ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକଳ୍ପ ସ୍ତରୀୟ ବାଲ୍ୟବିବାହ ନିଷେଧ ରାଲି

ତେନ୍ତୁଳିଖୁଣ୍ଟି -୨୫/୪/୨୩: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ଜରିଆରେ ଆଜି ଏକ ବୈଠକ ସହ ବିରାଟ ରାଲି ହୋଇଯାଇଛି। ଏହି ବୈଠକରେ କିଶୋର ଓ କିଶୋରୀ ବାଳିକା ସ୍ଵୟଂସହାୟକ ଦଳର ସଭ୍ୟା, ଅଙ୍ଗନୱାଡି କର୍ମୀ ଓ ସମସ୍ତ ମଣ୍ଡଳର ପରିଦର୍ଶିକା ମାନେ ଉପସ୍ଥିତ ରହିଥିଲେ । ବୈଠକ ପୂର୍ବରୁ ରାଲି ହୋଇଥିଲା ମୁଖ୍ୟ ଉଦ୍ଦେଶ୍ୟ ଥିଲା ଝିଅକୁ ୧୮ ବର୍ଷ ଓ ପୁଅକୁ ୨୧ ବର୍ଷ ନହେବା ପର୍ଯ୍ୟନ୍ତ ବିବାହ କରିବା ଉଚିତ ନୁହଁ । ତାସହ ପାଠପଢିବା ନିରକ୍ଷରତା ଦୂର କରିବା ପାଠ ଛାଡିଥିବା ପୁଅଝିଅ ଙ୍କୁ ସ୍କୁଲରେ ପୁନଃ ଜଏନ କରିବା ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରାଲି ମାଧ୍ୟମରେ ସ୍ଲୋଗାନ ଦେଇଥିଲେ ।ଏଥିରେ ହେମଲତା ନାୟକ ଅଙ୍ଗନୱାଡି କର୍ମୀ ସଚେତନତା ବାର୍ତ୍ତା ରାଲି ମାଧ୍ୟମରେ ଜଣେଇଥିଲେ । ଶେଷରେ ତେନ୍ତୁଳିଖୁଣ୍ଟି ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ସୁରମା ମହାପାତ୍ର ଏହାକୁ ପ୍ରତି ଗ୍ରାମ,ଗ୍ରାମପଞ୍ଚାୟତ ଓ ବ୍ଲକରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ ।ସମସ୍ତ ଉପସ୍ଥିତ କିଶୋର ଓ କିଶୋରୀ ମାନଙ୍କୁ ଧନ୍ୟବାଦ ଦେଇ ବୈଠକ ସାଙ୍ଗ କରାଯାଇଥିଲା । ଆଜିର ରାଲିରେ ପ୍ରଭାତି ହରିଜନ, ବିଳାସିନୀ ସୁନା,ନିରୂପମା ସାବତ,ଇନ୍ଦିରା ପାଣିଗ୍ରାହୀ ଓ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରୁ ମଣ୍ଡଳ ପରିଦର୍ଶିକା ସବିତା ମଲ୍ଲିକ, ଆରୁଣୀ ଶତୃଶଲ୍ୟ ,ବୈଶାଖୀ ସାମଲ,ରାଜଳକ୍ଷ୍ମୀ ଦୋରା,ସନ୍ଧ୍ୟା ହେମ୍ରମ,ସବିତା ଉପାସି ଓ ବିଭାବରୀ କନ୍ଧ ଉପସ୍ଥିତ ରହିଥିଲେ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସାମାଜିକ କର୍ମୀ ଭରତ ଚନ୍ଦ୍ର ଦାଶଙ୍କୁ ମିଳିଲା ସମ୍ମାନ ସୂଚକ ଡକ୍ଟରେଟ ଉପାଧି

masiha

ମେଦନାରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ 

masiha

ଫଟାମୁଣ୍ଡା ରେ ଆଦିବାସୀ ଯୁବକକୁ ମାଡ ପ୍ରତିବାଦରେ ଆଦିବାସୀ ସଂଘର ବିଶାଳ ଆଦିବାସୀ ସମାବେଶ

masiha

Leave a Comment

error: Content is protected !!