ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ପ୍ରେମଜନିତ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ

କାମାକ୍ଷାନଗର( ମ ନି ସ)୨୬/୦୪_ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ ଗାଁ ପାଖ କାଜୁ ଜଙ୍ଗଲ ରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଧାର ଘଟଣା।,ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୁଜା ବିଶ୍ୱାଳ |ପରିବାର ଲୋକ ଆଣିଲେ ପ୍ରେମଜନିତ ହତ୍ୟା ଅଭିଯୋଗ |ସୂଚନା ମୁତାବକ ମନୁଜା ଗତ କାଲି ସନ୍ଧ୍ୟା ରେ ନିଜ ବାଇକ ରେ ଅଁଳାକଟା ଗାଁ କୁ ଯାତ୍ରା ଦେଖି ଯାଇଥିବା ବେଳେ, ଆଜି ସକାଳେ ତାଙ୍କ କ୍ଷତ ବିକ୍ଷତ ମୃତ ଦେହ ଗାଁ ପାଖ କାଜୁ ବଗିଚାରେ ପଡ଼ି ଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ |ଗାଁ ଲୋକ ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ କୁ ଖବର ଦେଇଛି ,ସେପଟେ ପ୍ରେମଜନିତ ଶତ୍ରୁତା କୁ କେନ୍ଦ୍ର କରି ଗାଁ ହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି |ତେବେ କିଛି ମାସ ପୂର୍ବରୁ ତାଙ୍କ ବଡ଼ ଭାଇ ସରୋଜ ବିଶ୍ୱାଳ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା |ଏ ନେଇ ଥାନା ରେ ଅଭିଯୋଗ ହୋଇଥିଲା ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି |ତେବେ ଆଜି ମନୁଜା ଙ୍କୁ ସେହିମାନେ ହିଁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି |

କାମାକ୍ଷନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

କୁକୁଡ଼ାଖଣ୍ଡିରେ ଗ୍ୟାଙ୍ଗ ହିଂସା ଏବଂ ବୋମାମାଡ଼ ଘଟଣାରେ ପୁଣି ୩ ଅଭିଯୁକ୍ତ ସହ, ୨ ନାବାଳକ ଗିରଫ

Sunil Chandra Nayak

କୋଟି କୋଟି ଟଙ୍କା ହେରଫେର ଅଭିଯୋଗରେ ଯାମଦା ତହସିଲଦାର ମଧୁସ୍ମିତା ସିଂ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଗିରଫ

Sunil Chandra Nayak

ଆରଏମସି ଗୋଦାମରୁ ଧାନ ଚୋରି ଘଟଣାର ପର୍ଦ୍ଦାଫାଶ ୧୦୦ ବସ୍ତା ଧାନ ଜବତ, ଜଣେ ଗିରଫ; ୪ ନାବାଳକ ଆଇନ ଅଧୀନରେ 

Sunil Chandra Nayak

Leave a Comment

error: Content is protected !!