ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲାବୋର ପୋଡ଼ାଗାଡ଼ ଘାଟରେ ଡ଼ଙ୍ଗାବୁଡି ଘଟଣାର ତଦନ୍ତ ଜାରି

ବନ୍ଧୁଗାଁ ତା,୨୪/୪/୨୩ କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଉପର କୋଲାବ ପୋଡାଗାଡ଼ ତେନ୍ତୁଳିପଡା ଘାଟ ନିକଟରେ ଡ଼ଙ୍ଗାବୁଡି ଘଟଣାକୁ ତଦନ୍ତ କରିବାକୁ ଆଜି କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସେମିଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା ସେମିଲିଗୁଡା ତହସିଲଦାର ଜ୍ୟୋତି ରାଣୀ ରଥ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନି ନାଇବ ସରପଞ୍ଚ ପଦ୍ମା ହନ୍ତାଳ ବ୍ଲକ ଅଧକ୍ଷା ଲିଲି ଅଣ୍ଟାବିରିଆ ଉପାଧ୍ୟକ୍ଷ ଶିବା ବାଙ୍ଗାରି ପଞ୍ଚାୟତ ନିର୍ବାହି ଅଧିକାରୀ ଲତା ପାତ୍ର ଗ୍ରାମରୋଜଗାର ସେବକ ମନୋଜ ହିଆଲ ସମସ୍ତ ୱାର୍ଡମେମ୍ବର ଏବଂ ପଞ୍ଚାୟତବାସୀ ଉପସ୍ଥିତ ଏବଂ ପଞ୍ଚାୟତବାସୀ ରହି ଝରାପୁଟ ଘାଟ ରୋଷେଇପୁଟ ଘାଟ ପରିଦର୍ଶନ କରିଛନ୍ତି l ପୋଡାଗଡ଼ ଘାଟରେ ବିଡିଓ ତହସିଲଦାର ଯାଇନଥିବାରୁ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି l ପୋଡାଗାଡ଼ ଘାଟ ଠାରେ ଲମତାପୁଟ ନନ୍ଦପୁର ବ୍ଲକ ଅଞ୍ଚଳର ତେନ୍ତୁଳିପଡା ଉମେଲ ସାକାଇ ପରଜା ମୁଣ୍ଡା ଅଂଚଳର ୨୦୦ ରୁ ଉର୍ଦ୍ଧ ଲୋକ ଅପେକ୍ଷାରେ ଥିଲେ l ସେହି ପୋଡାଗାଡ଼ ଘାଟରେ ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନି ବ୍ଲକ ଅଧକ୍ଷା ଲିଲି ଅଣ୍ଟାବିରିଆ ଉପାଧ୍ୟକ୍ଷ ଶିବା ବାଙ୍ଗାରି HAL ବିସ୍ଥାପିତ ସଂଘ ସଭାପତି ତ୍ରିଲୋଚନ ମୁଦୁଲି ରାମ ମୁଦୁଲି ପହଞ୍ଚି ଉପସ୍ଥିତ ଲୋକଙ୍କୁ ଶାନ୍ତନା ଦେଇଛନ୍ତି  ଏବଂ ବ୍ଲକ ଅଧକ୍ଷାଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି l

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କନ୍ଦରପୁରରେ ମେଧାବୀ ମାଟ୍ରିକ ଶିକ୍ଷାର୍ଥୀଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ 

ଆନ୍ତର୍ଜାତିକ ଶ୍ରମିକ ଦିବସ 

ତlଳ ଗଛ ପଡି ଗର୍ଭବତୀ ମହିଳା ମୃତ

masiha

Leave a Comment

error: Content is protected !!