଙ୍କ ବିରୋଦ୍ଧରେ ପଦକ୍ଷେପ ଗ୍ରହଣ କରି ସମସ୍ତ ଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅବିଚାରିତ ଭାବେ ହିନ୍ଦୁମାନଙ୍କ ଉପରେ ଆକ୍ରୋଶ ମୂଳକ ଗିରଫ ଦାବି ବନ୍ଦ କରାଯିବା ପାଇଁ ମଧ୍ୟ ଦାବିପତ୍ରରେ ଉହ୍ଲେଖ କରାଯାଇଛି। ସର୍ବୋପରି ନାଗରିକ ମାନଙ୍କ ପ୍ରଶାସନ ଓ ନ୍ଯାୟ ପ୍ରତି ଆସ୍ଥା ବଜାୟ ରଖିବା ବିଧେୟ ଅଟେ। ଏପରିସ୍ଥିତିରେ ମହାମହିମ ଙ୍କ ହସ୍ତକ୍ଷେପ ଓ ନିର୍ଦ୍ଦେଶ ଅତ୍ୟନ୍ତ ଅନିବାର୍ଯ୍ଯ ହେତୁ ନିବେଦନ କରିଛନ୍ତି।ଏଥିରେ ସାଂସଦ ପ୍ରତିନିଧି ଲଷ୍ମୀଧର ସନ୍ତୋଷରାୟ, ରମେଶ ମାଝୀ, ବିଶ୍ୱହିନ୍ଦୁ ପରିଷଦ ସାଧାରଣ ସମ୍ପାଦକ ବଳରାମ ବେହେରା, ସତସଙ୍ଘ ପ୍ରମୁଖ ହରେକୃଷ୍ଣ ଘଡେଇ ତୁଳସୀ ମାଝୀ ପ୍ରମୁଖ ଉପସ୍ଥିତ ରହି ରହିଥିଲେ।

ସନ୍ତୋଷ ତୁଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

Sunil Chandra Nayak

ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ଧର୍ମଗଡ ସହରାଞ୍ଚଳ ରେ ମାରାଥନ ନିର୍ବାଚନ ପ୍ରଚାର 

masiha

ଜୁନାଗଡ଼ ଏନ ଏ ସି ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!