ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ତେନ୍ତୁଳିଖୁଣ୍ଟି -୨୬/୦୪/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସମଲାଇ ପ୍ରସାଦ ପଣ୍ଡା ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ମ୍ୟାଲେରିଆ ଦିବସ ପାଳିତ ହୋଇ ଯାଇଛି। ସମୟ ଆସିଛି ସମ୍ବଳ ,ଶ୍ରମ ଓ ଅଭିନବ ପନ୍ଥା ଦ୍ୱାରା ବିଶ୍ୱ କୁ ମ୍ୟାଲେରିଆ ମୁକ୍ତ କରିବା ଶପଥ କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଉପସ୍ଥିତ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀ ଓ ଆଶାକର୍ମୀ ଓ ଅନ୍ୟମାନେ ନେଇଥିଲେ। ମ୍ୟାଲେରିଆମୁକ୍ତ ହେବାକୁ ହେଲେ ପ୍ରତ୍ୟହ ଶୋଇବା ବେଳେ ମସାରି ବ୍ୟବହାର କରିବା। ଜ୍ଵର ହେବା କ୍ଷଣି ନିକଟସ୍ଥ ଆଶା କର୍ମୀଙ୍କ ପାଖକୁ ଯାଇ ରକ୍ତ ପରୀକ୍ଷା କରାଇବା ପାଇଁ ଓ ଘରୁ ଅନ୍ୟତ୍ର କାମ କରିବାକୁ ଗଲେ ସାଥିରେ ମସାରି ନେବାକୁ ପରାମର୍ଶ ଦେବାକୁ ଏହି ଅବସର ରେ ବାର୍ତ୍ତା ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ପି ଏଚ ଇ ଓ ରଞ୍ଜିତା ସାମଲ , ବି ପି ଏମ ରଞ୍ଜନପ ମିଶ୍ର , ଏ ଅବିନାଶ ନଜିର ସଲ୍ମା, ବି ଏ ଏମ ପ୍ରଦୀପ ପାଲ, ସନ୍ତୋଷ ସିଂ,ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସୁପରଭାଇଜର ପ୍ରଦୀପ କୁମାର ଦାସ ଯୋଗ ଦେଇ ଥିଲେ।ମ୍ୟାଲେରିଆ ଫ।ଲେରିଆ,ଡେଙ୍ଗୁ ଓ ଜାପାନ ଏନ ସେଫୋଲିସ ସ ଆଦି ରୋଗ ସମ୍ପର୍କିତ ସଚେତନତା ପୁସ୍ତିକା ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ପ୍ରଦାନ କରା ଯାାଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଙ୍କ ଦ୍ଵାରା ବାବନ୍ଧ ଗ୍ରାମ ରେରକ୍ତ ଦାନ ଶିବିର ଓ ବଡ ସାହି ରାସ୍ତା ଉଦଘାଟିତ

Sunil Chandra Nayak

ଯୁବରେଡକ୍ରସ ତରଫରୁ ବିଶ୍ବ ଏଡ଼ସ୍ ଦିବସ ପାଳିତ : ପ୍ରତ୍ୟେକ କ୍ଷେତ୍ରରେ ଅସମାନତା ଦୂର ହେଉ

Sunil Chandra Nayak

ସାର୍ବଜନୀନ ଔଷଧ ସେବନ କାର୍ଯ୍ୟକ୍ରମ ସହ ସ୍ବତନ୍ତ୍ର ଟୀକାକରଣର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!