ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର, ପ୍ରେମଜନିତ ଶତ୍ରୁତାକୁ ନେଇ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ

କାମାକ୍ଷାନଗର( ମ ନି ସ)୨୬/୦୪_ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ ଗାଁ ପାଖ କାଜୁ ଜଙ୍ଗଲ ରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଧାର ଘଟଣା।,ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୁଜା ବିଶ୍ୱାଳ |ପରିବାର ଲୋକ ଆଣିଲେ ପ୍ରେମଜନିତ ହତ୍ୟା ଅଭିଯୋଗ |ସୂଚନା ମୁତାବକ ମନୁଜା ଗତ କାଲି ସନ୍ଧ୍ୟା ରେ ନିଜ ବାଇକ ରେ ଅଁଳାକଟା ଗାଁ କୁ ଯାତ୍ରା ଦେଖି ଯାଇଥିବା ବେଳେ, ଆଜି ସକାଳେ ତାଙ୍କ କ୍ଷତ ବିକ୍ଷତ ମୃତ ଦେହ ଗାଁ ପାଖ କାଜୁ ବଗିଚାରେ ପଡ଼ି ଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ |ଗାଁ ଲୋକ ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ କୁ ଖବର ଦେଇଛି ,ସେପଟେ ପ୍ରେମଜନିତ ଶତ୍ରୁତା କୁ କେନ୍ଦ୍ର କରି ଗାଁ ହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି |ତେବେ କିଛି ମାସ ପୂର୍ବରୁ ତାଙ୍କ ବଡ଼ ଭାଇ ସରୋଜ ବିଶ୍ୱାଳ ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା |ଏ ନେଇ ଥାନା ରେ ଅଭିଯୋଗ ହୋଇଥିଲା ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି |ତେବେ ଆଜି ମନୁଜା ଙ୍କୁ ସେହିମାନେ ହିଁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି |

କାମାକ୍ଷନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଚିଟ୍ ଫଣ୍ଡ ଠକେଇ ମାମଲାରେ ବନ୍ଧୁଗାଁ ପୋଲିସ ଦ୍ବାରା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ 

Sunil Chandra Nayak

ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁର ତହସିଲଦାର

masiha

ପୋଲିସ ବିଭାଗକୁ ମିଳିଲା ବଡ ସଫଳତା, ୫ ଜଣ ଏଟିଏମ ଲୁଟେରା ଅଟକ 

masiha

Leave a Comment

error: Content is protected !!