ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼.ଶିବରାମ ନାୟକ ପାଇଲେ  ଓଡିଶା ପ୍ରତିଭା ସମ୍ମାନ 2023

ଭବାନୀପାଟଣା: ତା: 24/04/2023ରିଖ ବିଭିନ୍ନ ସାମାଜିକ ଉନ୍ନତିମୂଳକ ସଚେତନତା ତଥା ଶିକ୍ଷା ମୂଳକ କାର୍ଯ୍ୟକ୍ରମରେ ଅହରହ ସକ୍ରିୟ ଭୂମିକା ତଥା ଦେଶର ଅନୁନ୍ନତ ଅଂଚଳରେ ଉନ୍ନତମାନର ଶିକ୍ଷାବ୍ୟବସ୍ଥା ସୃଷ୍ଟି କରିବାରେ ଶ୍ରେଷ୍ଠ ଅବଦାନ ପାଇଁ ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କୁ ଓଡିଶା ପ୍ରତିଭା ସମ୍ମାନ 2023 ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ସମ୍ମାନିତ କରାଯାଇଛି। ପ୍ରତିକାର ନିଉଜ ନେଟୱର୍କ ର ନିର୍ଦ୍ଦେଶକ ସୁବାଶିଷ ମିଶ୍ର ଙ୍କ ତତ୍ୱାବଧାନ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପୂର୍ବତନ ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଅବସରପ୍ରାପ୍ତ ବିଚାରପତି ବସନ୍ତ କୁମାର ପଢୀହାରୀ, ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର, ସୁଜ୍ଞାନ ଚୌଧୁରୀ ଓ ଅମିତ କୁମାର ମଲ୍ଲିକ-ପ୍ରକାଶକ ସକାଳ ଖବର କାଗଜ ଓ ପଣ୍ଡିତ ପ୍ରବୋଧ ମିଶ୍ର ସମେତ ସମ୍ନାନୀତ ଅତିଥି ରୂପେ ଉପସ୍ଥିତ ଥିଲେ। ଏହି ସମ୍ମାନ ସମଗ୍ର କଳାହାଣ୍ଡିବାସି ଙ୍କୁ ଉତ୍ସର୍ଗୀତ ବୋଲି ଡ଼. ନାୟକ ନିଜ ପ୍ରତିକ୍ରିୟା ରଖିଥିଲେ। ଏହି ଉତ୍ସବ ଟି ପ୍ରତିକାର ନିଉସ ନେଟୱର୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସମ୍ ହସ୍ପିଟାଲର ଖ୍ଯାତନାମାକିଡନୀ ରୋଗ ବିଶେଷଜ୍ଞ ଡା଼. ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା ରୋଗ ଚିକିତ୍ସା ଶୁଭାରମ୍ଭ

୪୨ ମୌଜା ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ କଲେ ସମାଜସେବୀ 

Sunil Chandra Nayak

ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଦ୍ୱିତୀୟ ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ 

masiha

Leave a Comment

error: Content is protected !!